ଆଜି ଥିଲା ଶିଶୁ ଦିବସ: ଦିନ ୧୨ଟା ପରେ ସ୍କୁଲ ଆସିଲେ ସାର୍‌, ଦିଦି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଶିଶୁ ଦିବସ ପାଳିବାକୁ ସ୍କୁଲ ଆସିଲେ ପିଲାଏ। ହେଲେ ସାର୍‌ ଓ ମାଡ଼ାମଙ୍କ ଦେଖା ନାହିଁ। ହୋ-ହଲ୍ଲା ପରେ ଦିନ ୧୨ଟା ଆସି ପହଞ୍ଚିଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦେଖି ଘେରିଗଲେ ଅଭିଭାବକ। ଆଜି ଏପରି ଚିତ୍ର ଆସିଛି ବଲାଙ୍ଗିର ଜିଲ୍ଲାରେ। ପୁଇଁନ୍ତଲା ବ୍ଲକ ଶଂକରଭୋଜୀ ଗାଁରେ ରହିଛି ଶଂକରଭୋଜୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଆଜି ଶିଶୁ ଦିବସ ଥିବାରୁ ପିଲାମାନେ ସକାଳ ୮ଟାରୁ ସ୍କୁଲ ଆସି ଥିଲେ। ହେଲେ ଗେଟ୍‌ରେ […]

School

  • Published: Monday, 14 November 2022
  • , Updated: 14 November 2022, 07:28 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଶିଶୁ ଦିବସ ପାଳିବାକୁ ସ୍କୁଲ ଆସିଲେ ପିଲାଏ। ହେଲେ ସାର୍‌ ଓ ମାଡ଼ାମଙ୍କ ଦେଖା ନାହିଁ। ହୋ-ହଲ୍ଲା ପରେ ଦିନ ୧୨ଟା ଆସି ପହଞ୍ଚିଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦେଖି ଘେରିଗଲେ ଅଭିଭାବକ। ଆଜି ଏପରି ଚିତ୍ର ଆସିଛି ବଲାଙ୍ଗିର ଜିଲ୍ଲାରେ।

ପୁଇଁନ୍ତଲା ବ୍ଲକ ଶଂକରଭୋଜୀ ଗାଁରେ ରହିଛି ଶଂକରଭୋଜୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଆଜି ଶିଶୁ ଦିବସ ଥିବାରୁ ପିଲାମାନେ ସକାଳ ୮ଟାରୁ ସ୍କୁଲ ଆସି ଥିଲେ। ହେଲେ ଗେଟ୍‌ରେ ତାଲା ପଡ଼ିଥିବାରୁ ପିଲାମାନେ ବାହାରେ ଖେଳିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦେଖା ମିଳିନଥିଲା। ଗେଟ୍‌ରେ ତାଲା ପଡ଼ିଥିବା ଦେଖି ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ମଧ୍ୟାହ୍ନ ୧୨ଟା ପରେ ସ୍କୁଲରେ ପହଞ୍ଚିଥିଲେ ଜଣେ ଶିକ୍ଷକ। ତା’ପରେ ପ୍ରଧାନଶିକ୍ଷୟିତ୍ରୀ ଓ ଅନ୍ୟ ଦୁଇ ଶିକ୍ଷକ ଆସି ସ୍କୁଲରେ ପହଞ୍ଚିଥିଲେ। ଏହାକୁ ନେଇ ଗାଁ ଲୋକେ ହୋ-ହଲ୍ଲା କରିଥିଲା। ଅଭିଭାବକମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଘେରାଉ କରିଥିଲେ। ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ହାତ ଗଣତି କେତେ ଜଣ ପିଲାଙ୍କୁ ନେଇ ଶିଶୁ ଦିବସ ପାଳନ କରିଛନ୍ତି।

ପୁଇଁନ୍ତଲା ବିଇଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏବିଇଓ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ କହିଛନ୍ତି।

Related story