Advertisment

ଜଳିଗଲା ‘ମୋ ବସ୍’

ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Mo Bus

Mo Bus

Advertisment

ରାଉରକେଲାରେ ଆଜି ଏକ ‘ମୋ ବସ୍‌’ ଜଳିଯାଇଛି। ତେବେ ସମସ୍ତ ଯାତ୍ରୀ ଓ ବସ୍ କର୍ମଚାରୀ ସୁରକ୍ଷିତ ଅଛନ୍ତି।

Advertisment

ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଛି। ବସ୍‌ଟି ରାଉରକେଲାରୁ ବେଦବ୍ୟାସ ଯାଉଥିବା ବେଳେ ଟିସିଆଇ ଛକ ନିକଟରେ ଏଥିରେ ନିଆଁ ଲାଗି ଯାଇଥିଲା। ସେତେବେଳେ ବସ୍‌ରେ ୮ରୁ ୧୦ ଜଣ ଯାତ୍ରୀ ଥିଲେ।

ଇଞ୍ଜିନ ପାଖରୁ ଧୂଆଁ ବାହାରୁଥିବା ନେଇ ପ୍ରଥମେ ଯାତ୍ରୀମାନେ ଦେଖିଥିଲେ। ସେମାନେ ଏନେଇ ଡ୍ରାଇଭରଙ୍କୁ ଜଣାଇଥିଲେ। ଡ୍ରାଇଭର ସଙ୍ଗେ ସଙ୍ଗେ ବସକୁ ରାସ୍ତାକଡ଼କୁ ନେଇ ଯାଇଥିଲେ। ତା’ପରେ ବସ୍ କର୍ମଚାରୀ ଓ ଯାତ୍ରୀମାନେ ବସରୁ ଓହ୍ଲାଇ ଯାଇଥିଲେ।

Advertisment

ଏହା ପରେ ପରେ ବସ୍‌ରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ପୂରା ବସ୍‌ଟିରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ କର୍ମୀମାନେ ଆସି ନିଆଁ ଲିଭାଇଥିଲେ। ତେବେ ସେତେବେଳକୁ ବସ୍‌ଟି ପୂରା ଜଳି ଯାଇଥିଲା।

ବସ୍‌ରେ କାହିଁକି ନିଆଁ ଲାଗିଲା, ତାହା ଜଣାପଡ଼ିନି। ଗତ ଜାନୁଆରୀ ମାସରୁ ରାଉରକେଲାରେ ମୋ ବସ୍ ସେବା ଆରମ୍ଭ ହୋଇଥିଲା। ହକି ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ଏଠାରେ ମୋ ବସ୍ ଗଡ଼ିଥିଲା।

Mo Bus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe