Advertisment

ସବୁ କାରନାମା ପଦାରେ ପଡ଼ିବା ପରେ ନିଲମ୍ବିତ କନଷ୍ଟେବଲ ପ୍ରସନ୍ନ ବେହେରା ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ହତ୍ୟା ମାମଲାର ତଦନ୍ତ ବେଳେ ପଦାକୁ ଆସିଥିଲା କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ କାରନାମା। ଯେଉଁଥି ପାଇଁ ତାଙ୍କୁ ପ୍ରଥମେ ନିଲମ୍ବନ କରାଯାଇଥିଲା। ଆଉ ଏବେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ସହିତ ସାଉଥ୍ ସିଟି ହୋଟେଲ୍‌ ବାର୍‌ର ମାଲିକ ପ୍ରଦ୍ୟୁମ୍ନ ଜେନା ଓ ମ୍ୟାନେଜର ସୌଭିକ ଜେନା ଗିରଫ ହୋଇଛନ୍ତି। ଶେଷଥର ପାଇଁ ମନୀଷ ଅନୁରାଗଙ୍କୁ ତାଙ୍କ ସାଙ୍ଗମାନଙ୍କ ସହିତ ପାତ୍ରପଡ଼ା ସ୍ଥିତ […]

ଅଦ୍ୟତନ ହୋଇଛି
ସବୁ କାରନାମା ପଦାରେ ପଡ଼ିବା ପରେ ନିଲମ୍ବିତ କନଷ୍ଟେବଲ ପ୍ରସନ୍ନ ବେହେରା ଗିରଫ

Accused

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ହତ୍ୟା ମାମଲାର ତଦନ୍ତ ବେଳେ ପଦାକୁ ଆସିଥିଲା କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ କାରନାମା। ଯେଉଁଥି ପାଇଁ ତାଙ୍କୁ ପ୍ରଥମେ ନିଲମ୍ବନ କରାଯାଇଥିଲା। ଆଉ ଏବେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ସହିତ ସାଉଥ୍ ସିଟି ହୋଟେଲ୍‌ ବାର୍‌ର ମାଲିକ ପ୍ରଦ୍ୟୁମ୍ନ ଜେନା ଓ ମ୍ୟାନେଜର ସୌଭିକ ଜେନା ଗିରଫ ହୋଇଛନ୍ତି।

Advertisment

ଶେଷଥର ପାଇଁ ମନୀଷ ଅନୁରାଗଙ୍କୁ ତାଙ୍କ ସାଙ୍ଗମାନଙ୍କ ସହିତ ପାତ୍ରପଡ଼ା ସ୍ଥିତ ଏହି ସାଉଥ୍ ସିଟି ହୋଟେଲ୍‌ ବାର୍‌ରେ ଦେଖିବାକୁ ମିଳିଥିଲା। ଆଉ ଏହି ବାର୍‌କୁ ବେଆଇନ ଭାବେ ଚଲାଇଥିଲେ ନିଲମ୍ବିତ କନଷ୍ଟେବଲ ପ୍ରସନ୍ନ ବେହେରା। ସେ ହାବିଲଦାର-କନଷ୍ଟେବଲ ସଂଘର ସଂପାଦକ ମଧ୍ୟ ଅଛନ୍ତି।

ସାଉଥ୍ ସିଟି ହୋଟେଲ୍‌ ବାର୍‌ର ମାଲିକ ହେଉଛନ୍ତି ପ୍ରଦ୍ୟୁମ୍ନ ଜେନା। କିନ୍ତୁ ସେ ବାର୍ ଚଲାଇ ପାରି ନଥିଲେ। ତେଣୁ କନଷ୍ଟେବଲ ପ୍ରସନ୍ନ ବେହେରା ଏହାକୁ ନିଜ ଭାଇ ନାଁରେ ନେଇ ଚଲାଉଥିଲେ।

Advertisment

ସୂଚନା ଅନୁଯାୟୀ, ବାର୍ ଚଲାଇବା ପାଇଁ ଲାଇସେନ୍ସ ନଥିଲା। ତା’ ସତ୍ତ୍ୱେ ପ୍ରସନ୍ନ ଓ ପ୍ରଦ୍ୟୁମ୍ନ ସେଠାରେ ବାର୍ ଚଲାଇଥିଲେ। ପୁଣି କୋଭିଡ୍ ନିୟମ ଭାଙ୍ଗି ଏହି ବାର୍‌କୁ ଚଲା ଯାଉଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଯୁବକ,ଯୁବତୀ ନାଚୁଥିଲେ। ସେଥିପାଇଁ ପ୍ରସନ୍ନଙ୍କ ସହିତ ପ୍ରଦ୍ୟୁମ୍ନଙ୍କୁ ମଧ୍ୟ ଗିରଫ କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ ସାଉଥ୍ ସିଟି ହୋଟେଲ୍‌ ବାର୍‌ର ଲାଇସେନ୍ସ ସେପ୍ଟେମ୍ୱର ମାସରୁ ସରି ଯାଇଛି। ଏହା ସତ୍ତ୍ୱେ ସେଠାରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲୁଥିଲା ବାର୍। ଗତକାଲି ସେଠାରେ ଅବକାରୀ ବିଭାଗ ଓ କମିଶନରେଟ୍ ପୁଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ବାର୍‌ଟିକୁ ସିଲ୍ କରି ଦିଆଯାଇଛି। ତା’ସହିତ ଗତକାଲିଠାରୁ ପ୍ରସନ୍ନ, ପ୍ରଦ୍ୟୁମ୍ନ ଓ ସୌଭିକଙ୍କୁ ଅଟକ ରଖାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe