ଓଇଆରସି ଅଧ୍ୟକ୍ଷ ପଦ ପୂରଣ ପାଇଁ ବିଜ୍ଞପ୍ତି, ଦୌଡ଼ରେ ସୁରେଶ ଆଗରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅଧ୍ୟକ୍ଷ ପଦ ପୂରଣ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଓଇଆରସି ଅଧ୍ୟକ୍ଷ ଉପେନ୍ଦ୍ରନାଥ ବେହେରା ଆସନ୍ତା ଜାନୁୟାରୀ ୧୬ତାରିଖରେ ଅବସର ନେବେ ଓ ସେଥିପାଇଁ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଡିସେମ୍ବର ୧୫ତାରିଖରେ ଅଧ୍ୟକ୍ଷ ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ୩୦ଦିନ ଅର୍ଥାତ୍ ଜାନୁୟାରୀ ୧୫ତାରିଖ ସୁଦ୍ଧା ଆବେଦନ କରିବା ନିମନ୍ତେ କୁହାଯାଇଛି। ଓଇଆରସି ଅଧ୍ୟକ୍ଷ ପଦ ପାଇଁ ବର୍ତ୍ତମାନର […]

Suresh Chandra Mohapatra

Suresh Chandra Mohapatra

Ordigital Desk
  • Published: Monday, 20 December 2021
  • Updated: 21 December 2021, 04:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅଧ୍ୟକ୍ଷ ପଦ ପୂରଣ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଓଇଆରସି ଅଧ୍ୟକ୍ଷ ଉପେନ୍ଦ୍ରନାଥ ବେହେରା ଆସନ୍ତା ଜାନୁୟାରୀ ୧୬ତାରିଖରେ ଅବସର ନେବେ ଓ ସେଥିପାଇଁ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଡିସେମ୍ବର ୧୫ତାରିଖରେ ଅଧ୍ୟକ୍ଷ ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ୩୦ଦିନ ଅର୍ଥାତ୍ ଜାନୁୟାରୀ ୧୫ତାରିଖ ସୁଦ୍ଧା ଆବେଦନ କରିବା ନିମନ୍ତେ କୁହାଯାଇଛି। ଓଇଆରସି ଅଧ୍ୟକ୍ଷ ପଦ ପାଇଁ ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ମୁଖ୍ୟ ଦାବିଦାର ଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଓଇଆରସି ଅଧ୍ୟକ୍ଷ ଶ୍ରୀ ବେହେରାଙ୍କ କାର୍ଯ୍ୟକାଳ ଜାନୁୟାରୀ ୧୬ତାରିଖରେ ଶେଷ ହେଉଥିବାରୁ ପରବର୍ତ୍ତୀ ଓଇଆରସି ଅଧ୍ୟକ୍ଷ ଚୟନ ନିମନ୍ତେ ପ୍ରକ୍ରିୟାର ଆରମ୍ଭ ହୋଇଛି । କମିଶନରେ ଏବେ ଅଧ୍ୟକ୍ଷ ଶ୍ରୀ ବେହେରାଙ୍କ ବ୍ୟତୀତ ଜଣେ ସଦସ୍ୟ ଗଜେନ୍ଦ୍ର ମହାପାତ୍ର ଅଛନ୍ତି । ଅନ୍ୟ ଜଣେ ସଦସ୍ୟଙ୍କ ଚୟନ ପାଇଁ ବହୁଦିନ ଧରି ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ କାହାରି ନାଁ ଉପରେ ସହମତି ହୋଇପାରିନାହାନ୍ତି । ଅବଶ୍ୟ ଚୟନ କମିଟି ୨ଜଣଙ୍କ ନାମ କମିଶନ ସଦସ୍ୟ ପଦବୀ ନିମନ୍ତେ ସୁପାରିସ କରିଛନ୍ତି ।

ତେବେ ଓଇଆରସି ଅଧ୍ୟକ୍ଷ ପଦବୀ ପାଇଁ ସୁରେଶ ମହାପାତ୍ର ମୁଖ୍ୟ ଦାବିଦାର ଥିଲେ ମଧ୍ୟ ଓଇଆରସି ଅଧ୍ୟକ୍ଷ ପଦବୀ ପାଇଁ ଉଦ୍ଦିଷ୍ଟ ଚୟନ କମିଟିରେ ମୁଖ୍ୟ ସଚିବ ନିଜେ ସଦସ୍ୟ ଥିବାରୁ ସୁରେଶଙ୍କ ପାଇଁ ତାହା ସମସ୍ୟା ପାଲଟିଛି । ଓଇଆରସି ଅଧ୍ୟକ୍ଷ ଚୟନ କମିଟିରେ ହାଇକୋର୍ଟର ଜଣେ ବିଚାରପତି, କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗର ସଦସ୍ୟ ଓ ମୁଖ୍ୟ ସଚିବଙ୍କୁ ନେଇ କମିଟି ରହିଛି । ତେବେ ସୁରେଶ ନିଜେ ଦାବିଦାର ଥିବାରୁ ନିଜକୁ ନିଜେ ବାଛିବା ସମ୍ଭବପର ହେବ ନାହିଁ । ତେଣୁ ଏବେ ଧାର୍ଯ୍ୟ ଅବଧି ମଧ୍ୟରେ ଆବେଦନପତ୍ର ସଂଗ୍ରହ କରି ସରକାର ଚୟନ ପ୍ରକ୍ରିୟାକୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ଶେଷ କରିପାରନ୍ତି । କାରଣ ସୁରେଶ ୨୦୨୨ ଫେବୃୟାରୀରେ ଅବସର ନେବେ ଓ ମାର୍ଚ୍ଚ ୧ରୁ ନୂଆ ମୁଖ୍ୟ ସଚିବ ଦାୟିତ୍ୱ ଗ୍ରହଣ କରିବା ପରେ ଏହି କମିଟି ବୈଠକ ଡାକି ସୁରେଶଙ୍କ ନାମ ଉପରେ ମୋହର ବାଜିବାର ସମ୍ଭାବନା ରହିଛି ।

ଆଗକୁ ବିଦ୍ୟୁତ ଟାରିଫ ଚୂଡ଼ାନ୍ତ ପ୍ରକ୍ରିୟା ଥିବାରୁ ଶ୍ରୀ ବେହେରାଙ୍କ ପରେ କେବଳ ମହାପାତ୍ର ଏକମାତ୍ର ସଦସ୍ୟ ଭାବେ ଏହି ଶୁଣାଣି ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ କରିବେ । ଶ୍ରୀ ବେହେରା ୨୦୧୭ ଜାନୁୟାରୀ ୧୬ତାରିଖରେ ଓଇଆରସି ଅଧ୍ୟକ୍ଷ ଦାୟିତ୍ୱର ପଦ ଓ ଗୋପନୀୟତାର ଶପଥ ନେଇଥିଲେ । ଶ୍ରୀ ବେହେରା ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ପଦରୁ ଅବ୍ୟାହତି ନେଇ ଏହି ପଦରେ ଅବସ୍ଥାପିତ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story