Advertisment

ତପସ୍ୱିନୀଙ୍କ ସପକ୍ଷରେ ବାହାରିଲେ ମହିଳା, ଡାକ୍ତର ସୁମିତଙ୍କ ଘରର ଗେଟ୍ ଭାଙ୍ଗିଲେ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରର ଦମ୍ପତି ତପସ୍ୱିନୀ-ଡାକ୍ତର ସୁମିତ ବିବାହ ବିବାଦ ମାମଲା ନେଇଛି ନୂଆ ମୋଡ଼। ତପସ୍ୱିନୀଙ୍କ ସପକ୍ଷରେ ବାହାରିଛନ୍ତି ବ୍ରହ୍ମପୁରର ଶହ ଶହ ମହିଳା। ପୁଲିସ୍ ଉପସ୍ଥିତ ଥିଲେ ମଧ୍ୟ ଏହି ମହିଳାମାନେ ଡାକ୍ତର ସୁମିତ ସାହୁଙ୍କ ବ୍ରହ୍ମପୁର ସ୍ଥିତ ବ୍ରହ୍ମାନଗର ଘରର ଗେଟ୍ ଭାଙ୍ଗି ଦେଇଛନ୍ତି।  ଏହା ପରେ ସେମାନେ ଘରର ଅନ୍ୟ ଏକ ଫାଟକକୁ ଭାଙ୍ଗିବାକୁ ପ୍ରୟାସ କରିଥିଲେ। କିନ୍ତୁ ପୁଲିସ୍ ଆସି ସମସ୍ତଙ୍କୁ ଘଉଡ଼ାଇ ଦେଇଥିଲା। ଅନ୍ୟପକ୍ଷରେ ଆଜି ରାତିରେ […]

ଅଦ୍ୟତନ ହୋଇଛି
ତପସ୍ୱିନୀଙ୍କ ସପକ୍ଷରେ ବାହାରିଲେ ମହିଳା, ଡାକ୍ତର ସୁମିତଙ୍କ ଘରର ଗେଟ୍ ଭାଙ୍ଗିଲେ

DR-sUMIT

Advertisment

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁରର ଦମ୍ପତି ତପସ୍ୱିନୀ-ଡାକ୍ତର ସୁମିତ ବିବାହ ବିବାଦ ମାମଲା ନେଇଛି ନୂଆ ମୋଡ଼। ତପସ୍ୱିନୀଙ୍କ ସପକ୍ଷରେ ବାହାରିଛନ୍ତି ବ୍ରହ୍ମପୁରର ଶହ ଶହ ମହିଳା। ପୁଲିସ୍ ଉପସ୍ଥିତ ଥିଲେ ମଧ୍ୟ ଏହି ମହିଳାମାନେ ଡାକ୍ତର ସୁମିତ ସାହୁଙ୍କ ବ୍ରହ୍ମପୁର ସ୍ଥିତ ବ୍ରହ୍ମାନଗର ଘରର ଗେଟ୍ ଭାଙ୍ଗି ଦେଇଛନ୍ତି।  ଏହା ପରେ ସେମାନେ ଘରର ଅନ୍ୟ ଏକ ଫାଟକକୁ ଭାଙ୍ଗିବାକୁ ପ୍ରୟାସ କରିଥିଲେ। କିନ୍ତୁ ପୁଲିସ୍ ଆସି ସମସ୍ତଙ୍କୁ ଘଉଡ଼ାଇ ଦେଇଥିଲା। ଅନ୍ୟପକ୍ଷରେ ଆଜି ରାତିରେ ଘରର ମୁଖ୍ୟ ଦ୍ୱାର ଭାଙ୍ଗି ତପସ୍ୱିନୀଙ୍କୁ ଭିତରେ ପୂରାଇବେ ବୋଲି ଏହି ମହିଳାମାନେ ଚେତାବନୀ ଦେଇଛନ୍ତି। ପୁଲିସ୍ ସେମାନଙ୍କୁ ବୁଝାସୁଝା କରୁଛି। ମହିଳାମାନେ ଗେଟ୍ ଭାଙ୍ଗି ଦେବା ପରେ ତପସ୍ୱିନୀ ଅସ୍ଥାୟୀ ଟେଣ୍ଟ ଭାଙ୍ଗି ବରଣ୍ଡାକୁ ଚାଲି ଯାଇଛନ୍ତି।

Advertisment

ହଜାର ହଜାର ମହିଳା ତାଙ୍କ ସପକ୍ଷରେ ବାହାରିଥିବା ବେଳେ ଖୁସି ପ୍ରକଟ କରିଛନ୍ତି ତପସ୍ୱିନୀ। ସେ କହିଛନ୍ତି, କୋର୍ଟ ତ ନ୍ୟାୟ ଦେଲେ ନାହିଁ, କିନ୍ତୁ ମା, ଉଭଣୀମାନେ ମୋତେ ନ୍ୟାୟ ଦେଇଛନ୍ତି। ସେମାନେ ମୋ ସମର୍ଥନରେ ବାହାରିଛନ୍ତି। ମୋର ଏବେ ବିଶ୍ୱାସ ହେଉଛି ଯେ ମୁଁ ମୋ ଶାଶୂ ଘରେ ପ୍ରବେଶ କରି ପାରିବି। ସମସ୍ତଙ୍କ ଆଶୀର୍ବାଦ ମୋ ସହିତ ରହିଛି।

ଏହା ସହିତ ସେ କୋର୍ଟଙ୍କ ଅବମାନନା କରି ନାହାନ୍ତି ବୋଲି କହିଛନ୍ତି। ତପସ୍ୱିନୀ କହିଛନ୍ତି ଯେ ସେ ଗେଟ୍ ଭାଙ୍ଗି ନାହାନ୍ତି। ତାଙ୍କ ଉପରେ ଦୟା କରି ବ୍ରହ୍ମପୁରର ମା’, ଭଉଣୀମାନେ ଆସି ଶ୍ୱଶୁର ଘର ଗେଟ୍ ଭାଙ୍ଗିଛନ୍ତି।

Advertisment

ଡାକ୍ତର ସୁମିତଙ୍କ ଘରର ଗେଟ୍ ଭାଙ୍ଗିଥିବା ଜଣେ ମହିଳା କହିଛନ୍ତି, ତପସ୍ୱିନୀ ବାହାରେ ରହୁଥିଲେ। ଏବେ ବାରଣ୍ଡାରେ ରହିପାରିବେ। ଏହା ଦ୍ୱାରା ଅତିକମ୍‌ରେ ସେ ଶୀତରୁ ଟିକେ ରକ୍ଷା ପାଇପାରିବେ। ଆଜି ଆମେ ଗୋଟିଏ ଗେଟ୍ ଭାଙ୍ଗିଛୁ। ଦରକାର ପଡ଼ିଲେ ସବୁ ଗେଟ୍ ଭାଙ୍ଗି ତପସ୍ୱିନୀଙ୍କୁ ଘର ଭିତରକୁ ନେଇ ଯିବୁ।

ଅନ୍ୟପକ୍ଷରେ ତପସ୍ୱିନୀ ଓ ସୁମିତ ମାମଲାରେ ଏସ୍‌ଡିଜେଏମ୍‌ କୋର୍ଟ ଆଜି ତାଙ୍କ ପୂର୍ବ ରାୟକୁ ପୁଣି ଦୋହରାଇଛନ୍ତି। ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତ ସାହୁଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ଲାଇଟ୍, ପାଣି ଓ ପରିମଳ ବ୍ୟବସ୍ଥା ଥିବା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶରେ ତପସ୍ୱିନୀ ସନ୍ତୁଷ୍ଟ ନଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ସୁମିତ ନିଖୋଜ ଥିବା ଆମେ କୋର୍ଟଙ୍କୁ ଜଣାଇଛୁ। ସୁମିତ କେଉଁଠି ଅଛନ୍ତି, ନା ପୁଲିସ ଜାଣିଛି ନା ଅନ୍ୟ କେହି। ଏହା ସତ୍ତ୍ୱେ ସୁମିତଙ୍କୁ ଭଡ଼ାଘର ନେଇ ତପସ୍ୱିନୀଙ୍କୁ ରଖିବାକୁ କୁହାଯାଇଛି। ଭଡ଼ା ଘର ନେବା ପର୍ଯ୍ୟନ୍ତ ତପସ୍ବିନୀ କେଉଁଠି ରହିବେ, କୋର୍ଟ କହିନାହାନ୍ତି। କୋର୍ଟ କିଛି ସ୍ପଷ୍ଟ କରିନଥିବାରୁ, ତପସ୍ୱିନୀ କେଉଁଠି ରହିବେ ସେ ନିଷ୍ପତ୍ତି ସେ ନିଜେ ନେବେ।

ସୂଚନାଯୋଗ୍ୟ, ଆଜି ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ କିଛି ଫଟୋ ସାମ୍ନାକୁ ଆସିଥିଲା, ଯେଉଁଗୁଡ଼ିକୁ ଭାଇରାଲ ହେଉଛି। ଏହା ତାଙ୍କ ଆବୋର୍‌ସନ୍ ବେଳର ଫଟୋ ବୋଲି କହିଛନ୍ତି ତପସ୍ୱିନୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe