ଶିକ୍ଷକଙ୍କୁ ନିର୍ବାଚନ ଭେଟି, ବସ୍ତିବାସିନ୍ଦାଙ୍କୁ ପୁଣି ଲଲିପପ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନରେ ଜିତିବା ପାଇଁ ବିଜେଡି ସରକାର ଏବେ ସବୁପ୍ରକାର ଉଦ୍ୟମ ଆରମ୍ଭ କରି ଦେଇଛି। ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଘର ମରାମତି ସହାୟତାଠୁ ଜୀବିକା ଭତ୍ତା ଦେଇଥିବା ବିଜେଡି ସରକାର ଶିକ୍ଷକ, ଅଧ୍ୟାପକ, ବସ୍ତିବାସିନ୍ଦା ଓ ସହରରେ ସରକାରୀ ସ୍କିମରେ ଘର ନେଇଥିବା ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟରେ ଏକାଧିକ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱରେ ପ୍ରଥମ ବୋଲି ଦାବି କରି ୨୦୧୭ ମସିହାରେ ସହରାଂଚଳର […]

CM Naveen Patnaik

CM Naveen Patnaik

Ordigital Desk
  • Published: Friday, 31 December 2021
  • Updated: 31 December 2021, 04:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନରେ ଜିତିବା ପାଇଁ ବିଜେଡି ସରକାର ଏବେ ସବୁପ୍ରକାର ଉଦ୍ୟମ ଆରମ୍ଭ କରି ଦେଇଛି। ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଘର ମରାମତି ସହାୟତାଠୁ ଜୀବିକା ଭତ୍ତା ଦେଇଥିବା ବିଜେଡି ସରକାର ଶିକ୍ଷକ, ଅଧ୍ୟାପକ, ବସ୍ତିବାସିନ୍ଦା ଓ ସହରରେ ସରକାରୀ ସ୍କିମରେ ଘର ନେଇଥିବା ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟରେ ଏକାଧିକ ନିଷ୍ପତ୍ତି ନେଇଛନ୍ତି।

ବିଶ୍ୱରେ ପ୍ରଥମ ବୋଲି ଦାବି କରି ୨୦୧୭ ମସିହାରେ ସହରାଂଚଳର ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ଆଣିଥିଲେ ମଧ୍ୟ ଗତ ୪ବର୍ଷ ମଧ୍ୟରେ ଏଦିଗରେ ବିଶେଷ ଅଗ୍ରଗତି ହୋଇନଥିବା ଖୋଦ ସରକାର ସ୍ୱୀକାର କରିବା ସହ ପୌର ନିର୍ବାଚନରେ ବସ୍ତିବାସିନ୍ଦାଙ୍କ ରୋଷର ଶିକାର ହେବାର ଆଶଙ୍କାରେ ଆଜି ସ୍ୱତନ୍ତ୍ର ଅଧ୍ୟାଦେଶ ଆଣି ବସ୍ତିବାସିନ୍ଦାଙ୍କୁ ‘ସହର ଉପରେ ଅଧିକାର’କୁ ସୁନିଶ୍ଚିତ କରାଯାଉଛି ବୋଲି ଦର୍ଶାଇଛନ୍ତି । ଯାହାକି ପୁଣିଥରେ ଗରିବ ବସ୍ତିବାସନ୍ଦାଙ୍କୁ ‘ଲଲିପପ୍‌’ ସଦୃଶ ହୋଇଛି।

କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏସବୁ ପ୍ରସ୍ତାବ ମଧ୍ୟରେ ଶତ ପ୍ରତିଶତ ବ୍ଲକଗ୍ରାଣ୍ଟ ଅନୁଦାନ ପାଉଥିବା ହାଇସ୍କୁଲ, ଉଚ୍ଚ ପ୍ରାଥମିକ ସ୍କୁଲ ଓ ମଦ୍ରାସାର ଯୋଗ୍ୟ ଶିକ୍ଷକ ଓ ଅଣଶିକ୍ଷକଙ୍କୁ ସପ୍ତମ ବେତନ ହାରରେ ଗ୍ରାଣ୍ଟ-ଇନ୍‌-ଏଡ୍ ପ୍ରଦାନ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହା ଦ୍ୱାରା ଏସବୁ ସ୍କୁଲ ଓ ମଦ୍ରାସାର ୧୦୦ ପ୍ରତିଶତ ଗ୍ରାଣ୍ଟଇନ୍ ଏଡ୍ ପାଉଥିବା ୨୬୧୬୪ଜଣ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ । ଏଥିପାଇଁ ରାଜକୋଷ ଉପରେ ବାର୍ଷିକ ୧୨୬କୋଟି ଟଙ୍କା ଅତିରିକ୍ତ ବୋଝ ପଡ଼ିବ। ଏହି ସ୍କୁଲ ଓ ମଦ୍ରସାଗୁଡ଼ିକର ଶିକ୍ଷକ ଓ ଅଣଶିକ୍ଷକମାନେ ଏବେ ଷଷ୍ଠ ବେତନ ହାରରେ ଶତପ୍ରତିଶତ ଗ୍ରାଣ୍ଟଇନଏଡ୍ ପାଉଛନ୍ତି। ଆସନ୍ତା ୨୦୧୮ ଜାନୁୟାରୀ ପହିଲାରୁ ପିଛିଲା ଭାବେ ସେମାନେ ସପ୍ତମ ବେତନ ହାରରେ ଗ୍ରାଣ୍ଟଇନଏଡ୍ ପାଇବେ।

ସେହିପରି ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକର ଉଭୟ ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ହାରରେ ଗ୍ରାଣ୍ଟଇନଏଡ୍ ଦେବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏଥିରେ ମୋଟ ୧୫,୬୬୪ଜଣ ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ୧୬୬କୋଟି ଟଙ୍କାର ବୋଝ ପଡ଼ିବ । ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକର ଷଷ୍ଠ ବେତନ କମିଶନ ହାରରେ ଶତପ୍ରତିଶତ ଗ୍ରାଣ୍ଟଇନଏଡ୍ ପାଉଥିବା ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀମାନେ ପିଛିଲା ଭାବେ ଏହି ସଂଶୋଧିତ ଅନୁଦାନ ୨୦୧୮ ଜାନୁୟାରୀ ୧ରୁ ପାଇବେ। ୨୦୨୨ ଫେବୃୟାରୀ ମାସ ଦରମାରେ ଏହି ବର୍ଦ୍ଧିତ ଅନୁଦାନ ସେମାନଙ୍କୁ ସିଧାସଳଖ ମିଳିବ।

ଏସବୁ ବ୍ୟତୀତ ସରକାରୀ କଲେଜଗୁଡ଼ିକର ୩ଟି ନିଯୁକ୍ତି ଓ ସେବା ସର୍ତ୍ତାବଳୀରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି । ଓଡ଼ିଶା ସରକାରୀ କଲେଜ ପିଇଟି ନିଯୁକ୍ତି ଓ ସେବା ସର୍ତ୍ତାବଳୀ-୨୦୧୯, ଓଡ଼ିଶା ଲାଇବ୍ରେରୀ ନିଯୁକ୍ତି ଓ ସେବା ସର୍ତ୍ତାବଳୀ ନିୟମାବଳୀ-୨୦୧୭, ଲାବ୍ରୋଟୋରୀ ଆସିଷ୍ଟାଂଟ୍ ଓ ଷ୍ଟୋରକିପର ନିଯୁକ୍ତି ଓ ସେବା ସର୍ତ୍ତାବଳୀ ନିୟମାବଳୀ-୨୦୧୭ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।

