ଭଦ୍ରକ(ପାର୍ଥସାରଥୀ ନାୟକ): ଶାସକ ବିଜେଡି ଓ ଜାତୀୟ ଦଳ ବିଜେପିକୁ ଚକ୍ମା ଦେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ। ଦୁଇ ହେଭିୱେଟ୍ଙ୍କୁ ପରାସ୍ତ କରି ଭଦ୍ରକ ମ୍ୟୁନିସିପାଲିଟିର ଅଧ୍ୟକ୍ଷା ହୋଇପାରିଛନ୍ତି ଗୁଲମାକି ଦଲୱାଜି। ବିଜୟୀ ହେବା ପରେ ସେ ଭଦ୍ରକବାସୀଙ୍କ ଧନ୍ୟବାଦ ଜଣାଇଛନ୍ତି। ଗୁଲମାକି ୩୨୫୬ ଖଣ୍ଡ ଭୋଟ୍ରେ ବିଜୟୀ ହୋଇଛନ୍ତି।
ଗୁଲମାକି ଦଲୱାଜି କହିଛନ୍ତି, ବିଜୟୀ ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି। ତାଙ୍କ ବିନା ଏହା ସମ୍ଭବ ହୋଇପାରିନଥା’ନ୍ତା। ସବୁ ଭଦ୍ରବାସୀଙ୍କୁ ମୁଁ ଧନ୍ୟବାଦ ଦେଉଛି। ସେମାନଙ୍କ ଆଶୀର୍ବାଦ ବିନା ମୁଁ ଏଠାକୁ ଆସିପାରି ନଥା’ନ୍ତି। ମୁଁ ସେମାନଙ୍କ ଭରସାକୁ କେବେ ତୁଟିବାକୁ ଦେବିନାହିଁ। ଭଦ୍ରକ ମ୍ୟୁନିସିପାଲିଟିର ୩୦ ୱାର୍ଡର ବିକାଶ କରିବି। ଡ୍ରେନେଜ, ମେଡିକାଲ୍ ସେବା, ରାସ୍ତା, ଶିକ୍ଷା ଓ ଅନ୍ୟନ୍ୟା ସମସ୍ୟାକୁ ସମାଧାନ କରିବି। ଆମେ ସମସ୍ତେ ମିଶି ଭଦ୍ରକକୁ ଏକ ସୁନ୍ଦର, ସ୍ୱଚ୍ଛ ଓ ଉନ୍ନତ ସହରରେ ପରିଣତ କରିବା। ଭଦ୍ରକରେ ଯେମିତି ଆମର ଭାଇଚାରା ଓ ଏକତା ଥିଲା, ଠିକ୍ ସେମିତି ଅଛି ଏବଂ ସବୁବେଳେ ରହିବ ବୋଲି ଗୁଲ୍ମାକି କହିଛନ୍ତି।
https://www.youtube.com/watch?v=nkGTJPcFqw8
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍
ଶ୍ରୀମନ୍ଦିର ପରିସର କୀର୍ତ୍ତନ ଚକଡ଼ା ଫଟୋ ଭାଇରାଲ୍ ହୋଇଛି। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ୍ କରିଛନ୍ତି ଗୌରବ କୁମାର ସାହୁ ନାମକ ଯୁବକ।
Miscellaneous
‘ଆୟୁଷ୍ମାନ ଭାରତ’ ଯୋଜନା ପାଇଁ କାଲି MOU; ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆସନ୍ତାକାଲି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।
Events & Festivals
ଜାନୁଆରୀ ୨୮ରୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ, ଛୁଟିବ ଶିଳ୍ପପତିଙ୍କ ସୁଅ
ଜାନୁଆରୀ ୨୮, ୨୯ ଦୁଇ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଚାଲିବ ମେଗା ନିବେଶକ ସମ୍ମିଳନୀ- ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫। ପ୍ରଥମ ଥର ଲାଗି ରାଜ୍ୟର ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Events & Festivals
କଂସ ଦରବାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଅନୁଦାନ ୧୦ ଲକ୍ଷରୁ କୋଟିଏକୁ ବୃଦ୍ଧି
କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି କଂସ ବଦ୍ଧ ସହ ଏହି ମହା ନାଟକରେ ପଡ଼ିବ ମହା ଯବନିକା।
Events & Festivals
କୁମ୍ଭମେଳା ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବସ୍ ଓ ଟ୍ରେନ ସେବା
କୁମ୍ଭମେଳା ପାଇଁ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ପ୍ରୟାଗରାଜ ଅଭିମୁଖେ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ପୂର୍ବତଟ ରେଲୱେ ଘୋଷଣା କଲା ୭ଟି ସ୍ୱତନ୍ତ୍ର ଟ୍ରେନ୍।