Advertisment

ତପସ୍ୱିନୀ ଓ ପ୍ରମିଳାଙ୍କ ନାଁରେ ଥାନାରେ ଏତଲା ଦେଲେ ସୁମିତଙ୍କ ବାପା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଡାକ୍ତର ସୁମିତ ସାହୁଙ୍କ ଘରର ଗେଟ୍‌ ଭାଙ୍ଗିବା ଘଟଣାକୁ ନେଇ ଥାନାରେ ଏତଲା ଦିଆଯାଇଛି। ସୁମିତଙ୍କ ବାପା ପ୍ରମୋଦ ସାହୁ ଏହି ଏତଲା ଦେଇଛନ୍ତି। ଅନ୍‌ଲାଇନ୍‌ରେ ବୈଦନାଥପୁର ଥାନାରେ ଦିଆଯାଇଥିବା ଏହି ଏତଲାରେ ତପସ୍ୱିନୀ, ତାଙ୍କ ବାପାମା’ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାଁ ରହିଛି। ପ୍ରମୋଦ ଏଥିରେ ଲେଖିଛନ୍ତି, ତପସ୍ୱିନୀ, ତାଙ୍କ ବାପାମା’ ଓ ପ୍ରମିଳା ତ୍ରିପାଠୀ ପୂର୍ବରୁ ମୋ ଘର ସାମ୍ନାରେ ବାହାରେ ବସୁଥିବା ବେଳେ ଏବେ ବଳପୂର୍ବକ ଆମ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ତପସ୍ୱିନୀ ଓ ପ୍ରମିଳାଙ୍କ ନାଁରେ ଥାନାରେ ଏତଲା ଦେଲେ ସୁମିତଙ୍କ ବାପା

tapaswini and sumeet case

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଡାକ୍ତର ସୁମିତ ସାହୁଙ୍କ ଘରର ଗେଟ୍‌ ଭାଙ୍ଗିବା ଘଟଣାକୁ ନେଇ ଥାନାରେ ଏତଲା ଦିଆଯାଇଛି। ସୁମିତଙ୍କ ବାପା ପ୍ରମୋଦ ସାହୁ ଏହି ଏତଲା ଦେଇଛନ୍ତି।

Advertisment

ଅନ୍‌ଲାଇନ୍‌ରେ ବୈଦନାଥପୁର ଥାନାରେ ଦିଆଯାଇଥିବା ଏହି ଏତଲାରେ ତପସ୍ୱିନୀ, ତାଙ୍କ ବାପାମା’ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାଁ ରହିଛି। ପ୍ରମୋଦ ଏଥିରେ ଲେଖିଛନ୍ତି, ତପସ୍ୱିନୀ, ତାଙ୍କ ବାପାମା’ ଓ ପ୍ରମିଳା ତ୍ରିପାଠୀ ପୂର୍ବରୁ ମୋ ଘର ସାମ୍ନାରେ ବାହାରେ ବସୁଥିବା ବେଳେ ଏବେ ବଳପୂର୍ବକ ଆମ ଘର ପରିସରକୁ ପ୍ରବେଶ କରିଛନ୍ତି। ଏହା ସହିତ ଆମ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି। ଏ ସଂପର୍କରେ ସବିଶେଷ ତଥ୍ୟ ଆମେ ପରେ ଆପଣଙ୍କୁ ଜଣାଇବୁ। କିନ୍ତୁ ଏବେ ଆମ ଜୀବନ ବିପଦରେ ଥିବାରୁ ପ୍ରଥମେ ଆମକୁ ରକ୍ଷା କରନ୍ତୁ।

ସେ ଆହୁରି ଲେଖିଛନ୍ତି, ମୁଁ ଆଶଙ୍କା କରୁଛି ଯେ ସେମାନେ ପୁଣି ଆକ୍ରମଣ କରିବେ। ତେଣୁ ଆମକୁ ଓ ଆମ ଘରକୁ ସୁରକ୍ଷା ଦେବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉ। ସେଥିପାଇଁ ଆବଶ୍ୟକ ପୁଲିସ୍ କର୍ମଚାରୀଙ୍କୁ ଘର ବାହାରେ ମୁତୟନ କରାଯାଉ।

Advertisment

ଏହା ସହିତ ସେ ଓ ତାଙ୍କ ପରିବାର ଏବେ ଗୃହବନ୍ଦୀ ହୋଇ ରହିଥିବାରୁ ସମସ୍ତଙ୍କୁ ଉଦ୍ଧାର କରିବାକୁ ଏତଲାରେ ଉଲ୍ଲେଖ କରିଛନ୍ତି ସୁମିତଙ୍କ ବାପା ପ୍ରମୋଦ ସାହୁ।

ସୁମିତଙ୍କ ଜେଜେ ମା’ ଏକ ଭିଡିଓ ଜାରି କରି ତାଙ୍କୁ ଓ ତାଙ୍କ ପରିବାରକୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ସେହିପରି ସୁମିତ ଏକ ଭିଡିଓ କରି ତପସ୍ୱିନୀଙ୍କ ସହିତ ଥିବା ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପରେ ବର୍ଷିଛନ୍ତି। ପ୍ରମିଳା କାହିଁକି ତପସ୍ୱିନୀ ସହିତ ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଗତକାଲି ଶତାଧିକ ମହିଳା ଡାକ୍ତର ସୁମିତଙ୍କ ବ୍ରହ୍ମପୁରର ବ୍ରହ୍ମାନଗର ଲେନ୍-୨ ସ୍ଥିତ ଘର ସାମ୍ନାରେ ରୁଣ୍ଡ ହୋଇଥିଲେ। ସେମାନେ ସୁମିତଙ୍କ ଘରର ଲୁହା ଗେଟ୍‌ ଭାଙ୍ଗି ଦେଇଥିଲେ। ଏହି ଘଟଣା ପରେ ସୁମିତିଙ୍କ ଘର ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିଛି ପୁଲିସ୍। Fir againest tapaswiniନ୍ୟାୟ ଦାବିରେ ତପସ୍ୱିନୀ ଧାରଣାରେ ବସିବା ପରଠୁ ବ୍ରହ୍ମାନଗରସ୍ଥିତ ସୁମିତଙ୍କ ଘର ନିକଟରେ ଅସମ୍ଭବ ଗହଳି ଲାଗି ରହୁଛି। ଏଥିଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହୁଛି। ତେଣୁ ଏପରି ସ୍ଥିତିକୁ ଏଡ଼ାଇବା ପାଇଁ ସୁମିତଙ୍କ ଘର ନିକଟ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Dr.Sumit- Tapaswini Family Conflict