ତାରା ଦତ୍ତ ଜମି ଜାଲିଆତି ମାମଲା: ରାଜସ୍ୱ ପରିଷଦଙ୍କ ନୋଟିସ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

କଟକ: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମୌଜା ଜମି ଜାଲିଆତି ଘଟଣାକୁ ନେଇ ରାଜସ୍ୱ ପରିଷଦ ଜାରି କରିଥିବା ନୋଟିସ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଆବେଦନକାରୀ ବରିଷ୍ଠ ପ୍ରଶାସକ ତାରା ଦତ୍ତଙ୍କ ମାମଲା ଉପରେ ନିମ୍ନ ଅଦାଲତରେ ଅନ୍ୟାଦେଶ ପର୍ଯ୍ୟନ୍ତ ଶୁଣାଣି ଉପରେ ହାଇକୋର୍ଟ ଏହି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଚନ୍ଦ୍ରଶେଖରପୁର ମୌଜାରେ ଥିବା ପ୍ରାୟ ୪ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିକୁ ଉଛବ ସାହୁ ନାମକ ଜଣେ ବ୍ୟକ୍ତି ଚଞ୍ଚକତା କରି ନିଜ […]

highcourt

Rakesh Mallick
  • Published: Saturday, 14 November 2015
  • , Updated: 14 November 2015, 08:01 AM IST

କଟକ: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମୌଜା ଜମି ଜାଲିଆତି ଘଟଣାକୁ ନେଇ ରାଜସ୍ୱ ପରିଷଦ ଜାରି କରିଥିବା ନୋଟିସ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଆବେଦନକାରୀ ବରିଷ୍ଠ ପ୍ରଶାସକ ତାରା ଦତ୍ତଙ୍କ ମାମଲା ଉପରେ ନିମ୍ନ ଅଦାଲତରେ ଅନ୍ୟାଦେଶ ପର୍ଯ୍ୟନ୍ତ ଶୁଣାଣି ଉପରେ ହାଇକୋର୍ଟ ଏହି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଚନ୍ଦ୍ରଶେଖରପୁର ମୌଜାରେ ଥିବା ପ୍ରାୟ ୪ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିକୁ ଉଛବ ସାହୁ ନାମକ ଜଣେ ବ୍ୟକ୍ତି ଚଞ୍ଚକତା କରି ନିଜ ନାମରେ କରି ନେଇଥିଲେ। ପରବର୍ତ୍ତୀ ସମୟରେ ଉଛବ ସାହୁ ଏହାକୁ ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ବିକ୍ରି କରିଥିବାର ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବାକୁ ସାଧାରଣ ପ୍ରଶାସନ ବିଭାଗ ରାଜସ୍ୱ ପରିଷଦରେ ମାମଲା ଦାୟର କରିଥିଲେ। ଏହି ଅଭିଯୋଗ ଆଧାରରେ ରାଜସ୍ୱ ପରିଷଦ ତାରା ଦତ୍ତଙ୍କ ସମେତ ୫୪ଜଣଙ୍କୁ ନୋଟିସ ଜାରି କରିଥିଲେ। ଆସନ୍ତା ୨୯ତାରିଖ ସୁଦ୍ଧା ହାଜର ହୋଇ ନିଜର ପକ୍ଷ ରଖିବାକୁ ନୋଟିସରେ କୁହାଯାଇଥିଲା।

Related story