Advertisment

‘ଆଗକୁ ଆମେ ଛାଡ଼ିବୁନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି।  ଏମିତିକି ଜିଡିପି ମଧ୍ୟ ହ୍ରାସ ପାଇଛି । ଏଭଳି ସମୟରେ ଲଗାତାର ଭାବେ ତୈଳ ଦର ଲୋକଙ୍କ ଉପରେ ଲଦି ଦିଆଯାଉଛି।  ତାହାକୁ ବିଜେଡି ନିନ୍ଦା କରୁଛି ବୋଲି କହିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା। ଯେଉଁ ସରକାର ଆଛା ଦିନର ସ୍ଲୋଗାନ ଦେଉଥିଲେ ତାହାର ଓଲଟା ହେଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ସବୁର୍ଗର ଲୋକ ଦରଦାମ ବୃଦ୍ଧିରେ ପ୍ରଭାବିତ […]

ଅଦ୍ୟତନ ହୋଇଛି
ବିଜେଡିକୁ ବହୁ ବିଳମ୍ବରେ ବାଧିଲା ତୈଳ ଦର, ଅଙ୍କ ଅଡ଼ୁଆ ହେଲା କି?

Sanjay Das Burma

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି।  ଏମିତିକି ଜିଡିପି ମଧ୍ୟ ହ୍ରାସ ପାଇଛି । ଏଭଳି ସମୟରେ ଲଗାତାର ଭାବେ ତୈଳ ଦର ଲୋକଙ୍କ ଉପରେ ଲଦି ଦିଆଯାଉଛି।  ତାହାକୁ ବିଜେଡି ନିନ୍ଦା କରୁଛି ବୋଲି କହିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା।

Advertisment

ଯେଉଁ ସରକାର ଆଛା ଦିନର ସ୍ଲୋଗାନ ଦେଉଥିଲେ ତାହାର ଓଲଟା ହେଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ସବୁର୍ଗର ଲୋକ ଦରଦାମ ବୃଦ୍ଧିରେ ପ୍ରଭାବିତ ହେଉଛନ୍ତି । ଗତ ବଜେଟରେ ଅର୍ଥମନ୍ତ୍ରୀ କହିଥିଲେ କୃଷି ସେସ ଦ୍ୱାରା ଲୋକ ପ୍ରଭାବିତ ହେବେ ନାହିଁ  । କିନ୍ତୁ ଲଗାତାର ଭାବେ ୧୬ ଥର ତୈଳ ଦର ବୃଦ୍ଧି କରାଯାଇଛି । ଯାହା ସିଧା ସଳଖ ଭାବେ ଲୋକଙ୍କ ଉପରେ ପ୍ରଭାବ ପକାଇଛି।

ତେଣୁ କୃଷି ସେସ ବୃଦ୍ଧି ପ୍ରତ୍ୟାହାର କରାଯାଉ।  କେନ୍ଦ୍ର ସରକାର ନେଉଥିବା ଟ୍ୟାକ୍ସ ହାର କମାଇବା ସହ ରିହାତି ହାର ବୃଦ୍ଧି କରନ୍ତୁ।  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଯେଉଁ ହାରରେ ବୃଦ୍ଧି ପାଉନି ତା ତୁଳନାରେ ତୈଳ ଦର ଯଥେଷ୍ଟ ଅଧିକ ବୃଦ୍ଧି ପାଉଛି।  ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ପ୍ରଭାବିତ କରୁଛି । ଅଗାମୀ ଦିନରେ ତୈଳ ଦର ବୃଦ୍ଧି ପ୍ରତିବାଦ ନେଇ ବିଜେଡି ଆହୁରି ଶକ୍ତ ଆଭିମୁଖ୍ୟ ଆପଣେଇବ ବୋଲି ସେ କହିଛନ୍ତି।

Advertisment
BjD Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe