Advertisment

ଢିଙ୍କିଆରେ ଉତ୍ତେଜନା; ଗ୍ରାମବାସୀଙ୍କ ଉପରେ ପୁଲିସର ଲାଠିଚାର୍ଜ

ପାରାଦୀପ (ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଢିଙ୍କିଆରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପାନ ବରଜକୁ ସୁରକ୍ଷା ଦେବାକୁ ଯାଉଥିବାବେଳେ ଗ୍ରାମବାସୀଙ୍କ ଉପରେ ପୁଲିସ ଲାଠିମାଡ଼ କରିଛି। ପୁଲିସ ଲାଠିଚାର୍ଜରେ ଜଣେ ଆନ୍ଦୋଳନକାରୀ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ପୁଲିସ ଢିଙ୍କିଆରେ ପ୍ରବେଶ କରି ପାନ ବରଜ ଉଚ୍ଛେଦ କରିଥିଲା। ଗ୍ରାମବାସୀ ଏହାକୁ ବିରୋଧ କରି ପାନ ବରଜକୁ ସୁରକ୍ଷା ଦେବାକୁ ଯାଉଥିବା ବେଳେ ପୁଲିସ ଗାଁ ମୁଣ୍ଡରେ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଢିଙ୍କିଆରେ ଉତ୍ତେଜନା; ଗ୍ରାମବାସୀଙ୍କ ଉପରେ ପୁଲିସର ଲାଠିଚାର୍ଜ

Dhinkia

ପାରାଦୀପ (ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଢିଙ୍କିଆରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପାନ ବରଜକୁ ସୁରକ୍ଷା ଦେବାକୁ ଯାଉଥିବାବେଳେ ଗ୍ରାମବାସୀଙ୍କ ଉପରେ ପୁଲିସ ଲାଠିମାଡ଼ କରିଛି। ପୁଲିସ ଲାଠିଚାର୍ଜରେ ଜଣେ ଆନ୍ଦୋଳନକାରୀ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ପୁଲିସ ଢିଙ୍କିଆରେ ପ୍ରବେଶ କରି ପାନ ବରଜ ଉଚ୍ଛେଦ କରିଥିଲା। ଗ୍ରାମବାସୀ ଏହାକୁ ବିରୋଧ କରି ପାନ ବରଜକୁ ସୁରକ୍ଷା ଦେବାକୁ ଯାଉଥିବା ବେଳେ ପୁଲିସ ଗାଁ ମୁଣ୍ଡରେ ସେମାନଙ୍କୁ ଅଟକାଇଥିଲା। ହେଲେ ଗ୍ରାମବାସୀ ପୁଲିସ କଥା ଶୁଣି ନ ଥିଲେ। ପରେ ଗ୍ରାମବାସୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଏହା ପରେ ପୁଲିସ ଗ୍ରାମବାସୀଙ୍କ ଉପରେ ଲାଠିଚାର୍ଜ କରିଥିଲା।

ଲାଠିଚାର୍ଜ ଯୋଗୁଁ ଗ୍ରାମବାସୀ ଛତ୍ରଭଙ୍ଗ ଦେଇଥିଲେ। ଗ୍ରାମବାସୀ କରିଥିବା ଅସ୍ଥାୟୀ କ୍ୟାମ୍ପକୁ ପୁଲିସ ଭାଙ୍ଗି ଦେଇଥିଲା। ପୁଲିସ ଗାଁରେ ଫ୍ଲାଗ ମାର୍ଚ୍ଚ କରିବ ବୋଲି ଜଣାପଡ଼ିଛି।

Advertisment

ଏରସମା ତହସିଲଦାର ପ୍ରଜ୍ଞାନନ୍ଦ ଦାସ କହିଛନ୍ତି, ଲୋକଙ୍କ ସହମତିରେ ପାନବରଜ ଭଙ୍ଗା ଯାଇଥିଲା। ମୁଁ ଘଟଣାର ସମୀକ୍ଷା କରୁଛି। ଅନ୍ୟପକ୍ଷରେ ପରିସ୍ଥିତି ନିୟନ୍ତ୍ରଣ ହେବାରୁ ପୁଲିସ ଲାଠିଚାର୍ଜ କରାଯାଇଥିଲା ବୋଲି ଅତିରିକ୍ତ ଏସପି  କହିଛନ୍ତି।

[caption id="attachment_706389" align="aligncenter" width="650"]dhinkia ଢିଙ୍କିଆରେ ଉତ୍ତେଜନା[/caption]

ସୂଚନାଯୋଗ୍ୟ, ପସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା ଜମିରେ JSW ପ୍ରକଳ୍ପ ପ୍ରତିଷ୍ଠା ହେବ। ଏଥିପାଇଁ ରାଜ୍ୟ ସରକାର ସହମତି ଦେବା ପରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ମାତ୍ର ଶାସନର ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ। ଆଉ ଦାବି କରିଛନ୍ତି, ଢ଼ିଙ୍କିଆ ଓ ତା’ର ଆଖପାଖ ଅଞ୍ଚଳର ଜମି ଉର୍ବର। ଏଠାରେ ବିଭିନ୍ନ ପ୍ରକାର ଫସଲ ହେଉଛି। ଏଠାରେ ପ୍ରକଳ୍ପ ପ୍ରତିଷ୍ଠା କରାଗଲା ମାଟିର ଉର୍ବରତା ନଷ୍ଟ ହୋଇଯିବ। ତେଣୁ ଜିଲ୍ଲାର ଅନ୍ୟ କେଉଁଠି ପ୍ରକଳ୍ପ କରାଯାଉ ବୋଲି ଗାଁ ଲୋକେ ଦାବି କରିଛନ୍ତି।