Advertisment

କଟକ ମେୟର ନିର୍ବାଚନ; ବିଜେଡିର ସୁବାସ ସିଂ ସବୁଠୁ ଧନୀ

କଟକ(ଓଡ଼ିଶା ରିପୋର୍ଟର): ସିଲିଭର ସିଟି କଟକରେ ଏଥର ଜୋରଦାର ହେବ ମେୟର ନିର୍ବାଚନ । ମେୟର ପଦ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି। ତେବେ ଏହି ୩ ପ୍ରାର୍ଥୀଙ୍କ ମଧ୍ୟରେ ଶାସକ ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଥିବା କଟକର ଶ୍ରମିକ ନେତା ତଥା ରାଜ୍ୟସଭା ସାଂସଦ ସୁବାସ ସିଂହ ସବୁଠୁ ଧନୀ । ସମ୍ପତ୍ତି ତାଲିକାରେ କଂଗ୍ରେସର ଗିରିବାଳା ବେହେରା ଓ […]

author-image
Niharika Rout
ଅଦ୍ୟତନ ହୋଇଛି
କଟକ ମେୟର ନିର୍ବାଚନ; ବିଜେଡିର ସୁବାସ ସିଂ ସବୁଠୁ ଧନୀ

subas-singh

କଟକ(ଓଡ଼ିଶା ରିପୋର୍ଟର): ସିଲିଭର ସିଟି କଟକରେ ଏଥର ଜୋରଦାର ହେବ ମେୟର ନିର୍ବାଚନ । ମେୟର ପଦ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି। ତେବେ ଏହି ୩ ପ୍ରାର୍ଥୀଙ୍କ ମଧ୍ୟରେ ଶାସକ ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଥିବା କଟକର ଶ୍ରମିକ ନେତା ତଥା ରାଜ୍ୟସଭା ସାଂସଦ ସୁବାସ ସିଂହ ସବୁଠୁ ଧନୀ । ସମ୍ପତ୍ତି ତାଲିକାରେ କଂଗ୍ରେସର ଗିରିବାଳା ବେହେରା ଓ ବିଜେପିର ଶ୍ରୀତମ ଦାସଙ୍କୁ ସେ ପଛରେ ପକାଇ ଦେଇଛନ୍ତି।

Advertisment

ନାମାଙ୍କନ ଦାଖଲ ବେଳେ କରିଥିବା ସତ୍ୟପାଠ ଅନୁସାରେ ସୁବାସ ସିଂଙ୍କ ସମ୍ପତ୍ତି ପରିମାଣ ୫ କୋଟିରୁ ଅଧିକ । ସୁବାସଙ୍କ ନାଁରେ ୭୬ ଲକ୍ଷ, ୭୬ ହଜାର ୬୮୯ ଟଙ୍କାର ବ୍ୟାଙ୍କ ଡିପୋଜିଟ, ବୀମା ଓ ନିବେଶ ଆଦି ରହିଛି । ସେହିଭଳି ତାଙ୍କ ପତ୍ନୀଙ୍କ ନାଁରେ ୪ କୋଟି ୫୮ ଲକ୍ଷ ୫୪ ହଜାର ୫୯୯ ଟଙ୍କାର ବ୍ୟାଙ୍କ ଡିପୋଜିଟ, ବୀମା ଓ ନିବେଶ ରହିଛି । ସୁବାସଙ୍କ ପାଖରେ ଥିବା ଜମିର ମୂଲ୍ୟ ୭୭ ଲକ୍ଷ, ୧୯ ହଜାର ୯୬ ଟଙ୍କା ବୋଲି ଦର୍ଶାଯାଇଛି । ତାଙ୍କ ନାଁରେ ପ୍ରାୟ ୬ ଲକ୍ଷ ଟଙ୍କାର ବ୍ୟାଙ୍କ ଲୋନ ରହିଛି ।

