ଓଡ଼ିଶାରେ ରାହୁଲଙ୍କ ଭାଷଣ ସଇତାନର ବେଦ ପାଠ ସଦୃଶ : ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗରିବଙ୍କୁ ସାହାଯ୍ୟ କରିବା କହିବା ସଇତାନର ବେଦ ପାଠ ଭଳି ବୋଲି ରାଜ୍ୟ ବିଜେପି କହିଛି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ସ୍ୱାଧୀନତାର ୭୦ ବର୍ଷ ରୁ ଅଧିକାଂଶ ସମୟ ଶାସନ କରିଥିବା କଂଗ୍ରେସ ଓଡିଶାର ଦ୍ରାରିଦ୍ର‌୍ୟ ପାଇଁ ମୁଖ୍ୟତଃ ଦାୟୀ। ଓଡିଶାରେ ପଟ୍ଟନାୟକ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ସରକାର ଓ ମୁଖ୍ୟ ବିରୋଧୀ ଦଳ ଉଭୟ ଚାଲିଛି। […]

samirmohanty

Manoranjan Sial
  • Published: Friday, 25 January 2019
  • , Updated: 25 January 2019, 08:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗରିବଙ୍କୁ ସାହାଯ୍ୟ କରିବା କହିବା ସଇତାନର ବେଦ ପାଠ ଭଳି ବୋଲି ରାଜ୍ୟ ବିଜେପି କହିଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ସ୍ୱାଧୀନତାର ୭୦ ବର୍ଷ ରୁ ଅଧିକାଂଶ ସମୟ ଶାସନ କରିଥିବା କଂଗ୍ରେସ ଓଡିଶାର ଦ୍ରାରିଦ୍ର‌୍ୟ ପାଇଁ ମୁଖ୍ୟତଃ ଦାୟୀ। ଓଡିଶାରେ ପଟ୍ଟନାୟକ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ସରକାର ଓ ମୁଖ୍ୟ ବିରୋଧୀ ଦଳ ଉଭୟ ଚାଲିଛି। ଖୋଦ୍ ରାହୁଲ ଗାନ୍ଧୀ ଏହି କମ୍ପାନୀର ପାର୍ଟନର। ନବୀନ ପଟ୍ଟନାୟକ -ପ୍ରେମ ପଟ୍ଟନାୟକ ପରିବାର ସହ ସୋନିଆ-ରାହୁଲ ପରିବାରର ଘରୋଇ ସମ୍ପର୍କ ଓ ଉପରେ ସମାଲୋଚନା ଓ ଭିତରେ ସମର୍ଥନ ୨୦୦୯ ଓ ୨୦୧୪ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶାର ଲୋକମାନେ ଭଲଭାବେ ଜାଣିଛନ୍ତି ବୋଲି ସେ କହିଛନ୍ତି।

ଦୁର୍ନୀତି ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା କରିବା ପ୍ରସଙ୍ଗରେ ଶ୍ରୀ ମହାନ୍ତି କହିଛନ୍ତି,ଚୌକିଦାର ଚୋର ନୁହେଁ ବୋଲି ଦେଶବାସୀ ଜାଣିଛନ୍ତି। ଚୋରମାନେ ଚୌକିଦାରକୁ ବାହାର କରି ଚୋରି କରିବାର ଷଡ଼ଯନ୍ତ୍ରର ସୂଚନା ଦେଶବାସୀ ପାଇଥିବାରୁ ଆଗାମୀ ଦିନରେ ଦେଶବାସୀ ଚୋରଙ୍କ ବିରୋଧରେ ସଠିକ୍ ପଦକ୍ଷେପ ନେବେ।

ସେହିପରି ଚିଟଫଣ୍ଡ ମାମଲାରେ ରାହୁଲ ଦୋମୁହାଁ ନୀତି ଅବଲମ୍ବନ କରୁଥିବାରୁ ବିଜେପି କଡ଼ା ସମାଲୋଚନା କରିଛି। ସେ କହିଛନ୍ତି ଯେ ଭୁବନେଶ୍ୱରରେ ଚିଟଫଣ୍ଡ ମାମଲାରେ ରାହୁଲ ଗାନ୍ଧି ତମ୍ଭିତୋଫାନ କରୁଥିବା ବେଳେ ପଶ୍ଚିମବଙ୍ଗରେ ଏହି ମାମଲାରେ ମମତା ବାନାର୍ଜୀଙ୍କୁ ସହଯୋଗର ହାତ ବଢ଼ାଇବାର ଉଦ୍ଦେଶ୍ୟ କଣ ? ୩୦ କୋଟିର ଠକେଇ ମାମଲାରେ ଦିଲ୍ଲୀ ପୋଲିସର ସମନ ପାଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସହ ରାହୁଲ ଗାନ୍ଧୀ ସଭାମଞ୍ଚରେ ବସିବା ସହ ତାଙ୍କୁ ପ୍ରଶଂସା କଲେ।

ପୂର୍ବରୁ ଗାନ୍ଧୀ ପରିବାରର ଅତ୍ୟନ୍ତ ଅନ୍ତରଙ୍ଗ ଶ୍ୟାମ୍ ପିଟ୍ରୋଡାଙ୍କୁ ନବୀନ ପଟ୍ଟନାୟକ ମନ୍ତ୍ରୀର ମାନ୍ୟତା ଦେଇ ଓଡିଶାରେ ସମ୍ମାନିତ କରିଥିଲେ। ବିଜେପି ଆନ୍ଦୋଳନ କାରଣରୁ ଶ୍ୟାମ ପିଟ୍ରୋଡା ଓଡିଶାରୁ ବିଦା ହୋଇଛନ୍ତି କିନ୍ତୁ ବିଦେଶରେ କଂଗ୍ରେସ ଦଳର ଅଧିକୃତ ଦାୟିତ୍ୱ ସହ ଗାନ୍ଧୀ-ନେହରୁ ପରିବାରର ସେବା କରୁଛନ୍ତି।

ନିରଞ୍ଜନ ପଟ୍ଟନାୟକଙ୍କର ଠକେଇ ମାମଲା ସହ ଶ୍ୟାମ ପିଟ୍ରୋଡାଙ୍କର କଣ ସମ୍ପର୍କ ରହିଛି ବୋଲି ସେ ପ୍ରଶ୍ନ କରିବା ସହ କଂଗ୍ରେସ ଅଧ୍ୟକ୍ଷ ସବୁ ଜାଣିଶୁଣି ଘୋଡ଼ାଉଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ଚାଷୀଙ୍କୁ ଋଣଛାଡ଼ ମାମଲାରେ ରାହୁଲ ମିଛ କହୁଛନ୍ତି। ବିଜେପି ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ପ୍ରକୃତ ଋଣଛାଡ଼ କରିଥିବା ବେଳେ ପଞ୍ଜାବ, କର୍ଣ୍ଣାଟକରେ ଋଣଛାଡ଼ ଘୋଷଣା ଛଡ଼ା କିଛି ହୋଇନାହିଁ।

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ଚାଷୀ ମଧ୍ୟ ଋଣ ଛାଡ଼ ପାଇବା ପାଇଁ ଆଜି ବି ସଂଘର୍ଷ କରୁଛି। ସେହିପରିି ୨୦୦୯ ମସିହାରେ ବିଜେପି, ବିଜେଡି ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିବା ପରେ କଂଗ୍ରେସ ଦଳ ଆଶାବାଡ଼ି ହୋଇ ବିଜେଡିକୁ ସାହାଯ୍ୟ କରିବା କାରଣରୁ ନବୀନ ପଟ୍ଟନାୟକ ସରକାର ତିଷ୍ଠି ରହିଥିଲା, ତେଣୁ ବିଜେଡି ସହ କଂଗ୍ରେସର ଭିତରି ସମ୍ପର୍କ ସମସ୍ତେ ଜାଣନ୍ତି ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି।

Related story