କୋଟିପତି ଅଧୀକ୍ଷଣ ଯନ୍ତ୍ରୀ ଗିରଫ, କେବଳ ଘରୁ ମିଳିଥିଲା ନଗଦ ୧.୩୯ କୋଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ମାଲକାନଗିରି ଆର୍‌ଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଏସ୍‌ଇ) ଆଶିଷ କୁମାର ଦାଶଙ୍କୁ ଗିରଫ କରିଛି ଭିଜିଲାନ୍ସ। କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ କରିବା ପରେ ଭିଜିଲାନ୍ସ ତାଙ୍କୁ ବାନ୍ଧିଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଥର ପାଇଁ ରେଡ୍ ବେଳେ ଆଶିଷ କୁମାର ଦାଶଙ୍କ ଘରୁ ୧ କୋଟି ୩୯ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା। ପୂର୍ବରୁ କେବେ କାହାଠାରୁ ଏତେ ପରିମାଣରେ ନଗଦ ଟଙ୍କା […]

ASHISH-DASH

ASHISH-DASH

Jitendra Garnayak
  • Published: Tuesday, 29 March 2022
  • Updated: 29 March 2022, 10:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ମାଲକାନଗିରି ଆର୍‌ଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଏସ୍‌ଇ) ଆଶିଷ କୁମାର ଦାଶଙ୍କୁ ଗିରଫ କରିଛି ଭିଜିଲାନ୍ସ। କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ କରିବା ପରେ ଭିଜିଲାନ୍ସ ତାଙ୍କୁ ବାନ୍ଧିଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଥର ପାଇଁ ରେଡ୍ ବେଳେ ଆଶିଷ କୁମାର ଦାଶଙ୍କ ଘରୁ ୧ କୋଟି ୩୯ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା। ପୂର୍ବରୁ କେବେ କାହାଠାରୁ ଏତେ ପରିମାଣରେ ନଗଦ ଟଙ୍କା ଜବତ କରି ନଥିଲା ଭିଜିଲାନ୍ସ।

ଆଶିଷ କୁମାର ଦାଶଙ୍କ ଠାରୁ ୧.୩୯ କୋଟି ନଗଦ ଟଙ୍କା ସହିତ ୨.୫ କେଜିର ସୁନା ଜବତ କରାଯାଇଛି। ସେଥିରେ ସୁନା ଗହଣା ସହିତ ସୁନା କଏନ ଓ ବିସ୍କୁଟ୍ ରହିଛି। ଏସବୁ ତାଙ୍କ ଘରୁ ଓ ବ୍ୟାଙ୍କ ଲକରରୁ ଜବତ କରାଯାଇଛି। ଜବତ ସୁନାର ବର୍ତ୍ତମାନ ବଜାର ଦର ୧କୋଟି ୨୫ ଲକ୍ଷ ଟଙ୍କା ହେବ ବୋଲି ହିସାବ କରାଯାଇଛି।

କେବଳ ଏତିକି ନୁହେଁ, ବ୍ୟାଙ୍କରେ ତାଙ୍କର ଜମା, ସ୍ଥାୟୀ ଜମା ଓ ବୀମା ବାବଦକୁ ୪ କୋଟି ଟଙ୍କା ରହିଛି। କଟକ ତ୍ରିଶୂଳିଆ ନିକଟ ବେଲଗଛିଆରେ ଶାନ୍ତିବନ ସୋସାଇଟିରେ ଆଶିଷ କୁମାର ଦାଶଙ୍କର ଏକ ୩୦ ଲକ୍ଷର ଫ୍ଲାଟ୍ ରହିଛି। ସେହିଭଳି କେନ୍ଦୁଝରରେ ଏକ ପ୍ଲଟ୍ ଅଛି।

ଭିଜିଲାନ୍ସ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍‌ରେ କୁହାଯାଇଛି ଯେ ଆଶିଷ କୁମାର ଦାଶଙ୍କର ଆଉ କିଛି ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ ଏକ ବ୍ୟାଙ୍କ ଲକରକୁ ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇନି। ତେଣୁ ତାଙ୍କର ଆୟ ବହିର୍ଭୂତ ସଂପତ୍ତିର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏବେ ବି ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୫ ତାରିଖ ଦିନ ଆଶିଷ କୁମାର ଦାଶ ଦୁଇଟି ବ୍ୟାଗ୍‌ରେ ୧୦ ଲକ୍ଷ ୨୩ ହଜାର ୯୭୦ ଟଙ୍କା ଧରି ମାଲକାନଗିରି ସ୍ଥିତ ଡିସିବି ବ୍ୟାଙ୍କକୁ ଯାଇଥିଲେ। ସେ ବ୍ୟାଙ୍କ ମ୍ୟାନେଜରଙ୍କ ରୁମ୍‌ରେ ଟଙ୍କା ଗୁଡ଼ିକୁ ବାହାର କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ସେଠାରେ ପହଞ୍ଚିଥିଲେ। ସେମାନେ ଏହି ଟଙ୍କା କେଉଁଠୁ ଆସିଲା, ସେ ନେଇ ଆଶିଷ କୁମାର ଦାଶଙ୍କୁ ପଚାରିଥିଲେ। ତେବେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ଉକ୍ତ ଟଙ୍କାକୁ ଜବତ କରି ତାଙ୍କ ଅଫିସ୍ ରୁମ୍, ସରକାରୀ ଘର ସହିତ ଯାଜପୁରର ଜେମାଦେଇପୁର ସ୍ଥିତ ତାଙ୍କ ପୈତୃକ ବାସଭବନ ଓ କଟକ ତ୍ରିଶୂଳିଆ ନିକଟସ୍ଥ ଫ୍ଲାଟ୍‌ରେ ଚଢ଼ାଉ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story