ସିବିଆଇକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌; କେବେ ସୁଦ୍ଧା ଲଜିକାଲ କନକ୍ଲୁଜନରେ ପହଞ୍ଚିବ କୁହ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନର ନିରବତା ପରେ ପୁଣି ଥରେ କଡ଼ ଲେଉଟାଇଛି ଚିଟ୍‌ଫଣ୍ଡ ଦୁର୍ନୀତି ମାମଲା। ଏହି ମହା ଘୋଟାଲର ତଦନ୍ତ କରୁଥିବା ସିବିଆଇକୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ଅଗ୍ରଗତି ସଂପର୍କରେ ଜଣାଇବାକୁ କୋର୍ଟ କହିଛନ୍ତି। ସୋମବାର ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଦିନ ଅର୍ଥାତ ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ପୂର୍ବରୁ ରାଜ୍ୟ ସରକାର, ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି) ଓ ସିବିଆଇକୁ ନୋଟିସ୍‌ କରିଥିଲେ ସୁପ୍ରିମକୋର୍ଟ। […]

SupremeCourt

  • Published: Thursday, 05 January 2023
  • , Updated: 05 January 2023, 09:26 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନର ନିରବତା ପରେ ପୁଣି ଥରେ କଡ଼ ଲେଉଟାଇଛି ଚିଟ୍‌ଫଣ୍ଡ ଦୁର୍ନୀତି ମାମଲା। ଏହି ମହା ଘୋଟାଲର ତଦନ୍ତ କରୁଥିବା ସିବିଆଇକୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ଅଗ୍ରଗତି ସଂପର୍କରେ ଜଣାଇବାକୁ କୋର୍ଟ କହିଛନ୍ତି। ସୋମବାର ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଦିନ ଅର୍ଥାତ ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ପୂର୍ବରୁ ରାଜ୍ୟ ସରକାର, ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି) ଓ ସିବିଆଇକୁ ନୋଟିସ୍‌ କରିଥିଲେ ସୁପ୍ରିମକୋର୍ଟ। ରାଜ୍ୟ ସରକାର ଓ ଇଡି ନୋଟିସ୍‌ର କାଉଣ୍ଟର ଫାଇଲ୍‌ କରିଥିଲେ। ହେଲେ ସିବିଆଇ କାଉଣ୍ଟର ଫାଇଲ୍‌ କରିନଥିଲା। ଯେଉଁଥିପାଇଁ ସୁପ୍ରିମକୋର୍ଟ ଆଜି ସିରିୟସ୍‌ ଅବଜରଭେସନ୍‌ ନେଇଛନ୍ତି। ଶୁଣାଣି ବେଳେ କୋର୍ଟ ସିବିଆଇକୁ ତାଗିଦ କରିଛନ୍ତି। ଜଷ୍ଟିସ୍‌ ଏମ୍‌.ଆର୍‌ ଶାହା ଓ ଜଷ୍ଟିସ୍‌ କୃଷ୍ଣ ମୂର୍ତ୍ତି ମାମଲାର ଶୁଣାଣି କରି କହିଛନ୍ତି, ଚିଟଫଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା। ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବା ଚାହୁଁଛନ୍ତି। ଟଙ୍କା ପାଇବାକୁ ଜାମାକାରୀ ୧୦/୧୫ ବର୍ଷ ଅପେକ୍ଷା କରିପାରିବେନି। ଯେଉଁଠି ସିବିଆଇ/ଇଡି ତଦନ୍ତ ଭାର ନେଉଛନ୍ତି, ସେଠି ବିଳମ୍ବ ହେଉଛି। କେବେ ସୁଦ୍ଧା ଲଜିକାଲ କନକ୍ଲୁଜନରେ ପହଞ୍ଚିବ ଜଣାଅ ବୋଲି ସିବିଆଇକୁ କୋର୍ଟ କହିଛନ୍ତି।

ଗରିବ ଓ ଖଟିଖିଆଙ୍କୁ ଲୋଭ ଦେଖାଇ କୋଟି କୋଟି ଟଙ୍କା ହଡପ୍‌ କରି ନେଇଥିଲେ ରାଜ୍ୟର ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନୀ। ଏହି ମହାଘୋଟା ସାମ୍ନାକୁ ଆସିବା ପରେ ଜମାକାରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ଶେଷରେ ମାମଲା ଯାଇ ଥାନାରେ ପହଞ୍ଚିଥିଲା। ବହୁ ହୋହଲ୍ଲା ପରେ ପୁଲିସ୍‌ ଓ ଇଡି ମାମଲାର ତଦନ୍ତ କରି କିଛି ଚିଟ୍‌ଫଣ୍ଡ କମ୍ପାନୀର ମୁଖିଆଙ୍କୁ ଗିରଫ କରିଥିଲା। ଇତି ମଧ୍ୟରେ ବହୁ ଚିଟ୍‌ଫଣ୍ଡ କମ୍ପାନୀର ମାଲିକ ଜେଲ୍‌ରୁ ବାହାରି ସାରିଲେଣି। ତେବେ ମାମଲାର ତଦନ୍ତର ଶିଥିଳତାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହା ପରେ କୋର୍ଟଙ୍କ ନିର୍ଦ୍ଦେଶକ କ୍ରମେ ସିବିଆଇ ତଦନ୍ତ ଭାର ନେଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ସିବିଆଇର ତଦନ୍ତ ସରୁନାହିଁ। ଆଉ ଜମାକାରୀମାନେ ତାଙ୍କ କଷ୍ଟ ଉପାର୍ଜିତ ଅର୍ଥ ପାଇପାରି ନାହାନ୍ତି। ଯେଉଁଥିପାଇଁ ଆଜି ସିବିଆଇ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।

 

Related story