ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ନିଷିଦ୍ଧାଞ୍ଚଳ ବାହାରେ ହେବ ରିସେପସନ୍ ସେଣ୍ଟର, ପ୍ରଶାସନର ଅଚାନକ ବାଗେଡ଼ିଆ ଦଖଲ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁଣି ଫେରିଲା ଅଲୋଚନା। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରୋହିବିଟେଡ୍ ଏରିଆ ବାହାରେ ହେବ ରିସେପସନ୍ ସେଣ୍ଟର। ସଂରକ୍ଷିତ ଐତିହ୍ୟ ସ୍ଥଳ ଠାରୁ ୧୦୧. ୫୦ ମିଟର ଦୂରତାରେ ନିର୍ମାଣ ହେବ ଅଭ୍ୟର୍ଥନା କେନ୍ଦ୍ର। ଗତ ୯ ତାରିଖରେ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ ବା NMAର ବୈଠକରେ ଏଥିପାଇଁ ମିଳିଛି ଏନଓସି। ବୈଠକର ନିଷ୍କର୍ସ ସମ୍ପର୍କିତ ନିଷ୍ପତ୍ତି ପତ୍ରର ନକଲ ହସ୍ତଗତ ହୋଇଛି। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, […]

srimandir

  • Published: Tuesday, 20 September 2022
  • , Updated: 21 September 2022, 06:20 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁଣି ଫେରିଲା ଅଲୋଚନା। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରୋହିବିଟେଡ୍ ଏରିଆ ବାହାରେ ହେବ ରିସେପସନ୍ ସେଣ୍ଟର। ସଂରକ୍ଷିତ ଐତିହ୍ୟ ସ୍ଥଳ ଠାରୁ ୧୦୧. ୫୦ ମିଟର ଦୂରତାରେ ନିର୍ମାଣ ହେବ ଅଭ୍ୟର୍ଥନା କେନ୍ଦ୍ର। ଗତ ୯ ତାରିଖରେ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ ବା NMAର ବୈଠକରେ ଏଥିପାଇଁ ମିଳିଛି ଏନଓସି। ବୈଠକର ନିଷ୍କର୍ସ ସମ୍ପର୍କିତ ନିଷ୍ପତ୍ତି ପତ୍ରର ନକଲ ହସ୍ତଗତ ହୋଇଛି। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ୨୦୨୨ ଏପ୍ରିଲରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରାଣ୍ଡ ରୋଡରେ ରିସେପସନ୍ ସେଣ୍ଟର କରିବା ନେଇ ସଂଶୋଧିତ ଡିପିଆର ଦିଆଯାଇ ଅନୁମତି ମଗାଯାଇଥିଲା। ଏହା ଉପରେ ବିସ୍ତୃତ ତର୍ଜମା ପରେ ଅଭ୍ୟର୍ଥନା କକ୍ଷଟି ସଂରକ୍ଷିତ ଐତିହ୍ୟ ସ୍ଥଳ ଠାରୁ ୧୦୧. ୫୦ ମିଟର ଦୂର ଅର୍ଥାତ୍ ପ୍ରୋହିବିଟେଡ୍ ଏରିଆ ବାହାରେ ଏବଂ ରେଗୁଲେଟେଡ୍ ଏରିଆ ଭିତରେ ନିର୍ମାଣ ପାଇଁ ସୁପାରିଶ କରାଯାଇଛି।

ଏଥିସହ ଉକ୍ତ ରିସେପସନ୍ ସେଣ୍ଟରର ଉଚ୍ଚତା ୭. ୫୦ ମିଟର ଭିତରେ ସୀମିତ ରହିବ। ଯାହାକି ମେଘନାଦ ପାଚେରିଠୁ ଟିକେ ବି ବଡ଼ ହେବ ନାହିଁ। ଯେହେତୁ ପୂର୍ବରୁ ରିସେପସନ୍ ସେଣ୍ଟର ଆମସାର ଆକ୍ଟ ନିୟମ ଉଲ୍ଲଘଂନ କରାଯାଇ ପ୍ରୋହିବିଟେଡ୍ ଏରିଆ ମଧ୍ୟରେ ନିର୍ମାଣ ହେଉଥିଲା, ତାକୁ ନେଇ ବିବାଦ ଜୋରଦାର ତେଜିଥିଲା। ଏମିତିକି ଏହା ବିରୋଧରେ ଆଇନଗତ ଲଢ଼େଇ ବି ଆରମ୍ଭ ହୋଇଥିଲା। ତେବେ ବିବାଦ ବଢ଼ିବା ପରେ ଅଭ୍ୟର୍ଥନା କକ୍ଷ ନିର୍ମାଣ କାମ ଅଧାରୁ ବନ୍ଦ ରଖାଯାଇଥିଲା। ତେବେ ଏନଏମଏ କର୍ତ୍ତୃପକ୍ଷ ଏହାକୁ ନିଷିଦ୍ଧାଞ୍ଚଳ ବାହାରେ କରିବାକୁ ସ୍ପଷ୍ଟ ନିଷ୍ପତ୍ତି ଶୁଣାଇବା ପରେ ପ୍ରକଳ୍ପ ବିପକ୍ଷବାଦୀ ଏହାକୁ ଆଇନର ବିଜୟ ବୋଲି କହିଛନ୍ତି। ହେଲେ ସପକ୍ଷବାଦୀ କହିଛନ୍ତି ଯାହା ହେଉଛି ଭଲ ହେଉଛି।

