‘ପିନାକୀ ମିଶ୍ର ସର୍ବସାଧାରଣରେ କ୍ଷମା ନମାଗିଲେ ପଚା ଅଣ୍ଡା ମାଡ଼ କରିବୁ’

ପୁରୀ (ଓଡ଼ିଶା ରିପୋର୍ଟର): “ପିନାକୀ ମିଶ୍ର ପୁରୀ ଆସି ସର୍ବସାଧାରଣରେ କ୍ଷମା ମାଗନ୍ତୁ। ସେ କ୍ଷମା ନମାଗିଲେ ପଚା ଅଣ୍ଡା ମାଡ଼ କରିବୁ।” ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ପକ୍ଷରୁ ଆଜି ଏପରି ଚେତାବନୀ ଦିଆଯାଇଛି। ଏଥିସହ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ଖନନ କାର୍ଯ୍ୟ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୁରୁବାର ଲୋକସଭାରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିସହ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର […]

pinaki-mishra

pinaki-mishra

Manoranjan Sial
  • Published: Friday, 01 April 2022
  • Updated: 01 April 2022, 10:03 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): “ପିନାକୀ ମିଶ୍ର ପୁରୀ ଆସି ସର୍ବସାଧାରଣରେ କ୍ଷମା ମାଗନ୍ତୁ। ସେ କ୍ଷମା ନମାଗିଲେ ପଚା ଅଣ୍ଡା ମାଡ଼ କରିବୁ।” ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ପକ୍ଷରୁ ଆଜି ଏପରି ଚେତାବନୀ ଦିଆଯାଇଛି। ଏଥିସହ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ଖନନ କାର୍ଯ୍ୟ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୁରୁବାର ଲୋକସଭାରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିସହ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ିଥିଲେ। ଏହାର ଜବାବରେ ବିଜେଡି ସାଂସଦ ପିନାକୀ ମିଶ୍ର କହିଥିଲେ, ଶ୍ରୀମନ୍ଦିର ପାଖରେ କେବଳ ୪ଟି ଶୌଚାଳୟ ନିର୍ମାଣ କରାଯାଉଛି। ଏହାଦ୍ୱାରା ମନ୍ଦିରର ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ।

ପୁରୀ ସାଂସଦ ଶ୍ରୀ ମିଶ୍ରଙ୍କ ଏପରି ବୟାନକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସାଂସଦଙ୍କ ଏପରି ମନ୍ତବ୍ୟ ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଭିଟାମାଟି ହରେଇଥିବା ଲୋକମାନଙ୍କୁ ଅପମାନିତ କରିଛି ବୋଲି ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ କହିଛି। ଏହା ପୁରୀ ସହରବାସୀଙ୍କୁ ମଧ୍ୟ ଅପମାନିତ କରିଛି।

ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚର ଆବାହକ ପ୍ରସନ୍ନ କୁମାର ଦାଶ କହିଛନ୍ତି, ପିନାକୀ ମିଶ୍ର ପବିତ୍ର ସଂସଦରେ ମିଛ କଥା କହିଛନ୍ତି। ପୁରୀ ଲୋକଙ୍କ ଭିଟାମାଟିକୁ ଛଡ଼ାଇ, ସେଠାରେ ୩୨୦୦ କୋଟି ଟଙ୍କାରେ ପାଇଖାନା ତିଆରି ହେଉଛି ବୋଲି ସେ କହିଛନ୍ତି। ସାଂସଦଙ୍କ ଏପରି ବକ୍ତବ୍ୟକୁ ଆମେ ବିରୋଧ କରୁଛୁ। ସେଥିପାଇଁ ତାଙ୍କ କୁଶପୁତ୍ତଳିକା ଦାହ କରିଛୁ। ପିନାକୀ ମିଶ୍ର ପୁରୀ ଆସି ସର୍ବସାଧାରଣ କ୍ଷମା ମାଗନ୍ତୁ। ନହେଲେ ତାଙ୍କୁ ପୁରୀକୁ ପ୍ରବେଶ କରିବାକୁ ଦେବୁନାହିଁ। ସେ କ୍ଷମା ନମାଗିଲେ, ଭବିଷ୍ୟତରେ ତାଙ୍କ ଉପରେ ପଚା ଅଣ୍ଡା ମାଡ଼ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ସେଠାରେ ରଘୁନନ୍ଦନ ଲାଇବ୍ରେରୀ, ଯାତ୍ରୀ ବିଶ୍ରାମାଗାର, ସେବାୟତ ବିଶ୍ରାମାଗାର, ଭଜନ ମଣ୍ଡପ ଇତ୍ୟାଦି ହେବାର ଥିଲା। ଯାହା ନକ୍ସାରେ ମଧ୍ୟ ରହିଛି। ହେଲେ ମାନ୍ୟବର ସାଂସଦ ୪ଟି ପାଇଖାନା କରାଯାଉଥିବା କଥା କହୁଛନ୍ତି। ସେ ଏହି ତଥ୍ୟ କେଉଁଠୁ ପାଇଲେ? ସେ କଥା ଆମେ ଜାଣିପାରୁନାହୁଁ। ଏଥିରୁ ଯାହା ଜଣାପଡ଼ୁଛି, ସାଂସଦଙ୍କ ମତିଭ୍ରମ ହୋଇଛି କିମ୍ୱା ସରକାରଙ୍କୁ ବଞ୍ଚାଇବା ପାଇଁ ସେ ଏପରି ମିଥ୍ୟ କଥା କହିଥାଇପାରନ୍ତି। ଯଦି ସେ ମିଛ କହିଛନ୍ତି, ତାହାହେଲେ ସଂସଦ ଇସ୍ତଫା ଦିଅନ୍ତୁ। ନହେଲେ ଯଦି ରାଜ୍ୟ ସରକାର ଆମକୁ ଭୁଆଁ ବୁଲାଇବା ପାଇଁ ମିଛ କହିଛନ୍ତି, ତାହାହେଲେ ରାଜ୍ୟ ସରକାର ଗାଦି ଛାଡ଼ିବା ଦରକାର। ଯଦି ପାଇଖାନା ତିଆରି ହେଉଛି ବୋଲି ବିଶ୍ୱାସ କରିବା, ତାହାହେଲେ ୩୦ ଏମ୍‌ଏମ୍‌ ରଡ୍‌ରେ ୩୦ ଫୁଟ୍‌ ତଳୁ ନିଅଁ ଖୋଳାଯାଇ କେଉଁ ପ୍ରକାର ପାଇଖାନା ତିଆରି ହେଉଛି? ମାନ୍ୟବାର ସାଂସଦ ପୁରୀ ଆସି ଆମକୁ କହିଯାଆନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story