ସ୍ଥାନାନ୍ତରକୁ ନେଇ ମିଛ କହୁଛନ୍ତି ସରକାର: କହିଥିଲେ ୩ ଲକ୍ଷ, ହୋଇଛନ୍ତି ମାତ୍ର ୧ ଲକ୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ତିତ୍‌ଲି’ର ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ ଥିବା କହିଥିଲେ। ‘ତିତ୍‌ଲି’ ଆସି ତାଣ୍ଡବ ରଚିଦେଇ ଗଲା। ଏବେ ସରକାର କେତେ ପ୍ରସ୍ତୁତ ଥିଲେ, ତାହା ଧୀରେ ଧୀରେ ପଦାକୁ ଆସୁଛି। ଜିରୋ କାଜ୍ୟୁଆଲିଟି କଥା କହୁଥିବା ସରକାର ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ୱୀକାର କରିଛନ୍ତି। ହେଲେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୪୫ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ସେହିପରି ତିତ୍‌ଲିକୁ ନେଇ ସରକାରଙ୍କ ଆଉ ଏକ ମିଛ […]

titli

Tapaswini Nayak
  • Published: Monday, 15 October 2018
  • , Updated: 15 October 2018, 10:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): 'ତିତ୍‌ଲି'ର ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ ଥିବା କହିଥିଲେ। 'ତିତ୍‌ଲି' ଆସି ତାଣ୍ଡବ ରଚିଦେଇ ଗଲା। ଏବେ ସରକାର କେତେ ପ୍ରସ୍ତୁତ ଥିଲେ, ତାହା ଧୀରେ ଧୀରେ ପଦାକୁ ଆସୁଛି। ଜିରୋ କାଜ୍ୟୁଆଲିଟି କଥା କହୁଥିବା ସରକାର ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ୱୀକାର କରିଛନ୍ତି। ହେଲେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୪୫ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି।

ସେହିପରି ତିତ୍‌ଲିକୁ ନେଇ ସରକାରଙ୍କ ଆଉ ଏକ ମିଛ ଧରା ପଡ଼ିଛି। ସରକାର ଲୋକଙ୍କ ସ୍ଥାନାନ୍ତର ସଂଖ୍ୟାକୁ ନେଇ ମିଛ କହିଥିବା ପଦାକୁ ଆସିଛି।

ସରକାରଙ୍କ ଦ୍ୱାରା ଜାରି ହୋଇଥିବା ମୋଟ୍ ସଂଖ୍ୟା ଓ ଜିଲ୍ଲାୱାରି ସଂଖ୍ୟା ମଧ୍ୟରେ ଆକାଶପାତାଳ ପ୍ରଭେଦ ଦେଖିବାକୁ ମିଳିଛି। ମୋଟ ୩ ଲକ୍ଷ ୬୦ ହଜାର ୧୩୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ଏସ୍‌ଆରସିଙ୍କ ପକ୍ଷରୁ ତଥ୍ୟ ଦିଆଯାଇଥିବା ବେଳେ ଏହାର ଅଧା ଲୋକ ମଧ୍ୟ ସ୍ଥାନାନ୍ତର ହୋଇନଥିବା ଜଣାପଡ଼ିଛି।

ଜିଲ୍ଲାୱାରୀ ତଥ୍ୟ ଅନୁସାରେ ସ୍ଥାନାନ୍ତର ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୧ଲକ୍ଷ ୧୩ ହଜାର ୨୨୪ ରହିଛି।

ଗଞ୍ଜାମରେ ସର୍ବାଧିକ ୯୪ ହଜାର ୨୬୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗଜପତିରେ ୧୩ ହଜାର ୧୩୯, କନ୍ଧମାଳରେ ୨୯୦, ଖୋର୍ଦ୍ଧାରେ ୬, କଟକରେ ୨ହଜାର ୧୩୯, ବାଲେଶ୍ୱରରେ ୧୭ ଶହ ୨୭, ମୟୂରଭଞ୍ଜରେ ୧ହଜାର ୨୨୦, ଯାଜପୁରରେ ୧୨୩ ଏବଂ ଅନୁଗୋଳରେ ୩୧୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ତଥ୍ୟ ଦିଆଯାଇଛି।

ଏମିତିକି ଏବେ ବି ୧ଲକ୍ଷ ୧୨ ହଜାର ୯୩୧ ବିଭିନ୍ନ ରିଲିଫ୍ କ୍ୟାମ୍ପରେ ରହିଥିବା ନେଇ ତଥ୍ୟ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ପାଇଲିନ ବାତ୍ୟା ବେଳେ ରାଜ୍ୟ ସରକାର ଦଶ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିବା ଦାବି କରିଥିଲେ ଏବଂ ତାହା କିଛି ଅଫିସରଙ୍କ ମନଗଢ଼ା ଓ ଅତିରଞ୍ଜିତ ସଂଖ୍ୟା ବୋଲି କେତେକ ଗଣମାଧ୍ୟମ ସେ ସମୟରେ କହିଥିଲେl

Related story