Advertisment

ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ

କଟକ (ଓଡ଼ିଶା ରିପୋର୍ଟର): କଟକ ପାଇଁ ବିଜେପି ଆଜି ତା’ର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଅଭିନେତାରୁ ରାଜନେତା ସାଜିଥିବା ଶ୍ରୀତମ ଦାସଙ୍କୁ ଦଳ ଏଠାରେ ମେୟର ପ୍ରାର୍ଥୀ କରିଛି। ଦଳର କଟକ ନଗର ସଭାପତି ତାଙ୍କ ନାଁ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ବିଜେଡି କଟକରୁ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କୁ ମେୟର ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଗିରିବାଳା ବେହେରାଙ୍କୁ ପ୍ରାର୍ଥୀ କରିଛି। ଗତ ୩ ତାରିଖରେ କଂଗ୍ରେସ ପ୍ରଥମେ ଏଠାରୁ ତା’ର ମେୟର […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ

Sritam Das

କଟକ (ଓଡ଼ିଶା ରିପୋର୍ଟର): କଟକ ପାଇଁ ବିଜେପି ଆଜି ତା’ର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଅଭିନେତାରୁ ରାଜନେତା ସାଜିଥିବା ଶ୍ରୀତମ ଦାସଙ୍କୁ ଦଳ ଏଠାରେ ମେୟର ପ୍ରାର୍ଥୀ କରିଛି। ଦଳର କଟକ ନଗର ସଭାପତି ତାଙ୍କ ନାଁ ଘୋଷଣା କରିଛନ୍ତି।

Advertisment

ଅନ୍ୟପକ୍ଷରେ ବିଜେଡି କଟକରୁ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କୁ ମେୟର ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଗିରିବାଳା ବେହେରାଙ୍କୁ ପ୍ରାର୍ଥୀ କରିଛି। ଗତ ୩ ତାରିଖରେ କଂଗ୍ରେସ ପ୍ରଥମେ ଏଠାରୁ ତା’ର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହାର ଦୁଇ ଦିନ ପରେ ଅର୍ଥାତ୍ ଗତକାଲି ବିଜେଡି ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା।

ବିଜେଡି ଗତକାଲି କଟକ ସହିତ ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରିଥିଲା। ଦଳ ଭୁବନେଶ୍ୱରରୁ ସୁଲୋଚନା ଦାସକୁ ପ୍ରାର୍ଥୀ କରିଥିବା ବେଳେ ବ୍ରହ୍ମପୁରରେ ସଂଘମିତ୍ରା ଦଳେଇଙ୍କୁ ଟିକେଟ୍ ଦେଇଛି। ସେହିପରି ଗତକାଲି ବିଜେପି ତା’ର ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଦଳ ଏଠାରୁ ଡ. ସୁନୀତି ମୁଣ୍ଡ୍‌ଙ୍କୁ ପ୍ରାର୍ଥୀ କରିଛି। ସେ ସାହିତ୍ୟ କ୍ଷେତ୍ରରୁ ଆସିଛନ୍ତି। ସୁଲୋଚନାଙ୍କ ଭଳି ସେ ମଧ୍ୟ ସାମ୍ବାଦିକତା କ୍ଷେତ୍ରରେ କାମ କରିଛନ୍ତି। ଭୁବନେଶ୍ୱରରୁ କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ କରିଛି।

Advertisment
Odisha Municipal Election 2022