ଶିକ୍ଷୟିତ୍ରୀଙ୍କୁ ବିଲ ମଝିରେ ନିର୍ମମ ହତ୍ୟା: ମୁହଁ ବିକୃତ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ବିଲ ମଝିରେ ଶିକ୍ଷୟିତ୍ରୀଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ସ୍କୁଲ ଛୁଟି ପରେ ଚାଲିଚାଲି ଘରକୁ ଫେରୁଥିବା ବେଳେ ଶିକ୍ଷୟିତ୍ରୀଙ୍କୁ ବାଉଁଶ ଫାଳିଆରେ ପିଟି ହତ୍ୟା କରାଯାଇଛି। ଏଭଳି ବିଭତ୍ସ ହତ୍ୟାକାଣ୍ଡ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ଘଟିଛି। ନିରାକାରପୁର ହରିପୁର ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀ ଛୁଟି ପରେ ଘରକୁ ଫେରୁଥିଲେ। ବଡ଼ପୋଖରିଆ ବିଲ ମଝିରେ ତାଙ୍କ ଉପରେ ହୋଇଥିଲା ଆତର୍କିତ ଆକ୍ରମଣ। ଏକ ବାଉଁଶ ଫାଳିଆରେ ଶିକ୍ଷୟିତ୍ରୀଙ୍କ ମୁହଁ ଓ […]

teacher killed in khurda

Rakesh Mallick
  • Published: Thursday, 04 January 2018
  • , Updated: 04 January 2018, 06:47 PM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ବିଲ ମଝିରେ ଶିକ୍ଷୟିତ୍ରୀଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ସ୍କୁଲ ଛୁଟି ପରେ ଚାଲିଚାଲି ଘରକୁ ଫେରୁଥିବା ବେଳେ ଶିକ୍ଷୟିତ୍ରୀଙ୍କୁ ବାଉଁଶ ଫାଳିଆରେ ପିଟି ହତ୍ୟା କରାଯାଇଛି। ଏଭଳି ବିଭତ୍ସ ହତ୍ୟାକାଣ୍ଡ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ଘଟିଛି।

ନିରାକାରପୁର ହରିପୁର ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀ ଛୁଟି ପରେ ଘରକୁ ଫେରୁଥିଲେ। ବଡ଼ପୋଖରିଆ ବିଲ ମଝିରେ ତାଙ୍କ ଉପରେ ହୋଇଥିଲା ଆତର୍କିତ ଆକ୍ରମଣ। ଏକ ବାଉଁଶ ଫାଳିଆରେ ଶିକ୍ଷୟିତ୍ରୀଙ୍କ ମୁହଁ ଓ ମୁଣ୍ଡକୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଲରୁ କାମ ସାରି ଫେରୁଥିବା ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲା, ତାହା ଜଣାପଡ଼ି ନାହିଁ।

ଅଞ୍ଜଳି ଦୀର୍ଘ ୮ ବର୍ଷ ଧରି ବଡ଼ପୋଖରିଆ ଗାଁରେ ଏକ ଭଡ଼ା ଘରେ ରହୁଥିଲେ। ସେ ଏଠାରେ ଏକା ରହୁଥିଲେ। ତେବେ ପରିବାର ଲୋକେ କେଉଁଠି ରହୁଛନ୍ତି, ତାହା ଜଣାପଡ଼ି ନାହିଁ।

Related story