ଶ୍ରୀଜଗନ୍ନାଥ ସେନାର ଆବେଦନ ଗ୍ରହଣ କଲେନି ସୁପ୍ରିମକୋର୍ଟ

ପୁରୀ(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟରେ ଶ୍ରୀଜଗନ୍ନାଥ ସେନାର ଆବେଦନ ଖାରଜ ହୋଇଛି। ପୁଲିସ୍‌ ଜୋତା ପିନ୍ଧି ଓ ଅସ୍ତ୍ରଶସ୍ତ୍ର ଧରି ଶ୍ରୀମନ୍ଦିର ଭିତରେ ପ୍ରବେଶ ଅଭିଯୋଗର ସିବିଆଇ ତଦନ୍ତ କରିବାକୁ ଦାବି କରି ରିଟ୍ ପିଟିସନ ଦାଖଲ କରିଥିଲା ଶ୍ରୀଜଗନ୍ନାଥ ସେନା। ଅକ୍ଟୋବର ୩ ତାରିଖରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ବନ୍ଦ ଡାକରା ଦେଇଥିଲା ଜଗନ୍ନାଥ ସେନା। ସେହି ସମୟରେ ପ୍ରବଳ ହିଂସାକାଣ୍ଡ ହୋଇଥିଲା। ଏହି ଗଣ୍ଡଗୋଳ ସମୟରେ ପୁଲିସ୍‌ ଜୋତା ପିନ୍ଧି […]

supremecourt

Tapaswini Nayak
  • Published: Monday, 03 December 2018
  • , Updated: 03 December 2018, 02:19 PM IST

ପୁରୀ(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟରେ ଶ୍ରୀଜଗନ୍ନାଥ ସେନାର ଆବେଦନ ଖାରଜ ହୋଇଛି। ପୁଲିସ୍‌ ଜୋତା ପିନ୍ଧି ଓ ଅସ୍ତ୍ରଶସ୍ତ୍ର ଧରି ଶ୍ରୀମନ୍ଦିର ଭିତରେ ପ୍ରବେଶ ଅଭିଯୋଗର ସିବିଆଇ ତଦନ୍ତ କରିବାକୁ ଦାବି କରି ରିଟ୍ ପିଟିସନ ଦାଖଲ କରିଥିଲା ଶ୍ରୀଜଗନ୍ନାଥ ସେନା।

ଅକ୍ଟୋବର ୩ ତାରିଖରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ବନ୍ଦ ଡାକରା ଦେଇଥିଲା ଜଗନ୍ନାଥ ସେନା। ସେହି ସମୟରେ ପ୍ରବଳ ହିଂସାକାଣ୍ଡ ହୋଇଥିଲା। ଏହି ଗଣ୍ଡଗୋଳ ସମୟରେ ପୁଲିସ୍‌ ଜୋତା ପିନ୍ଧି ଓ ଅସ୍ତ୍ରଶସ୍ତ୍ର ନେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ଏହାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଶ୍ରୀଜଗନ୍ନାଥ ସେନା। ଏହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ।

Related story