ଜାତୀୟ ରାଜପଥରେ ଜଳିଗଲା ଚଳନ୍ତା ଗାଡ଼ି

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ନଳାଙ୍ଗ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଚଳନ୍ତା ଟାଟା ଏସି ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗାଡ଼ିର ଆଗରେ ଥିବା ବ୍ୟାଟେରିରୁ ପ୍ରଥମେ ନିଆଁ ବାହାରି ଥିଲା ଓ ପରେ ଏହାର ଗାଡ଼ିର ସମ୍ମୁଖ ଭାଗକୁ ବ୍ୟାପୀ ଯାଇଥିଲା। ଗାଡ଼ିରେ ନିଆଁ ଲାଗି ଥିବା ନେଇ ପ୍ରଥମେ ରାସ୍ତାରେ ଯା’ଆସ କରୁଥିବା ଲୋକେ ଦେଖିଥିଲେ। ସେମାନେ […]

man1

Jitendra Garnayak
  • Published: Thursday, 16 May 2019
  • , Updated: 16 May 2019, 03:10 PM IST

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ନଳାଙ୍ଗ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଚଳନ୍ତା ଟାଟା ଏସି ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଗାଡ଼ିର ଆଗରେ ଥିବା ବ୍ୟାଟେରିରୁ ପ୍ରଥମେ ନିଆଁ ବାହାରି ଥିଲା ଓ ପରେ ଏହାର ଗାଡ଼ିର ସମ୍ମୁଖ ଭାଗକୁ ବ୍ୟାପୀ ଯାଇଥିଲା। ଗାଡ଼ିରେ ନିଆଁ ଲାଗି ଥିବା ନେଇ ପ୍ରଥମେ ରାସ୍ତାରେ ଯା’ଆସ କରୁଥିବା ଲୋକେ ଦେଖିଥିଲେ। ସେମାନେ ପାଟି କରି ଗାଡ଼ିକୁ ଅଟକାଇ ଥିଲେ। ଲୋକଙ୍କ ସହଯୋଗରେ ଡ୍ରାଇଭର ଗାଡିରେ ଥିବା ବିସ୍କୁଟ୍ ଓ ଫ୍ରୁଟ୍ ଜୁସ୍ ପ୍ୟାକେଟ୍‌ଗୁଡ଼ିକୁ ବାହାର କରିଥିଲେ। ପରେ ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁ ଲିଭାଇ ଥିଲେ।

ଗାଡ଼ିଟି ଭଣ୍ଡାରିପୋଖରୀରୁ ଭଦ୍ରକ ଆସୁଥିଲା।

Related story