ରାତିରେ ବର୍ଷା ହେବ, ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାତିରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ମାରିବା ସହିତ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଆଜି ରାତି ୧୧ଟା ୩୦ ଯାଏ ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଭଦ୍ରକ ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ମାରିବା ସହ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ଭୁବନେଶ୍ୱର ଓ କଟକ […]

rain

Manoranjan Sial
  • Published: Thursday, 28 February 2019
  • , Updated: 28 February 2019, 08:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାତିରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ମାରିବା ସହିତ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

ଆଜି ରାତି ୧୧ଟା ୩୦ ଯାଏ ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଭଦ୍ରକ ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ମାରିବା ସହ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ଭୁବନେଶ୍ୱର ଓ କଟକ ସହରରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବ। ଏଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର।

ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା। ଘଡ଼ଘଡ଼ି ମାରିବା ସହିତ ପବନ ବହିଥିଲା। ଫଳରେ ରାଜଧାନୀରରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଟ୍ରାଫିକ୍‌ ଜାମ ହୋଇଥିଲା। ଚନ୍ଦ୍ରଶେଖରପୁର ଟ୍ରାଫିକ୍‌ ପୋଷ୍ଟ୍‌ରେ ରାସ୍ତା ଉପରେ ଗଛ ପଡ଼ିଥିଲା। ଯାହାଫଳରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ରାସ୍ତା ଉପରୁ ଗଛ କାଟି ବାହାର କରାଯିବା ପରେ ଗାଡ଼ି ଚଳାଚଳ ସ୍ଵାଭାବିକ ହୋଇଥିଲା।

ଗତ ଦୁଇ ଦିନ ଧରି ଉତ୍ତର ଓଡ଼ିଶାରେ ବର୍ଷା ହେବା ସହିତ କୁଆପଥର ମାଡ଼ ହୋଇଥିଲା। ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି।

Related story