ସୁନ୍ଦରଗଡ଼: ସଡ଼କ ଦୁର୍ଘଟଣାରେ ୨ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ  ଘଟିଛି। ହେମଗିରି ଥାନା ବରପାଲି ଗାଁ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି।  ଆଜି ସକାଳେ ବରପାଲି ଗାଁ ପେଟ୍ରୋଲ ପମ୍ପ ନିକଟରେ  ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ପରେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା। ଫଳରେ  ଘଟଣାସ୍ଥଳରେ  ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର ଏବଂ ପଥଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ଟ୍ରକ୍‌ […]

sundargarh

Rakesh Mallick
  • Published: Monday, 06 March 2017
  • , Updated: 06 March 2017, 02:04 PM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ  ଘଟିଛି। ହେମଗିରି ଥାନା ବରପାଲି ଗାଁ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି।  ଆଜି ସକାଳେ ବରପାଲି ଗାଁ ପେଟ୍ରୋଲ ପମ୍ପ ନିକଟରେ  ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ପରେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା। ଫଳରେ  ଘଟଣାସ୍ଥଳରେ  ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର ଏବଂ ପଥଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ଟ୍ରକ୍‌ ଡ୍ରାଇଭର ସନ୍ତୋଷ ମାହାତୋ ଝାଡ଼ଖଣ୍ଡର ନୂଆଡିହି ବୋଲି ଜଣାପଡ଼ିଛି। ପଥଚାରୀଙ୍କ ପରିଚୟ ମିଳିପାରିନାହିଁ।

Related story