ସୁନ୍ଦରଗଡ଼ ଓ ଢେଙ୍କାନାଳରେ ସଡ଼କ ଦୁର୍ଘଟଣା: ୫ ମୃତ, ୧୦ ଆହତ

ରାଉରକେଲା/କାମାକ୍ଷାନଗର: ସୁନ୍ଦରଗଡ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ରାଙ୍ଗଟୋ ନିକଟରେ ସୋମବାର ଏକ  ବୋଲେରୋ ଓ ଅଟୋ ମଧ୍ୟରେ ମୁହାଁମୁହିଁ  ଧକ୍କା ହେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୬ ଜଣ ଗୁରୁତର ଆହାତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ଜଣ ମହିଳା ଅଛନ୍ତି। ମୃତକମାନେ ହେଲେ ବିଦ୍ୟାଧର ତନ୍ତି ଓ ସନ୍ତୋଷ। ଆହତମାନଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଢେଙ୍କ।ନାଳ ଜିଲ୍ଲା କାମାକ୍ଷାନଗରରେ ଏକ ଟ୍ରକ୍ ଗୋଟିଏ ଅଟୋକୁ ଧକ୍କା ଦେବାରୁ ୩ଜଣଙ୍କ […]

accident

Rakesh Mallick
  • Published: Monday, 23 November 2015
  • , Updated: 23 November 2015, 12:49 PM IST

ରାଉରକେଲା/କାମାକ୍ଷାନଗର: ସୁନ୍ଦରଗଡ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ରାଙ୍ଗଟୋ ନିକଟରେ ସୋମବାର ଏକ  ବୋଲେରୋ ଓ ଅଟୋ ମଧ୍ୟରେ ମୁହାଁମୁହିଁ  ଧକ୍କା ହେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୬ ଜଣ ଗୁରୁତର ଆହାତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ଜଣ ମହିଳା ଅଛନ୍ତି। ମୃତକମାନେ ହେଲେ ବିଦ୍ୟାଧର ତନ୍ତି ଓ ସନ୍ତୋଷ। ଆହତମାନଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେହିପରି ଢେଙ୍କ।ନାଳ ଜିଲ୍ଲା କାମାକ୍ଷାନଗରରେ ଏକ ଟ୍ରକ୍ ଗୋଟିଏ ଅଟୋକୁ ଧକ୍କା ଦେବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ସିଆରିମାଳିହା ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ମୃତାହତମାନେ ବେଲବସନ୍ତ ଗାଁର।  ସେମାନେ ପର୍ଜଙ୍ଗ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ମୃତକମାନେ ହେଲେ ଆରତି ଟୁଡୁ ଓ ସୁକାନ୍ତି ଟୁଡୁ। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ୫୩ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ।

Related story