ପୁରୀ (ଓଡ଼ିଶା ରିପୋର୍ଟର): ଗାଡ଼ି ପାର୍କିଂ ପାଇଁ ଶ୍ରୀମନ୍ଦିର ସେବାୟତଙ୍କ ପାସ୍ ଅନ୍ୟକୁ ଦିଆଯାଇଥିବା ଅଭିଯୋଗ ହୋଇଛି। ସୋଶାଲ୍ ମିଡିଆରେ ସେହି ପାସ୍ର ଫଟୋ ଭାଇରାଲ୍ ହୋଇଛି। ଯାହାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି।
ଚଳିତ ଘୋଷଯାତ୍ରା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେବାୟତଙ୍କ ପାସ୍କୁ ଅନ୍ୟ ଜଣକୁ ଦିଆଯାଇଛି। ସେହି ବ୍ୟକ୍ତି ଜଣକ ନିଜ ବାଇକପାଇଁ ଏହି ପାସ୍ ବ୍ୟବହାର କରିଛନ୍ତି। ଏହା ଜଣାପଡ଼ିବା ପରେ ପାସ୍ରେ ଅପବ୍ୟବହାର ନେଇ ଅସନ୍ତୋଷ ଦେଖାଦେଇଛି।
ତେବେ କେହି ଏହି ପାସ୍ଅନ୍ୟକୁ ଦେଇଛନ୍ତି କି ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଇଛି, ତା’ର ତଦନ୍ତ ହେବ ବୋଲି ପୁରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।