ଆଇନଜୀବୀଙ୍କୁ ସହାୟତା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଦୁଃସ୍ଥିତିରେ ଯୁବ ଆଇନଜୀବୀଙ୍କୁ ସହାୟତା ପ୍ରସଙ୍ଗରେ ରାଜ୍ୟ ଓ ଭାରତୀୟ ବାର୍ କାଉନସିଲକୁ ନୋଟିସ କଲେ ସୁପ୍ରିମକୋର୍ଟ। ନୋଟିସ ନେଇ ସୁପ୍ରିମକୋର୍ଟ ଆଇନଜୀବୀ ସାର୍ଥକ ନାୟକଙ୍କ ସୂଚନା। କରୋନା ଯୋଗୁଁ ଖରାପ ସ୍ଥିତିରେ ଥିବା ଓକିଲଙ୍କୁ ସହାୟତା ନିଷ୍ପତ୍ତି ହୋଇଥିଲା। ରାଜ୍ୟ ବାର୍ କାଉନସିଲ ଏନେଇ ନିଷ୍ପତ୍ତି ନେଇଥିଲା, BCI ବି ସମ୍ମତି ଦେଇଥିଲା। ତେବେ ଦୀର୍ଘ ୨ ମାସ ବିତିବା ପରେ ବି ଓକିଲଙ୍କୁ ସହାୟତା ମିଳିନଥିଲା। ଏନେଇ କିରଣବାଳା ମହାରଣା […]

supreme court

Tapas Behera
  • Published: Wednesday, 05 August 2020
  • , Updated: 05 August 2020, 03:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଦୁଃସ୍ଥିତିରେ ଯୁବ ଆଇନଜୀବୀଙ୍କୁ ସହାୟତା ପ୍ରସଙ୍ଗରେ ରାଜ୍ୟ ଓ ଭାରତୀୟ ବାର୍ କାଉନସିଲକୁ ନୋଟିସ କଲେ ସୁପ୍ରିମକୋର୍ଟ। ନୋଟିସ ନେଇ ସୁପ୍ରିମକୋର୍ଟ ଆଇନଜୀବୀ ସାର୍ଥକ ନାୟକଙ୍କ ସୂଚନା। କରୋନା ଯୋଗୁଁ ଖରାପ ସ୍ଥିତିରେ ଥିବା ଓକିଲଙ୍କୁ ସହାୟତା ନିଷ୍ପତ୍ତି ହୋଇଥିଲା। ରାଜ୍ୟ ବାର୍ କାଉନସିଲ ଏନେଇ ନିଷ୍ପତ୍ତି ନେଇଥିଲା, BCI ବି ସମ୍ମତି ଦେଇଥିଲା। ତେବେ ଦୀର୍ଘ ୨ ମାସ ବିତିବା ପରେ ବି ଓକିଲଙ୍କୁ ସହାୟତା ମିଳିନଥିଲା। ଏନେଇ କିରଣବାଳା ମହାରଣା ନାମ୍ନୀ ଜଣେ ଓକିଲ ସୁପ୍ରିମକୋର୍ଟ ଯାଇଥିଲେ। ମୁଖ୍ୟ ବିଚାରପତି ମାମଲାକୁ ଗ୍ରହଣ କରି ଉଭୟ ପକ୍ଷଙ୍କୁ ନୋଟିସ କରିଛନ୍ତି।

Related story