ସିଲାବସ୍‌ କାଣ୍ଟଛାଣ୍ଟକୁ ନେଇ ପ୍ରଶ୍ନ ଉଠାଇଲେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଲା ସିଲାବସ୍‌। ହେଲେ କମିଲାନି ସମସ୍ୟା। କମିବା ବଦଳରେ ବଢ଼ିଲା ଚାପ। ମହାମାରୀ କରୋନା କଟକଣା ପିଲାଙ୍କ ପାଠପଢ଼ାରେ ଗୁରୁତର ସଙ୍କଟ ସୃଷ୍ଟି କରିବା ପରେ ଚଳିତ ବର୍ଷର ସିଲାବସକୁ ୩୦ ପ୍ରତିଶତ କାଣ୍ଟଛାଣ୍ଟ କରିଥିଲେ ରାଜ୍ୟ ସରକାର। ସିବିଏସଇ ଓ ଆଇସିଏସଇ ଢାଞ୍ଚାରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ। ପିଲାଙ୍କ ଅଭିଯୋଗ, ଗଲା ତିନି ମାସ ଧରି ଅନଲାଇନରେ ଯେଉଁ ପାଠ […]

matric

Manoranjan Sial
  • Published: Thursday, 27 August 2020
  • , Updated: 27 August 2020, 08:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଲା ସିଲାବସ୍‌। ହେଲେ କମିଲାନି ସମସ୍ୟା। କମିବା ବଦଳରେ ବଢ଼ିଲା ଚାପ। ମହାମାରୀ କରୋନା କଟକଣା ପିଲାଙ୍କ ପାଠପଢ଼ାରେ ଗୁରୁତର ସଙ୍କଟ ସୃଷ୍ଟି କରିବା ପରେ ଚଳିତ ବର୍ଷର ସିଲାବସକୁ ୩୦ ପ୍ରତିଶତ କାଣ୍ଟଛାଣ୍ଟ କରିଥିଲେ ରାଜ୍ୟ ସରକାର। ସିବିଏସଇ ଓ ଆଇସିଏସଇ ଢାଞ୍ଚାରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ।

ପିଲାଙ୍କ ଅଭିଯୋଗ, ଗଲା ତିନି ମାସ ଧରି ଅନଲାଇନରେ ଯେଉଁ ପାଠ ପଢିଥିଲେ, କଟିଥିବା ସିଲାବସରେ ସେଇଥିରୁ କିଛି ବିଷୟ ରହିଛି। ତେଣୁ ପରୀକ୍ଷା ସହ ଏହାର ସମ୍ପର୍କ ରହିବନି। ଅନ୍ୟପକ୍ଷରେ ୭୦ ପ୍ରତିଶତ କୋର୍ସ ପ୍ରାୟତଃ ନୂଆ ଥିବାରୁ ପରୀକ୍ଷା ଲାଗି ତାହା ୧୦୦ ପ୍ରତିଶତ ସହ ସମାନ।

ପୂର୍ବରୁ ପଢା ଯାଇଥିବା ପାଠକୁ କୋର୍ସରୁ ବାଦ୍ ଦିଆଯିବା, କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟର ଅଭାବ ବୋଲି କହିଛନ୍ତି ଶିକ୍ଷାବିତ। ତେବେ ସମସ୍ୟା ଏତିକିରେ ସରିନି, ପାଠ୍ୟ ଖସଡ଼ା କମିଥିଲେ ମଧ୍ୟ ଛୁଟିର ଅବଧି ବଢାଯିବା ଓ ଶିକ୍ଷା ବର୍ଷର ୫ ମାସ ଅତିବାହିତ ହୋଇସାରିଥିବାରୁ ପିଲାଙ୍କ ହାତରେ ଆଉ ସମୟ ନାହିଁ। ପଢ଼ିଥିବା ବିଷୟ କାଟ୍ ହୋଇଥିବାରୁ ଷାଣ୍ମାଷିକ ପରୀକ୍ଷା ପାଇଁ ପିଲାଏ କେମିତି ପ୍ରସ୍ତୁତ ହେବେ? ନା ପରୀକ୍ଷା ଗୁଡ଼ିକ ଆଗକୁ ଆଗକୁ ଘୁଞ୍ଚିବ। ତାହା ସ୍ପଷ୍ଟ ହେବା ଦରକାର। ସେହିଭଳି ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଭିତରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୦ ଲକ୍ଷରୁ ଅଧିକ। ହେଲେ ସରକାରଙ୍କ ସୂଚନା ଆଧାରରେ ମାତ୍ର ୨୨ ଲକ୍ଷ ପିଲା ଅନଲାଇନରେ ପାଠ ପଢ଼ୁଥିବାରୁ ବାକି ୩୮ ଲକ୍ଷ ପିଲା ପଢ଼ିବେ କେମିତି? ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ।

ଚଳିତବର୍ଷ ଶିକ୍ଷା କ୍ଷେତ୍ର ଲାଗି କରୋନା ସୃଷ୍ଟି କରିଥିବା କଠିନ ସ୍ଥିତିରେ ଶୀଘ୍ର ପରିବର୍ତ୍ତନର ସମ୍ଭାବନା ନଦେଖି ସିବିଏସ୍ଇ ଓ ଆଇସିଏସଇ ପାଠ୍ୟକ୍ରମ କମାଇଥିଲେ। ଏସବୁ ବୋର୍ଡ଼ ଆଗୁଆ ନିଷ୍ପତ୍ତି ନେବା ସହ ପିଲାଙ୍କ ପରୀକ୍ଷା ବି ଶେଷ କରିଛନ୍ତି। କିନ୍ତୁ ଓଡ଼ିଶାରେ ନିଷ୍ପତ୍ତିରେ ବିଳମ୍ବ, କୋର୍ସ କାଣ୍ଟଛାଣ୍ଟ୍ ବେଳେ ଦୁରଦର୍ଶିତାର ଅଭାବ ଓ ସମସ୍ତଙ୍କ ପାଖରେ ଅନଲାଇନ୍ ପଠାପଢ଼ାର ସାଧନ ନଥିବାରୁ ବଢୁଛି ପିଲାଙ୍କ ଟେନସନ୍। ତେବେ ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।

Related story