ରାଜ୍ୟରେ ପ୍ରତିଷ୍ଠା ହେବ ଇସ୍ପାତ ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ରୁଗ୍ଣ ସ୍ଥିତିରେ ଥିବା ଇସ୍ପାତ ଶିଳ୍ପ ଗୁଡିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ରାଜ୍ୟରେ ନୂଆ କରି ପ୍ରତିଷ୍ଠା ହେବ ଇସ୍ପାତ ନିର୍ଦ୍ଦେଶାଳୟ। ଗୁରୁବାର ରାଜ୍ୟ କ୍ୟାବିନେଟ୍ ଏ ସଂପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଇସ୍ପାତ ଶିଳ୍ପ, ସ୍ପଂଜ ଆଇରନ ଇଣ୍ଡଷ୍ଟ୍ରୀ, ପେଲେଟ୍ ଶିଳ୍ପ ଏବଂ ବେନିଫିସିଏସନ୍ ପ୍ଲାଣ୍ଟକୁ କଂଚାମାଲ ଯୋଗାଇବା, ଡାଟାବେସ୍ ପ୍ରସ୍ତୁତି, ଆବଶ୍ୟକ ଅନୁମୋଦନ ଦେବା କ୍ଷେତ୍ରରେ ଇସ୍ପାତ ନିର୍ଦ୍ଦେଶାଳୟ କାମ କରିବ। ଏନେଇ ଉପଦେଷ୍ଟା ନିଯୁକ୍ତ ହେବ। ଇସ୍ପାତ ବିଭାଗର ଅତିରିକ୍ତ ସଚିବ […]

csc-a.padhi

Rakesh Mallick
  • Published: Thursday, 31 December 2015
  • , Updated: 31 December 2015, 03:22 PM IST

ଭୁବନେଶ୍ୱର: ରୁଗ୍ଣ ସ୍ଥିତିରେ ଥିବା ଇସ୍ପାତ ଶିଳ୍ପ ଗୁଡିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ରାଜ୍ୟରେ ନୂଆ କରି ପ୍ରତିଷ୍ଠା ହେବ ଇସ୍ପାତ ନିର୍ଦ୍ଦେଶାଳୟ। ଗୁରୁବାର ରାଜ୍ୟ କ୍ୟାବିନେଟ୍ ଏ ସଂପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।

ଇସ୍ପାତ ଶିଳ୍ପ, ସ୍ପଂଜ ଆଇରନ ଇଣ୍ଡଷ୍ଟ୍ରୀ, ପେଲେଟ୍ ଶିଳ୍ପ ଏବଂ ବେନିଫିସିଏସନ୍ ପ୍ଲାଣ୍ଟକୁ କଂଚାମାଲ ଯୋଗାଇବା, ଡାଟାବେସ୍ ପ୍ରସ୍ତୁତି, ଆବଶ୍ୟକ ଅନୁମୋଦନ ଦେବା କ୍ଷେତ୍ରରେ ଇସ୍ପାତ ନିର୍ଦ୍ଦେଶାଳୟ କାମ କରିବ। ଏନେଇ ଉପଦେଷ୍ଟା ନିଯୁକ୍ତ ହେବ। ଇସ୍ପାତ ବିଭାଗର ଅତିରିକ୍ତ ସଚିବ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ଆସନ୍ତା ଏପ୍ରେଲ ୧ରୁ କାର୍ଯ୍ୟକାରୀ ହେବ ଇସ୍ପାତ ନିଦ୍ଦେର୍ଶାଳୟ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ରାଜ୍ୟରେ ଷ୍ଟିଲ୍ ଶିଳ୍ପର ବିକାଶ ହେଉଛି। ବର୍ତ୍ତମାନ ରାଜ୍ୟରେ ଷ୍ଟିଲ୍, ସ୍ପଞ୍ଜ ଆଇରନ୍ ଓ ପେଲେଟ୍ ପ୍ଲାଣ୍ଟଗୁଡ଼ିକ ହେଉଛନ୍ତି ରାଜ୍ୟର ମୁଖ୍ୟ ଶିଳ୍ପ। ବର୍ତ୍ତମାନ ଆମର ଖଣିଜ ନିର୍ଦ୍ଦେଶାଳୟ ରହିଛି। ସେହିପରି ଜିଓଲୋଜି ନିର୍ଦ୍ଦେଶାଳୟ ମଧ୍ୟ ରହିଛି। ସେହିଭଳି ଇସ୍ପାତ ଶିଳ୍ପରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ କରିବା ଲାଗି ଏକ ଇସ୍ପାତ ନିର୍ଦ୍ଦେଶାଳୟ ଖୋଲାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଏହି ନିର୍ଦ୍ଦେଶାଳୟର ମୁଖ୍ୟ ରହିବେ। ଇସ୍ପାତ ଶିଳ୍ପ ସଂପର୍କରେ ଅଭିଜ୍ଞତା ରହିଥିବା ବ୍ୟକ୍ତିମାନଙ୍କୁ ସେ ସରକାରଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେବେ। ସେମାନେ ସରକାରଙ୍କୁ ଷ୍ଟିଲ୍ ଶିଳ୍ପ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେବେ।

ସେହିପରି ଇସ୍ପାତ ଶିଳ୍ପକୁ ଲଙ୍ଗ୍ ଟର୍ମ ଲିଙ୍କେଜ୍ ଜରିଆରେ କଂଚାମାଲ ଯୋଗାଣ ବ୍ୟବସ୍ଥାରେ ସରଳୀକରଣ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଜୁଂରୀ ଦେଇଛି। ଏହି ପ୍ରକାରେ ଜୋରିମାନା ଆଦାୟ ପରିମାଣକୁ ହ୍ରାସ କରାଯିବା ନେଇ ନିଷ୍ପତ୍ତି ହୋଇଛି।

ଇସ୍ପାତ ଓ ଖଣି ସଚିବ ଆର.କେ ଶର୍ମା କହିଛନ୍ତି ଯେ ଲଙ୍ଗ୍ ଟର୍ମ ଲିଙ୍କେଜର ପୂର୍ବ ନୀତି ଅନୁଯାୟୀ ଯଦି ଏକ ଇସ୍ପାତ କାରଖାନା ଲିଜ୍ ପାଇଥିବା ଓରରୁ ୯୦ ପ୍ରତିଶତ ଉଠାଇବ ନାହିଁ, ତା’ହେଲେ ତାକୁ ଦିଆଯାଇଥିବା ମୋଟ ଓରର ପରିମାଣର ବିକ୍ରି ମୂଲ୍ୟର ୫ ପ୍ରତିଶତ ଜୋରିମାନା ଭାବେ ଆଦାୟ କରାଯାଉଥିଲା। କିନ୍ତୁ କଂପାନୀଗୁଡ଼ିକ ଏନେଇ ଆପତ୍ତି ଜଣାଇ ଆସୁଥିଲେ। ଆଦାୟ କରାଯାଉଥିବା ଜୋରିମାନା ବହୁତ ବେଶୀ ହୋଇଯାଉଛି ବୋଲି କଂପାନୀଗୁଡ଼ିକ ଅଭିଯୋଗ କରୁଥିଲେ। ସେମାନଙ୍କର ଦାବି ଥିଲା ଯେ କେବଳ ଉଠାଯାଇ ନ ଥିବା ଓରର ପରିମାଣ ଉପରେ ହିସାବ କରି ଜୋରିମାନା ଆଦାୟ କରାଯାଉ। ମୋଟ ଓରର ପରିମାଣ ଉପରେ ଜୋରିମାନା ଆଦାୟ କରା ନ ଯାଉ। ସେମାନଙ୍କ ଦାବିକୁ ରାଜ୍ୟ କ୍ୟାବିନେଟ୍ ବିଚାରକୁ ନେଇଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ଯେ ଏହା ପରଠାରୁ ଲଙ୍ଗ୍ ଟର୍ମ ଲିଙ୍କେଜ୍ ପଲିସି (ଏଲଟିଏଲପି)ର ସବିଶେଷ ବ୍ୟବସ୍ଥା ନେଇ ଓଏମସି ବୋର୍ଡ ନିଷ୍ପତ୍ତି ନେବ। ଇସ୍ପାତ ଶିଳ୍ପଗୁଡ଼ିକୁ ଓଏମସି କ୍ରେଡିଟ୍ ସେଲ୍ ଉପରେ ମଧ୍ୟ ରିହାତି ଦେଇ ପାରିବ।

Related story