୭୫ ଜଣ ଜାଲ୍ ସାର୍ଟିଫିକେଟ୍‌ଧାରୀଙ୍କୁ ମିଳିଛି ଚାକିରି, ପଚାରିବାରୁ ମୁହଁ ଖୋଲୁନାହାଁନ୍ତି ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏମିତି ଆମ ବ୍ୟବସ୍ଥା। ମେଧାବୀ ପିଲାଙ୍କୁ ଚାକିରି ମିଳୁନି, କିନ୍ତୁ ଅଣସ୍ୱୀକୃତିପ୍ରାପ୍ତ ଡିଗ୍ରୀ କଲେଜରୁ ସାର୍ଟିଫିକେଟ କିଣିଥିବା ପିଲାଙ୍କୁ ମିଳିଛି ଅଧ୍ୟାପକ ଚାକିରି। ରାଜ୍ୟ ସରକାରଙ୍କ ଧନ୍ଦାମୂଳକ ଶିକ୍ଷା କଲେଜରେ ଅନିୟମିତତାର ଏମିତି ସାଙ୍ଘାତିକ ତଥ୍ୟ ପାଇଛି ଓଟିଭି। ପଢ଼ନ୍ତୁ ପୂରା ଘଟଣା। କୋଲକାତାସ୍ଥିତ ‘ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସ’ ସଂସ୍ଥାରୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ, ୨୦୧୨ ମସିହାରେ ସ୍ୱୀକୃତି ପ୍ରତ୍ୟାହାର କରି ନେଇଥିଲା। ଅଭିଯୋଗ ହୋଇଛି, ଏହି ସଂସ୍ଥାରୁ ସାର୍ଟିଫିକେଟ୍ ପାଇଥିବା […]

lecter copy

Rakesh Mallick
  • Published: Wednesday, 02 May 2018
  • , Updated: 02 May 2018, 09:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏମିତି ଆମ ବ୍ୟବସ୍ଥା। ମେଧାବୀ ପିଲାଙ୍କୁ ଚାକିରି ମିଳୁନି, କିନ୍ତୁ ଅଣସ୍ୱୀକୃତିପ୍ରାପ୍ତ ଡିଗ୍ରୀ କଲେଜରୁ ସାର୍ଟିଫିକେଟ କିଣିଥିବା ପିଲାଙ୍କୁ ମିଳିଛି ଅଧ୍ୟାପକ ଚାକିରି। ରାଜ୍ୟ ସରକାରଙ୍କ ଧନ୍ଦାମୂଳକ ଶିକ୍ଷା କଲେଜରେ ଅନିୟମିତତାର ଏମିତି ସାଙ୍ଘାତିକ ତଥ୍ୟ ପାଇଛି ଓଟିଭି। ପଢ଼ନ୍ତୁ ପୂରା ଘଟଣା।

କୋଲକାତାସ୍ଥିତ ‘ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସ’ ସଂସ୍ଥାରୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ, ୨୦୧୨ ମସିହାରେ ସ୍ୱୀକୃତି ପ୍ରତ୍ୟାହାର କରି ନେଇଥିଲା। ଅଭିଯୋଗ ହୋଇଛି, ଏହି ସଂସ୍ଥାରୁ ସାର୍ଟିଫିକେଟ୍ ପାଇଥିବା ୭୫ ଜଣଙ୍କୁ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ‘ଧନ୍ଦାମୂଳକ ଶିକ୍ଷା କଲେଜ’ରେ ଅଧ୍ୟାପକ ଭାବେ ନିଯୁକ୍ତି ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସଂସ୍ଥା ପ୍ରଦାନ କରିଥିବା ସାର୍ଟିଫିକେଟ୍‌, ବିଟେକ ଡିଗ୍ରୀ ସହ ସମାନ ନୁହେଁ ବୋଲି ସୁପ୍ରିମକୋର୍ଟ ତାଙ୍କର ଏକ ରାୟରେ ଉଲ୍ଲେଖ କରିଥିଲେ। ତେଣୁ ଏଠି ଉଠୁଛି, ଶିକ୍ଷା ବିଭାଗ କେମିତି ଏକ ସ୍ୱୀକୃତି ନଥିବା ସଂସ୍ଥାର ସାର୍ଟିଫିକେଟ୍‌ଧାରୀଙ୍କୁ ନିଯୁକ୍ତି ଦେଲା? ଏ ସାଂଘାତିକ କେଳେଙ୍କାରୀ ପଛରେ କାହାର ହାତ ଅଛି ? ଏପରି ଅନିୟମିତତାକୁ ନେଇ ମେଧାବୀ ଛାତ୍ରଛାତ୍ରୀମାନେ ଆପତ୍ତି ଉଠାଇଛନ୍ତି। ହେଲେ ଶିକ୍ଷା ବିଭାଗରେ ଏଭଳି ନିଯୁକ୍ତି ଜାଲିଆତିକୁ ନେଇ ମନ୍ତ୍ରୀ କିନ୍ତୁ ମୁହଁ ଖୋଲିବାକୁ ନାରାଜ। ତଥ୍ୟ ନାହିଁ କହି ପ୍ରଶ୍ନକୁ ଏଡ଼ାଇ ଯାଉଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।

ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜଣେ ଜଣେ ଅଧ୍ୟାପକଙ୍କୁ ଦୁଇଟି ଲେଖାଏଁ ସରକାରୀ କଲେଜର ଦାୟିତ୍ୱରେ ଦିଆଯାଇଛି। ଏମିତି ଜଣେ ଅଧ୍ୟାପକ ହେଉଛନ୍ତି ବିପିନ ବିହାରୀ ରାଉତ। ସେ ଢେଙ୍କାନାଳର ମା’ ମହିମା ଜୋରନ୍ଦା ମହାବିଦ୍ୟାଳୟ ଓ ରାଉରକେଲାର ଜଳଦାସ୍ଥିତ ସରକାରୀ ଧନ୍ଦାମୂଳକ ମହାବିଦ୍ୟାଳୟର ଅଧ୍ୟାପକ ଅଛନ୍ତି। ଚଞ୍ଚକତା କରିଥିବା ଏପରି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୬ ନଭେମ୍ବରରେ ସମ୍ବଲପୁର ଆଞ୍ଚଳିକ ନିର୍ଦ୍ଦେଶକ, ଧନ୍ଦାମୂଳକ ଶିକ୍ଷା ନିର୍ଦ୍ଦେଶକଙ୍କୁ ସୁପାରିଶ କରିଥିଲେ। ହେଲେ ଏଯାଏଁ କାର୍ଯ୍ୟୁନଷ୍ଠାନ ହୋଇନି।

Related story