ସେହିଭଳି କଂଗ୍ରେସ ମେୟର ପ୍ରାର୍ଥୀ ଗିରିବାଳା ବେହେରାଙ୍କ ନିକଟରେ ୨୦ ଲକ୍ଷ ୫୦ ହଜାର ଟଙ୍କା, ବୀମା ଓ ନିବେଶ ରହିଛି । ତାଙ୍କ ନିକଟରେ ୭୫ ଲକ୍ଷ ଟଙ୍କା ମୂଲ୍ୟର ଜମି ରହିଛି । ତାଙ୍କ ସ୍ୱାମୀଙ୍କର ମଧ୍ୟ ୯୫ ଲକ୍ଷ ଟଙ୍କା ମୂଲ୍ୟର ଜମି ରହିଛି ।

Advertisment

ସେପଟେ ବିଜେପି ଟିକେଟରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଶ୍ରୀତମ ଦାସଙ୍କର ୩୩ ଲକ୍ଷ ୬୬ ହଜାର ଓ ତାଙ୍କ ପତ୍ନୀଙ୍କ ନାଁରେ ୧୩ ଲକ୍ଷ ୬୮ ହଜାର ଟଙ୍କା, ନିବେଶ ଓ ବୀମା ଆଦି ରହିଛି । ଶ୍ରୀତମଙ୍କ ନିକଟରେ ୪୧ ଲକ୍ଷ ୯୦ ହଜାର ଟଙ୍କାର ଘରବା଼ଡ଼ି ଓ ତାଙ୍କ ପତ୍ନୀଙ୍କ ନାଁରେ ୪ ଲକ୍ଷ ୮୫ ହଜାର ଟଙ୍କାର ଘରବାଡ଼ି ରହିଛି । ଶ୍ରୀତମ ୪୪ ଲକ୍ଷ ୫୦ ହଜାର ଟଙ୍କାର ବ୍ୟାଙ୍କ ଲୋନ୍ ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ।

ସୂଚନାଯୋଗ୍ୟ,  ୨୦୧୩ ଜୁନ ମାସରେ ସିପିଆଇଏମ୍ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ସୁବାସ ସିଂହ। ୨୦୨୦ ମାର୍ଚ୍ଚରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । କିନ୍ତୁ ୨ବର୍ଷ ନ ପୁରୁଣୁ ତାଙ୍କୁ ସେଠାରୁ ଆଣି କଟକ ମେୟର ପ୍ରାର୍ଥୀ କରାଇଛି । ଯଦିଓ ମେୟର ଟିକେଟ୍ ପାଇଁ ଆଶୟୀ ତାଲିକାରେ କଟକରେ ଅନେକ ନେତା ରହିଥିଲେ ତଥାପି ଦଳ ତାଙ୍କ ଭରସାରେ କଟକ ମେୟର ପଦବୀ ହାତେଇବାକୁ ଗେମପ୍ଲାନ୍‌ ପ୍ରସ୍ତୁତ କରିଛି।

ତେବେ ସିପିଆଇଏମ ନେତା ଭାବେ କଟକର ଘରେ ଘରେ ପରିଚିତ ଥିବା ସୁବାସ ସିଂହ ଏକଦା ବସ୍ତି ବାସିନ୍ଦାଙ୍କ ଭଗବାନ୍ ସାଜିଥିଲେ ।  କିନ୍ତୁ କ୍ଷମତାର ଲୋଭ କୁହନ୍ତୁ କି ଶାସକ ଦଳର ପବନ ଲାଗିବା ପରେ ସେ ବଦଳି ଯାଇଥିବା କୁହାଯାଉଛି। ବସ୍ତି ବାସିନ୍ଦାଙ୍କ ବିରୋଧ ଓ ଆକ୍ରୋଶର ଶିକାର ହୋଇଛନ୍ତି ସୁବାସ। କାରଣ ଏହା ଭିତରେ ସେମାନଙ୍କ ସୁବାସ ଭାଇ ସାଂସଦ ସୁବାସ ବାବୁ ପାଲଟି ଯାଇଛନ୍ତି। ଆଉ ଏହା ତାଙ୍କ ପାଇଁ ବୁମେରାଂ ହୋଇପାରେ। ବସ୍ତି ବାସିନ୍ଦାଙ୍କ ଭୋଟ୍‌ ହାତେଇବା ତାଙ୍କ ପାଇଁ ସହଜ ହୋଇ ନପାରେ। ତେଣୁ ଭାଇଚାରାର ସହର କଟକରେ ମେୟର ପଦରେ କିଏ ରାଜ କରୁଛି ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ ।

Odisha Municipal Election 2022