‘ଏ ଫାଇନ ଅତ୍ୟାଚାର, ଧମକାଇ ଟଙ୍କା ଆଦାୟ ଚଳିବନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ ନିୟମ ଆଳରେ ବିଜେଡି ସରକାର ଆତଙ୍କରାଜ ଚଳାଇଛି। ଗାଡ଼ି ଯାଞ୍ଚ ନାଁରେ ଲୋକଙ୍କ ଉପରେ ପୁଲିସ୍‌ ଓ ଆରଟିଓ କର୍ମଚାରୀ ଜୁଲମ କରୁଛନ୍ତି । ଏବେ ପିଲାମାନଙ୍କ ପରୀକ୍ଷା ଚାଲିଥିବା ବେଳେ କିଏ ହସ୍ପିଟାଲ ଯାଉଛି ତ କିଏ ଜରୁରୀ କାମରେ ଯାଉଛି । କିନ୍ତୁ ଟ୍ରାଫିକ ନିୟମ ବାହାନାରେ ମା’ ଭଉଣୀଙ୍କୁ ଖରାପ ବ୍ୟବହାର କରାଯାଉଛି । ଟ୍ରାଫିକ ନିୟମ ପାଇଁ କଡ଼ା ଜୋରିମାନା ଆଦାୟକୁ ଦୃଢ଼ ବିରୋଧ କରିଛି କଂଗ୍ରେସ […]

sura-1

Niharika Rout
  • Published: Monday, 02 March 2020
  • , Updated: 02 March 2020, 02:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ ନିୟମ ଆଳରେ ବିଜେଡି ସରକାର ଆତଙ୍କରାଜ ଚଳାଇଛି। ଗାଡ଼ି ଯାଞ୍ଚ ନାଁରେ ଲୋକଙ୍କ ଉପରେ ପୁଲିସ୍‌ ଓ ଆରଟିଓ କର୍ମଚାରୀ ଜୁଲମ କରୁଛନ୍ତି । ଏବେ ପିଲାମାନଙ୍କ ପରୀକ୍ଷା ଚାଲିଥିବା ବେଳେ କିଏ ହସ୍ପିଟାଲ ଯାଉଛି ତ କିଏ ଜରୁରୀ କାମରେ ଯାଉଛି । କିନ୍ତୁ ଟ୍ରାଫିକ ନିୟମ ବାହାନାରେ ମା’ ଭଉଣୀଙ୍କୁ ଖରାପ ବ୍ୟବହାର କରାଯାଉଛି ।

ଟ୍ରାଫିକ ନିୟମ ପାଇଁ କଡ଼ା ଜୋରିମାନା ଆଦାୟକୁ ଦୃଢ଼ ବିରୋଧ କରିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପରିବହନ ମନ୍ତ୍ରୀ, ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହା ବନ୍ଦ କରିବାକୁ ଦାବି କରିଛନ୍ତି ଦଳର ବରିଷ୍ଠ ବିଧାୟକ ସୁର ରାଉତରାୟ। ସେ ଆହୁରି କହିଛନ୍ତି, ଏହା କ’ଣ ହିଟଲରୀ ଶାସନ ଯେ, ବାଟରେ ଅଟକାଇ ଜଣକୁ ଦୁର୍ବ୍ୟବହାର କରୁଛ ।

ତୁରନ୍ତ ଏପରି ଜୁଲମ ବନ୍ଦ ନ ହେଲେ ରାଜ୍ୟବ୍ୟାପୀ ଆରଟିଓ  ଅଫିସ, କମିଶନରେଟ ପୁଲିସ୍‌ ଅଫିସ ଓ କେନ୍ଦ୍ର ସରକାରଙ୍କ ଅଫିସ ମଧ୍ୟ ଘେରାଉ କରିବାକୁ ସେ ଧମକ ଦେଇଛନ୍ତି । ଅନ୍ୟ ରାଜ୍ୟରେ ଫାଇନ୍‌ ହ୍ରାସ କରାଯାଇଥିବାରୁ ଓଡ଼ିଶାରେ ଏହାକୁ ଅନୁସରଣ କରାଯାଉ ବୋଲି କହିଛନ୍ତି ସୁର ରାଉତରାୟ। ଅପରପକ୍ଷେ ନିୟମ ମାନିବାକୁ ମଧ୍ୟ ସେ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ।

ସୁର ଆହୁରି କହିଛନ୍ତି, ବେକାରୀ ବଢ଼ିଛି, ନିଯୁକ୍ତି ନାହିଁ । ଧମକ ଦେଇ ଟଙ୍କା ଆଦାୟ ଚାଲିବିନି।  ଆଟିଓ ଅଫିସରେ କର୍ମଚାରୀ ନାହାନ୍ତି, ପାର୍କିଙ୍ଗ ଓ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ବେଳେ ଏ ଫାଇନ୍‌ ଅତ୍ୟାଚାର। ଭୁଲ ଥିଲେ ବୁଝାଇ ସୁଝାଇ କାମ କରନ୍ତୁ ବୋଲି ପରାମର୍ଶ ମଧ୍ୟ ଦେଇଛନ୍ତି।

ବିଜେଡି-ବିଜେଡି ସଂପର୍କକୁ ନେଇ କଟାକ୍ଷ କରି ସୁର କହିଛନ୍ତି, ଶାହ-ନବୀନ କୋଳାକୋଳି ହୁଅନ୍ତୁ । କେହି କାହା ବିରୋଧରେ ନ କୁହନ୍ତୁ ପଛକେ ଲୋକଙ୍କୁ ହଇରାଣ ନ କରନ୍ତୁ ।

ସୁରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ସରକାରୀ କର୍ମଚାରୀ ଖରାପ ବ୍ୟବହାରକୁ ସମର୍ଥନ କରାଯିବନି । ଭଦ୍ର ବ୍ୟବହାର ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଲୋକଙ୍କ ଧନଜୀବନ ରକ୍ଷା ସରକାରଙ୍କ ଦାୟିତ୍ୱ । ନୂଆ ଆଇନ ଲାଗିବା ପରେ ଦୁର୍ଘଟଣା ୫୦ ପ୍ରତିଶତ କମିଛି ।  ସମସ୍ତେ ନିୟମ ମାନିବା ଦରକାର ବୋଲି ପଦ୍ମନାଭ କହିଛନ୍ତି ।

 

Related story