Advertisment

ତପସ୍ୱିନୀଙ୍କୁ ସୁମିତ ଦେଲେ ଭରଣପୋଷଣ ଟଙ୍କା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ତପସ୍ୱିନୀ ଦାଶଙ୍କୁ ମିଳିଛି ଭରଣପୋଷଣ ବାବଦକୁ ୧୭ ହଜାର ଟଙ୍କା। ଡାକ୍ତର ସୁମିତ ସାହୁ ଆଜି ସନ୍ଧ୍ୟାରେ ତାଙ୍କ ଓକିଲଙ୍କ ଜରିଆରେ ଏସ୍‌ଡିଜେଏମ୍‌ କୋର୍ଟରେ ଟଙ୍କାର ଚେକ୍‌ ଜମା କରିଛନ୍ତି। ପ୍ରଥମେ ଟଙ୍କା ନାହିଁ, କେମିତି ଦେବି ବୋଲି ସୁମିତ ଗଣମାଧ୍ୟମକୁ ଜଣାଇବା ପରେ ସନ୍ଧ୍ୟାରେ ଟଙ୍କା ଜମା କରିଥିବା ନେଇ ତାପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି। ସେପଟେ ଆଜି ବ୍ରହ୍ମପୁର ଫ୍ୟାମିଲ କୋର୍ଟରେ […]

ଅଦ୍ୟତନ ହୋଇଛି
ତପସ୍ୱିନୀଙ୍କୁ ସୁମିତ ଦେଲେ ଭରଣପୋଷଣ ଟଙ୍କା

Tapaswini

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ତପସ୍ୱିନୀ ଦାଶଙ୍କୁ ମିଳିଛି ଭରଣପୋଷଣ ବାବଦକୁ ୧୭ ହଜାର ଟଙ୍କା। ଡାକ୍ତର ସୁମିତ ସାହୁ ଆଜି ସନ୍ଧ୍ୟାରେ ତାଙ୍କ ଓକିଲଙ୍କ ଜରିଆରେ ଏସ୍‌ଡିଜେଏମ୍‌ କୋର୍ଟରେ ଟଙ୍କାର ଚେକ୍‌ ଜମା କରିଛନ୍ତି। ପ୍ରଥମେ ଟଙ୍କା ନାହିଁ, କେମିତି ଦେବି ବୋଲି ସୁମିତ ଗଣମାଧ୍ୟମକୁ ଜଣାଇବା ପରେ ସନ୍ଧ୍ୟାରେ ଟଙ୍କା ଜମା କରିଥିବା ନେଇ ତାପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି।

Advertisment

ସେପଟେ ଆଜି ବ୍ରହ୍ମପୁର ଫ୍ୟାମିଲ କୋର୍ଟରେ ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀଙ୍କ କାଉନସିଲିଂ ହେବାର ଥିଲା। ଠିକଣା ସମୟରେ କୋର୍ଟରେ ପହଞ୍ଚିଥିଲେ ସୁମିତ। ହେଲେ ତପସ୍ୱିନୀ ଆସିନଥିଲେ। ତେବେ ତପସ୍ୱିନୀ କାହିଁକି ଆସିଲେ ନାହିଁ, ତାହା ଏପର୍ଯ୍ୟନ୍ତ ଜଣାପନି ନାହିଁ। ଅନ୍ୟପକ୍ଷରେ ସୁମିତଙ୍କ ଓକିଲ କହିଛନ୍ତି, ତପସ୍ୱିନୀ କୋର୍ଟକୁ ସହଯୋଗ କରୁନାହାନ୍ତି।

ନିଜକୁ ବୋହୂ ବୋଲି ଦାବି କରି ଡିମ୍ପଲ ଦାଶ ଓରଫ ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ। ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ। ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ଡିମ୍ପଲ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇଥିଲେ। ହେଲେ ବାହାଘର ହୋଇପାରିଲା ନାହିଁ। ଶେଷରେ କିଛି ଉପାୟ ନପାଇ ତପସ୍ୱିନୀ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ।

Advertisment
Dr.Sumit- Tapaswini Family Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe