ମାଟ୍ରିକ୍‌ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ, ସ୍କୁଲ୍‌ ଘେରିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଟ୍ରିକ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ। ଘେରିଲେ ସ୍କୁଲ୍‌। ରାସ୍ତା ବି ଅବରୋଧ କଲେ। ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ, ପୁରୀ ଓ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ କିଛି ସ୍ଥାନରେ। ତ୍ରୁଟିପୂର୍ଣ୍ଣ ମାର୍କିଂ ହୋଇଥିବା ନେଇ ଏହି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ମିଳିଥିବା ମାର୍କରେ ଅସନ୍ତୋଷ ପ୍ରକାଶ କରି କଟକ କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ମାଟ୍ରିକ୍ ଛାତ୍ରଛାତ୍ରୀ ସ୍କୁଲ୍‌ରେ ହୋହଲ୍ଲା କରିବା ସହିତ […]

Protest

Protest

Jitendra Garnayak
  • Published: Monday, 28 June 2021
  • Updated: 28 June 2021, 04:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଟ୍ରିକ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ। ଘେରିଲେ ସ୍କୁଲ୍‌। ରାସ୍ତା ବି ଅବରୋଧ କଲେ। ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ, ପୁରୀ ଓ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ କିଛି ସ୍ଥାନରେ। ତ୍ରୁଟିପୂର୍ଣ୍ଣ ମାର୍କିଂ ହୋଇଥିବା ନେଇ ଏହି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ମିଳିଥିବା ମାର୍କରେ ଅସନ୍ତୋଷ ପ୍ରକାଶ କରି କଟକ କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ମାଟ୍ରିକ୍ ଛାତ୍ରଛାତ୍ରୀ ସ୍କୁଲ୍‌ରେ ହୋହଲ୍ଲା କରିବା ସହିତ ଶିକ୍ଷକଙ୍କୁ ଘେରିଛନ୍ତି। ଏହି ସ୍କୁଲ୍‌ର ଶତାଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ରହିଥିବା ଦର୍ଶାଇଛନ୍ତି। ସେମାନଙ୍କୁ ଯେଉଁ ମାର୍କ ମିଳିଛି ସେହି ଅନୁସାରେ ସେମାନଙ୍କୁ ଭଲ କଲେଜରେ ଯୁକ୍ତ ଦୁଇ ପଢ଼ିବା ପାଇଁ ସୁଯୋଗ ମିଳିବ ନାହିଁ ବୋଲି ଏହି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ମିଳିଥିବା ମାର୍କ ସେମାନଙ୍କ କ୍ୟାରିୟରେ ଅସୁବିଧା ସୃଷ୍ଟି କରିବ। ଏଥିପାଇଁ ସେମାନେ ପୁନଃମୂଲ୍ୟାୟନ ଦାବି କରିଛନ୍ତି।

ଏହି ସ୍କୁଲ୍‌ର ସ୍ୱପ୍ନା ବେହେରା ନାମକ ଜଣେ ଛାତ୍ରୀ କହିଛନ୍ତି, ବୋର୍ଡ ମୋତେ ୪୫୮ ନମ୍ବର ଦେଇଛି। ଏହା ମୋଟ ମାର୍କର ୭୬% ହେଉଛି। କିନ୍ତୁ ଯେଉଁ ଫର୍ମୁଲାରେ ଏହି ମୂଲ୍ୟାୟନ ହୋଇଛି, ସେଥିରେ ହିସାବ କଲେ ମୁଁ ୫୨୩ ରଖିବା କଥା, ଯାହା ମୋଟ ମାର୍କର ୮୭.୧୭% ହେଉଛି। ବୋର୍ଡ ଯେଉଁ ନମ୍ବର ଦେଇଛି ସେଥିରେ ମୁଁ କୌଣସି ଭଲ କଲେଜରେ ଯୁକ୍ତ ଦୁଇ ସାଇନ୍ସରେ ଆଡ୍‌ମିଶନ୍ ପାଇବି ନାହିଁ। ଅନ୍ୟପକ୍ଷରେ ସ୍କୁଲ୍ କର୍ତ୍ତୃପକ୍ଷ କହୁଛନ୍ତି, ଆମେ କଥା ହେଉଛୁ।

ସେହିଭଳି ସୂର୍ଯ୍ୟନାରାୟଣ ନାୟକ ନାମକ ଜଣେ ଅଭିଭାବକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅକୁ ବୋର୍ଡ ୭୦.୫% ନମ୍ବର ଦେଇଛି। ତାଙ୍କ ଉପରେ ୯୦% ରହିବା କଥା। ଏତେ କମ୍ ନମ୍ବର ଦେଇଥିବାରୁ ତାଙ୍କ ପୁଅକୁ ଭଲ କଲେଜ୍‌ରେ ନାଁ ଲେଖାଇବାକୁ ସୁଯୋଗ ମିଳିବ ନାହିଁ। ବୋର୍ଡ କର୍ତ୍ତୃପକ୍ଷ ଆଉ ଥରେ ହିସାବ କରି ତାଙ୍କ ପୁଅକୁ ନମ୍ବର ଦେବାକୁ ସେ ଅନୁରୋଧ କରିଛନ୍ତି।

