Advertisment

ସୁମିତଙ୍କ ଜେଜେ ମା’ଙ୍କ ଆକୁଳ ନିବେଦନ, ଜାରି କଲେ ଭିଡିଓ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): “ଗତକାଲି ଜୋରଜବରଦସ୍ତ ପଶି ଆମ ଗେଟ୍‌ ଭାଙ୍ଗିଲେ। ଆମକୁ ତାଲା ପକାଇ ଭିତରେ ରଖିଛନ୍ତି।  ଆମେ ସବୁ ଅସୁସ୍ଥ ହୋଇପଡ଼ିଲୁଣି। ମୋ’ ଘର ପ୍ରତି ବିପଦ ଅଛି। ଆମେ ଭୟଭୀତ ଅବସ୍ଥାରେ ଅଛୁ। ମୋତେ ଏଠାରୁ ଉଦ୍ଧାର କର । ” ଏମିତି କହି ଏକ ଭିଡିଓ କରି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗୁହାରୀ ଜଣାଇଛନ୍ତି ଡାକ୍ତର ସୁମିତ ସାହୁଙ୍କ ଜେଜେମା’।   ଅପରପକ୍ଷେ, ଅସୁସ୍ଥ ଥିବା କହି ଅନ୍ୟତ୍ର ରହୁଥିବା ଡାକ୍ତର ସୁମିତ […]

author-image
Niharika Rout
ଅଦ୍ୟତନ ହୋଇଛି
ସୁମିତଙ୍କ ଜେଜେ ମା’ଙ୍କ ଆକୁଳ ନିବେଦନ, ଜାରି କଲେ ଭିଡିଓ

sumit and his grandmother

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): “ଗତକାଲି ଜୋରଜବରଦସ୍ତ ପଶି ଆମ ଗେଟ୍‌ ଭାଙ୍ଗିଲେ। ଆମକୁ ତାଲା ପକାଇ ଭିତରେ ରଖିଛନ୍ତି।  ଆମେ ସବୁ ଅସୁସ୍ଥ ହୋଇପଡ଼ିଲୁଣି। ମୋ’ ଘର ପ୍ରତି ବିପଦ ଅଛି। ଆମେ ଭୟଭୀତ ଅବସ୍ଥାରେ ଅଛୁ। ମୋତେ ଏଠାରୁ ଉଦ୍ଧାର କର । ” ଏମିତି କହି ଏକ ଭିଡିଓ କରି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗୁହାରୀ ଜଣାଇଛନ୍ତି ଡାକ୍ତର ସୁମିତ ସାହୁଙ୍କ ଜେଜେମା’।

Advertisment

ଅସୁସ୍ଥ ଥିବା କହି ଅନ୍ୟତ୍ର ରହୁଥିବା ଡାକ୍ତର ସୁମିତ ମଧ୍ୟ ଗତକାଲିର ଘଟଣା ପରେ ଏକ ଭିଡିଓ ଜରିଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣା ଏବେ ନ୍ୟାୟାଳୟ ବିଚାରଧୀନ ଥିବା ବେଳେ ତପସ୍ୱିନୀ କ’ଣ ପାଇଁ ଏପରି କରୁଛନ୍ତି ବୋଲି ସେ ପଚାରିଛନ୍ତି। ଏଥିସହ ପ୍ରମିଳା ତ୍ରିପାଠୀ କେଉଁ ଅଧିକାରରେ ବସି ରହିଛନ୍ତି, ସେ ଆମ ଘର ସମ୍ପର୍କରେ କ’ଣ ଜାଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଡାକ୍ତର ସୁମିତ।  ତପସ୍ୱିନୀ କୋର୍ଟରେ ନିଜ ଯୁକ୍ତି ରଖନ୍ତୁ, ଏଠାରେ  କାହିଁକି ବସି ରହିଛନ୍ତି ବୋଲି ସେ କହିଛନ୍ତି।

ଡାକ୍ତର ସୁମିତ କହିଛନ୍ତି, ଗତକାଲିର ଘଟଣା ପୁଲିସ୍‌ ସାମ୍ନାରେ ହୋଇଛି। କିନ୍ତୁ ପୁଲିସ୍‌ କିଛି ପଦକ୍ଷେପ ନେଲାନି, ବରଂ ଭିତରେ ପଶି ଧମକ ଦେଇଛି। ଗତକାଲି ମୋ ଆଡ୍‌ଭୋକେଟ୍‌ ଯାଇଥିଲେ, ତାଙ୍କୁ ବି ଭିତରକୁ ଛାଡ଼ିନେଲି। ମୋ ବାପା, ମା’, ଜେଜେମା’ ଘରେ ଅଛନ୍ତି। ସମସ୍ତଙ୍କ ଦେହ ଅସୁସ୍ଥ। ଏପରି କରି କୋର୍ଟ ବିପକ୍ଷରେ ଯାଇ, ଜୋରଜବରଦସ୍ତି ଘରେ ପଶି କ’ଣ ଲାଭ ପାଉଛନ୍ତି। ଯଦି ତାଙ୍କର (ତପସ୍ୱିନୀଙ୍କର) କିଛି ଅଧିକାର ଅଛି, ସେ କୋର୍ଟରେ ଲଢ଼ନ୍ତୁ। ଆଇନ ବୋଲି କ’ଣ କିଛି ନାହିଁ? ମୋ ମା’ ହୃଦରୋଗୀ। ମୋ ପରିବାର କିପରି ଅବସ୍ଥାରେ ଅଛନ୍ତି, ଭାବିଲା ବେଳକୁ ଡର ଲାଗୁଛି।

Advertisment

ତପସ୍ୱିନୀଙ୍କ ସପକ୍ଷରେ  ବ୍ରହ୍ମପୁରର ଶହ ଶହ ମହିଳା ବାହାରି ସୁମିତଙ୍କ ଘରର ମୁଖ୍ୟ ଗେଟ୍‌ ଭାଙ୍ଗି ଦେଇଥିବା ବେଳେ ପୁଲିସ୍‌ ପକ୍ଷରୁ ଆଜି ଜାରି ହୋଇଛି ୧୪୪ ଧାରା।  ନ୍ୟାୟ ଦାବିରେ ତପସ୍ୱିନୀ ସୁମିତଙ୍କ ଘର ସମ୍ମୁଖରେ ଧାରଣାରେ ବସିବା ପରଠୁ ବ୍ରହ୍ମାନଗରସ୍ଥିତ ସୁମିତଙ୍କ ଘର ନିକଟରେ ଅସମ୍ଭବ ଗହଳି ଲାଗି ରହୁଛି। ଏଥିଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହୁଛି। ତେଣୁ ଏପରି ସ୍ଥିତିକୁ ଏଡ଼ାଇବା ପାଇଁ  ସୁମିତଙ୍କ ଘର ନିକଟ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।  ଫଳରେ ତପସ୍ୱିନୀଙ୍କ ଶ୍ୱଶୁର ଘର ଆଗରେ ୨ ସେକ୍ସନ ପୁଲିସ୍‌ ମୁତୟନ ହୋଇଛନ୍ତି। ୧୪୪ ଧାରା ଲାଗୁ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ବ୍ୟାରିକେଡ୍‌ କରାଯାଇଛି।  ଫଳରେ ସାଧାରଣ ଲୋକେ ଯା’ଆସ କରିବାରେ ଅସୁବିଧା ହେଉଛି।

ଘରର ଗେଟ୍‌ ଭଙ୍ଗା ଘଟଣାକୁ ନେଇ ଡାକ୍ତର ସୁମିତଙ୍କ ବାପା ଥାନାରେ ଏତଲା ଦେଇଛନ୍ତି। ଏହି ଏତଲାରେ ତପସ୍ୱିନୀ, ତାଙ୍କ ବାପାମା’ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାଁ ଉଲ୍ଲେଖ ରହିଛି। ସେମାନେ ତାଙ୍କ ଘର ପରିସରକୁ ବଳପୂର୍ବକ ପ୍ରବେଶ କରିଥିବା ସୁମିତଙ୍କ ବାପା ଏତଲାରେ ଦର୍ଶାଇଛନ୍ତି।