sumit and his grandmother
ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): “ଗତକାଲି ଜୋରଜବରଦସ୍ତ ପଶି ଆମ ଗେଟ୍ ଭାଙ୍ଗିଲେ। ଆମକୁ ତାଲା ପକାଇ ଭିତରେ ରଖିଛନ୍ତି। ଆମେ ସବୁ ଅସୁସ୍ଥ ହୋଇପଡ଼ିଲୁଣି। ମୋ’ ଘର ପ୍ରତି ବିପଦ ଅଛି। ଆମେ ଭୟଭୀତ ଅବସ୍ଥାରେ ଅଛୁ। ମୋତେ ଏଠାରୁ ଉଦ୍ଧାର କର । ” ଏମିତି କହି ଏକ ଭିଡିଓ କରି ଜିଲ୍ଲାପାଳ ଓ ଏସ୍ପିଙ୍କୁ ଗୁହାରୀ ଜଣାଇଛନ୍ତି ଡାକ୍ତର ସୁମିତ ସାହୁଙ୍କ ଜେଜେମା’।
ଡାକ୍ତର ସୁମିତ କହିଛନ୍ତି, ଗତକାଲିର ଘଟଣା ପୁଲିସ୍ ସାମ୍ନାରେ ହୋଇଛି। କିନ୍ତୁ ପୁଲିସ୍ କିଛି ପଦକ୍ଷେପ ନେଲାନି, ବରଂ ଭିତରେ ପଶି ଧମକ ଦେଇଛି। ଗତକାଲି ମୋ ଆଡ୍ଭୋକେଟ୍ ଯାଇଥିଲେ, ତାଙ୍କୁ ବି ଭିତରକୁ ଛାଡ଼ିନେଲି। ମୋ ବାପା, ମା’, ଜେଜେମା’ ଘରେ ଅଛନ୍ତି। ସମସ୍ତଙ୍କ ଦେହ ଅସୁସ୍ଥ। ଏପରି କରି କୋର୍ଟ ବିପକ୍ଷରେ ଯାଇ, ଜୋରଜବରଦସ୍ତି ଘରେ ପଶି କ’ଣ ଲାଭ ପାଉଛନ୍ତି। ଯଦି ତାଙ୍କର (ତପସ୍ୱିନୀଙ୍କର) କିଛି ଅଧିକାର ଅଛି, ସେ କୋର୍ଟରେ ଲଢ଼ନ୍ତୁ। ଆଇନ ବୋଲି କ’ଣ କିଛି ନାହିଁ? ମୋ ମା’ ହୃଦରୋଗୀ। ମୋ ପରିବାର କିପରି ଅବସ୍ଥାରେ ଅଛନ୍ତି, ଭାବିଲା ବେଳକୁ ଡର ଲାଗୁଛି।
ଘରର ଗେଟ୍ ଭଙ୍ଗା ଘଟଣାକୁ ନେଇ ଡାକ୍ତର ସୁମିତଙ୍କ ବାପା ଥାନାରେ ଏତଲା ଦେଇଛନ୍ତି। ଏହି ଏତଲାରେ ତପସ୍ୱିନୀ, ତାଙ୍କ ବାପାମା’ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାଁ ଉଲ୍ଲେଖ ରହିଛି। ସେମାନେ ତାଙ୍କ ଘର ପରିସରକୁ ବଳପୂର୍ବକ ପ୍ରବେଶ କରିଥିବା ସୁମିତଙ୍କ ବାପା ଏତଲାରେ ଦର୍ଶାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/12/sumit-1.jpg)