ସେହିପରି ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବସ୍ତିବାସିନ୍ଦାଙ୍କ ତୁଷ୍ଟୀକରଣ ପାଇଁ ଓଡ଼ିଶା ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଆଇନ-୨୦୧୭ ଓ ଓଡ଼ିଶା ମହାନଗର ନିଗମ ଅଧିନିୟମ-୨୦୦୩ରେ ସଂଶୋଧନ କରିଥିଲେ । ୨୦୧୭ ମସିହାରୁ ରାଜ୍ୟର ସମସ୍ତ ମହାନଗର, ପୌରାଂଚଳ ଓ ଏନଏସିରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ୪ବର୍ଷ ବିତିଯାଇଥିଲେ ମଧ୍ୟ ବସ୍ତିବାସିନ୍ଦାଙ୍କୁ ସମ୍ପତ୍ତିଗତ ଅଧିକାର ପ୍ରଦାନ କରିବାରେ ବିଭିନ୍ନ କାରଣରୁ ବିଶେଷ ଅଗ୍ରଗତି ହୋଇପାରିନଥିବା ସରକାର ନିଜେ ସ୍ୱୀକାର କରିଛନ୍ତି । ଏପରିକି ମହାନଗର ନିଗମ ଅଂଚଳରେ ବାସ କରୁଥିବା ୨ଲକ୍ଷରୁ ଅଧିକ ବସ୍ତିବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ସହାୟତା ମିଳିପାରୁନି ବୋଲି ସରକାର ବହୁ ବିଳମ୍ବରେ ହୃଦବୋଧ କରିଛନ୍ତି ।

ବସ୍ତିବାସିନ୍ଦାଙ୍କୁ ସର୍ବନିମ୍ନ ୩୦ବର୍ଗମିଟର ପର୍ଯ୍ୟନ୍ତ ସରକାରୀ ଜମି ଉପଲବ୍ଧ କରାଇବା ଅବା ଯେଉଁଠି ସମ୍ଭବ ହେବ ସେହି ସ୍ଥାନରେ ସମ୍ପତ୍ତିଗତ ଅଧିକାର ଦେବାକୁ ପୂର୍ବରୁ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଏବେ ମହାନଗର ଅଂଚଳରେ ସେହି ପ୍ରାବଧାନକୁ ଆଇନଗତ ସ୍ୱୀକୃତି ଦେବାକୁ ଅଧ୍ୟାଦେଶ ମାଧ୍ୟମରେ ଆଇନରେ ସଂଶୋଧନ କରାଇବାକୁ ପଦକ୍ଷେପ ନେଇଛନ୍ତି । ଏହା ଦ୍ୱାରା ରାଜ୍ୟର ୫ଟି ମହାନଗର ନିଗମରେ ବାସ କରୁଥିବା ୯.୭୦ଲକ୍ଷ ବସ୍ତିବାସିନ୍ଦା ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଆଜିର ଅଧ୍ୟାଦେଶ ଆଣି ସରକାର ବସିବାସିନ୍ଦା ବାସ କରୁଥିବା ସହର ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ନୂଆ ଆଶ୍ୱାସନା ଦେବା ସହ ଗତ ୪ବର୍ଷ ମଧ୍ୟରେ ଏହି ବସ୍ତିବାସିନ୍ଦାଙ୍କୁ ସରକାର କେବଳ ଭୁଆଁ ବୁଲାଇ ଆସୁଥିବା ପରୋକ୍ଷରେ ଆଜି ପ୍ରମାଣିତ ହୋଇଛି ।

ଏସବୁ ବ୍ୟତୀତ ଓଡ଼ିଶା ରାଜ୍ୟ ଗୃହନିର୍ମାଣ ବୋର୍ଡ ଓ ବିଡିଏର ୧୬ଟି ପ୍ରକଳ୍ପରେ ଘର ଓ ଦୋକାନ ନେଇଥିବା ପ୍ରାୟ ୫୨୩୫ଜଣ ଲିଜଧାରୀଙ୍କୁ ନିଜର ଏହି ଘରକୁ ବନ୍ଧକ ଓ ବିକ୍ରି ଭଳି କ୍ଷମତା ପ୍ରଦାନ ନିମନ୍ତେ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story