କଟକ ବୋର୍ଡ କାର୍ଯ୍ୟାଳୟ ଆଗରେ ମଧ୍ୟ ଅଭିଭାବକଙ୍କ ଭିଡ଼ ଦେଖିବାକୁ ମିଳିଛି। ମୂଲ୍ୟାୟନରେ ତ୍ରୁଟି ଦର୍ଶାଇ ସେମାନେ ରାସ୍ତାରୋକ କରିଛନ୍ତି।

କଟକ କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଭଳି ପୁରୀର ମଧୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାଟ୍ରିକ୍ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ସେମାନେ ବି ଅଭିଭାବକମାନଙ୍କ ସହିତ ମିଶି ସ୍କୁଲ୍ ଘେରାଉ କରିଛନ୍ତି।

ଏହି ସ୍କୁଲ୍‌ର ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ସ୍କୁଲ୍‌ର ସବୁ ପିଲାଙ୍କର ୨୯୩/୨୯୪ ଆଭେରେଜ ମାର୍କିଂ କରାଯାଇଛି। ଅତିବେଶୀ ହେଲେ କାହାକୁ ୩୦୦ ମିଳିଛି। ତା’ଠୁ ଅଧିକ ନମ୍ବର କାହାକୁ ମିଳି ନାହିଁ। ସମସ୍ତଙ୍କର ୫୦% ତଳକୁ ନମ୍ବର ରହିଛି। ସେମାନଙ୍କ ଷ୍ଟାଣ୍ଡାର୍ଡ କ’ଣ ଏତେ ଖରାପ ବୋଲି ପ୍ରଶ୍ନ କରିଛନ୍ତି। ତା’ସହିତ ସେମାନଙ୍କ ଠାରୁ କମ୍‌ ଷ୍ଟାଣ୍ଡାର୍ଡର ପିଲାମାନେ ଅଧିକ ମାର୍କ ରଖିଛନ୍ତି ବୋଲି କହିଛନ୍ତି। ସେମାନଙ୍କୁ ୮୫ରୁ ୯୦% ମାର୍କ ଦିଆଯାଉ ବୋଲି ଏହି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

ଏଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖି ପୁରୀ ଜିଲ୍ଲାପାଳ ଡିଇଓଙ୍କୁ ଆସିଥିବା ଅଭିଯୋଗର ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଭୁବନେଶ୍ୱର ସ୍ଥିତ ବ୍ରହ୍ମେଶ୍ୱର ସରକାରୀ ହାଇସ୍କୁଲରେ ବି ଅସନ୍ତୋଷ ଦେଖିବାକୁ ମିଳିଛି। ମିଳିଥିବା ମାର୍କରେ ଅସନ୍ତୋଷ ପ୍ରକାଶ କରି ଏହି ସ୍କୁଲ୍‌ର ଛାତ୍ରଛାତ୍ରୀମାନେ କିଛି ସମୟ ପାଇଁ ରାସ୍ତା ମଧ୍ୟ ଅବରୋଧ କରିଥିଲେ।

ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ରେଜଲ୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।  ଆଜି ୩୦ରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଏ ବିଷୟରେ ଆଲୋଚନା କରିଛନ୍ତି। ସେମାନେ ମଧ୍ୟ ନମ୍ବର ବଢ଼ାଇବା ପାଇଁ ଦାବି କରିଛନ୍ତି। ଏହି ଛାତ୍ରଛାତ୍ରୀ ମାନଙ୍କ କହିବା କଥା ସେମାନେ ୯୦% ମାର୍କ ରଖୁଥିବା ବେଳେ ଦଶମ ପରୀକ୍ଷାରେ ସେମାନଙ୍କୁ ୭୦% ମାର୍କ କିଭଳି ମିଳିଲା।

ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ନେଇ କଟକ ଜିଲ୍ଲା ସାଲେପୁର ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ବିକ୍ଷୋଭ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ସାଇ ଗୁରୁକୃପା ଆବାସିକ ବିଦ୍ୟାଳୟର ପିଲାମାନେ।

ସୂଚନାଯୋଗ୍ୟ, ଜୁନ୍ ୨୫ ତାରିଖରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିଲା। କରୋନା ଯୋଗୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ୍ ପିଲାମାନଙ୍କର ପରୀକ୍ଷା କରାନଯାଇ ଫଳ ପ୍ରକାଶ କରାଯାଇଥିଲା। ବିକଳ୍ପ ବ୍ୟବସ୍ଥା ଯୋଗେ ଏଥର ମୂଲ୍ୟାୟନ ହୋଇଥିବା ବେଳେ ଏଥିରେ ୯୭.୮% ପିଲା ପାସ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story