ସମ୍‌ ଅଗ୍ନିକାଣ୍ଡ ମାମଲା: ହସପିଟାଲ କର୍ତ୍ତୃପକ୍ଷ ଦେଉନାହାନ୍ତି କ୍ଷତିପୂରଣ

ଭୁବନେଶ୍ୱର: ଆଇଟିଇଆର ଫେକ୍ ପ୍ଲେସମେଣ୍ଟକୁ ନେଇ ସୋଆ କର୍ତ୍ତୃପକ୍ଷ ବିବାଦରେ ଫସି ଥିବା ବେଳେ ସମ୍ ହସପିଟାଲ୍ ଅଗ୍ନିକାଣ୍ଡକୁ ନେଇ ଆସଛି ନୂଆା ଅଭିଯୋଗ। ଅଗ୍ନିକାଣ୍ଡରେ ମୃତାହତଙ୍କ କିଛି ପରିବାରକୁ ଏଯାଏଁ କ୍ଷତିପୂରଣ ମିଳି ନ ଥିବା ଅଭିଯୋଗ ହୋଇଛି। ଏନେଇ କେନ୍ଦ୍ରାଞ୍ଚଳ ଆଡିସିଙ୍କ ନିକଟରେ ଖୋର୍ଦ୍ଧା ଜିଲ୍ଲା ଭଗବାନପୁର ଗାଁର ଭକ୍ତଭୂଷଣ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଅଗ୍ନିକାଣ୍ଡରେ ଭକ୍ତଭୂଷଣଙ୍କ ପୁଅ ଫଣିଭୂଷଣ ଗୁରୁତର ଆହତ ହୋଇଥିଲେ। ପରେ ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା। […]

sum6

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 07:55 PM IST

ଭୁବନେଶ୍ୱର: ଆଇଟିଇଆର ଫେକ୍ ପ୍ଲେସମେଣ୍ଟକୁ ନେଇ ସୋଆ କର୍ତ୍ତୃପକ୍ଷ ବିବାଦରେ ଫସି ଥିବା ବେଳେ ସମ୍ ହସପିଟାଲ୍ ଅଗ୍ନିକାଣ୍ଡକୁ ନେଇ ଆସଛି ନୂଆା ଅଭିଯୋଗ। ଅଗ୍ନିକାଣ୍ଡରେ ମୃତାହତଙ୍କ କିଛି ପରିବାରକୁ ଏଯାଏଁ କ୍ଷତିପୂରଣ ମିଳି ନ ଥିବା ଅଭିଯୋଗ ହୋଇଛି। ଏନେଇ କେନ୍ଦ୍ରାଞ୍ଚଳ ଆଡିସିଙ୍କ ନିକଟରେ ଖୋର୍ଦ୍ଧା ଜିଲ୍ଲା ଭଗବାନପୁର ଗାଁର ଭକ୍ତଭୂଷଣ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଅଗ୍ନିକାଣ୍ଡରେ ଭକ୍ତଭୂଷଣଙ୍କ ପୁଅ ଫଣିଭୂଷଣ ଗୁରୁତର ଆହତ ହୋଇଥିଲେ। ପରେ ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ୯ମାସ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଫଣିଭୂଷଣଙ୍କ ପରିବାରକୁ କ୍ଷତିପୂରଣ ମିଳିନି। ଏନେଇ ତାଙ୍କ ବାପା ଆଜି କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

Related story