Advertisment

ବିଦ୍ୟୁତ୍ ଦର କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଛତିଶଗଡ଼ ପ୍ରୀତି!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ଏଯାଏ କୌଣସି ସମାଧାନର ପନ୍ଥା ବାହାରି ପାରିନାହିଁ। ଏହାରି ଭିତରେ ସାମ୍ନାକୁ ଆସିଛି ଓଡ଼ିଶା ସରକାରଙ୍କ ଛତିଶଗଡ଼ ପ୍ରୀତି। ବିଦ୍ୟୁତ ଦର କ୍ଷେତ୍ରରେ ଓଡ଼ିଶାବାସୀଙ୍କୁ ଉପେକ୍ଷା କରି ରାଜ୍ୟ ସରକାର ଛତିଶଗଡ଼କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ଗତ ମାର୍ଚ୍ଚରେ ବିଦ୍ୟୁତ ଦର ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରି, ରାଜ୍ୟର ଉପଭୋକ୍ତାଙ୍କ ଉପରେ ବୋଝ ବଢ଼ାଇଥିଲେ। ହେଲେ ହୀରାକୁଦ ଜଳ ବିଦ୍ୟୃତ ପ୍ରକଳ୍ପରୁ ଛତିଶଗଡ଼ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ରାଜ୍ୟରେ ବଢ଼ିଲା ବିଦ୍ୟୁତ ଦର

electricity

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ଏଯାଏ କୌଣସି ସମାଧାନର ପନ୍ଥା ବାହାରି ପାରିନାହିଁ। ଏହାରି ଭିତରେ ସାମ୍ନାକୁ ଆସିଛି ଓଡ଼ିଶା ସରକାରଙ୍କ ଛତିଶଗଡ଼ ପ୍ରୀତି। ବିଦ୍ୟୁତ ଦର କ୍ଷେତ୍ରରେ ଓଡ଼ିଶାବାସୀଙ୍କୁ ଉପେକ୍ଷା କରି ରାଜ୍ୟ ସରକାର ଛତିଶଗଡ଼କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି।

Advertisment

ଗତ ମାର୍ଚ୍ଚରେ ବିଦ୍ୟୁତ ଦର ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରି, ରାଜ୍ୟର ଉପଭୋକ୍ତାଙ୍କ ଉପରେ ବୋଝ ବଢ଼ାଇଥିଲେ। ହେଲେ ହୀରାକୁଦ ଜଳ ବିଦ୍ୟୃତ ପ୍ରକଳ୍ପରୁ ଛତିଶଗଡ଼ ନେଉଥିବା ବିଦ୍ୟୁତ ଦରକୁ ହ୍ରାସ କରାଯାଇଥିବା ସୂଚନା ମିଳିଛି। ଛତିଶଗଡ଼ ସରକାରଙ୍କ ବିଦ୍ୟୁତ ବିତରଣ କମ୍ପାନୀ CSPDCL ମାର୍ଚ୍ଚ ମାସ ପୂର୍ବରୁ ୟୁନିଟ ପିଛା ୨.୦୦୯ ଟଙ୍କା ଦରରେ ବିଜୁଳି ନେଉଥିବା ବେଳେ ଏହାକୁ ଛତିଶଗଡ଼ର ଦାବି କ୍ରମେ ୧ଟଙ୍କା ୮୦ ପଇସାକୁ ହ୍ରାସ କରିଛନ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି।

ଓଇଆରସିର ଏଭଳି ବିଚିତ୍ର ନୀତିକୁ ନେଇ ରାଜନୈତିକ ମହଲରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ, ଶକ୍ତି ମନ୍ତ୍ରୀ କହିଛନ୍ତି ବଳକା ବିଦ୍ୟୁତକୁ ରିୟଲ୍ ଟାଇମରେ ଜାତୀୟ ସ୍ତରରେ ନିଲାମ କରାଯାଏ।

Advertisment

ସୂଚନାଯୋଗ୍ୟ ଯେ, ଚୁକ୍ତି ଅନୁସାରେ CSPDCLକୁ ଗ୍ରୀଡକୋ ଜରିଆରେ ବାର୍ଷିକ ୧୬ ମିଲିୟନ୍ ୟୁନିଟ ବିଦ୍ୟୁତ ବିକିଥାନ୍ତି ହୀରାକୁଦ ଜଳ ବିଦ୍ୟୁତ୍ ପ୍ରକଳ୍ପ କର୍ତ୍ତୃପକ୍ଷ।

Electricity Price