ଐତିହ୍ୟ ବିଶେଷଜ୍ଞ ଅନିଲ ଧୀର ଓ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି,  ପ୍ରୋହିବିଟେଡ୍ ଏରିଆ ବାହାରେ ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟର ନିର୍ମାଣ ହେବା କଥା। ଏନଏମ୍ଏର ନିଷ୍ପତ୍ତିରୁ ଏହା ସ୍ପଷ୍ଟ ହୋଇଛି। ତେଣୁ ପ୍ରଶାସନ ଆଗରୁ ଜାଣିଶୁଣି ଆଇନକୁ ହାତକୁ ନେଉଥିଲା ବୋଲି ସ୍ପଷ୍ଟ ହୋଇଛି। ତେବେ ଆରମ୍ଭରୁ କାହିଁକି ଏଥିରେ ବ୍ୟତିକ୍ରମ ସୃଷ୍ଟି ହେଲା। ସେହିପରି ଏପର୍ଯ୍ୟନ୍ତ ଐତିହ୍ୟ କରିଡର ପାଇଁ ସୁପ୍ରିମକୋର୍ଟଙ୍କ ୨୨ ଗାଇଡଲାଇନ୍ସ ମଧ୍ୟରୁ ଗୋଟିଏ ବି କାର୍ଯ୍ୟକାରୀ ହୋଇନି। ପ୍ରଶାସନ କାହିଁକି ଏଭଳି ଦିଗଭ୍ରଷ୍ଟ ହେଉଛି, ତାହାକୁ ନେଇ ସମସ୍ତେ ସନ୍ଦେହ କରୁଛନ୍ତି।

ତେଣେ ଯେହେତୁ ଶ୍ରୀମନ୍ଦିରଠାରୁ ଶହେ ମିଟର ଦୂରରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ନିର୍ମାଣ ଲାଗି ଏନଏମ୍ଏର ସ୍ପଷ୍ଟ ନିର୍ଦ୍ଦେଶ ଆସିଛି, ତେଣୁ ପ୍ରଶ୍ନ ଏବେ କେଉଁଠି ନିର୍ମାଣ ହେବ ଏହି ରିସେପସନ୍ ସେଣ୍ଟର ? ପୂର୍ବରୁ ଉଚ୍ଛେଦ ହୋଇଥିବା ୭୫ ମିଟର ବାଦ୍ ଆଉ କେଉଁ ସ୍ଥାନରେ ଅଧିକ ୨୫ ମିଟର ଭଙ୍ଗାଯାଇ ଏହାର ନିର୍ମାଣ ହେବ ? ଏଥିପାଇଁ ସମସ୍ୟା ଉପୁଜିବନି ତ ?

ସେପଟେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଯେହେତୁ ଆବଶ୍ୟକ ଅନୁମତି ଏନ୍‌ଏମ୍‌ଏ ଠାରୁ ମିଳି ଯାଇଛି, ତେଣୁ ଆଗକୁ କାମ ଫୁଲ ଦମ୍‌ରେ କରାଯିବ।

ଅନ୍ୟପଟେ ଶ୍ରୀମନ୍ଦିର ଚୌହଦିର ୭୫ ମିଟର ଭିତରେ ଐତିହ୍ୟ କରିଡର କାମ ବି ଫୁଲ୍ ଦମ୍‌ରେ ଆଗେଇ ଚାଲିଛି। ପଶ୍ଚିମଦ୍ୱାର ପଟେ ଇନଫର୍ମେସନ କିଓସ୍କ, ଦକ୍ଷିଣଦ୍ୱାର ପଟେ ସେବାୟତଙ୍କ ସହ ମହିଳା ଓ ପୁରୁଷ ଯାତ୍ରୀଙ୍କ ପାଇଁ ଟୟଲେଟ୍ ନିର୍ମାଣ ଓ ଉତ୍ତର ଦ୍ୱାର ପଟେ ଭିନ୍ନ ଭିନ୍ନ କାମ ଚାଲିଛି।

[caption id="attachment_767936" align="aligncenter" width="650"] ବାଗିଡ଼ିଆ ଧର୍ମଶାଳା ଦଖଲ ନେଇ ପ୍ରଶାସନ ମାରିଛି ନୋଟିସ୍।[/caption]

ତେବେ ଏସବୁ ଭିତରେ ଆଜି ଏକ ବଡ଼ ପଦକ୍ଷେପକ୍ରମେ ସିଂହଦ୍ୱାର ସମ୍ମୁଖ ପୁରାତନ ବାଗିଡ଼ିଆ ଧର୍ମଶାଳାକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଅଚାନକ ପ୍ରଶାସନର ଏଭଳି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଶାସନ ଏହି ଧର୍ମଶାଳାକୁ କବ୍‌ଜାକୁ ନେଇ କ’ଣ କରିବାକୁ ଚାହୁଁଛି ତାହା ଅଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି। ଏଠାରେ ଯାତ୍ରୀ କମ୍ ମୂଲ୍ୟରେ ରହଣି ସୁବିଧା ପାଇପାରୁଥିଲେ। ହେଲେ ଆଇନଜାଲରେ ଏହି ଧର୍ମଶାଳାର ମାଲିକାନା ଛନ୍ଦି ହୋଇଥିଲା। ଏହାକୁ ପ୍ରଶାସନିକ କୋର୍ଟରେ ତୁଟାଇ ନିଜ ଅକ୍ତିଆରକୁ ନେଇଛି ଜିଲ୍ଲା ପ୍ରଶାସନ। ବହୁ ପୁରାତନ ଏହି ଧର୍ମଶାଳାକୁ ଭଙ୍ଗାଯିବାକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି।

Related story