ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପିର ଟାର୍ଗେଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ବିଳମ୍ବକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପିର ଟାର୍ଗେଟ।  ରାଜ୍ୟରେ ପୌର ପରିଷଦରେ ଜନପ୍ରତିନିଧି ନାହାନ୍ତି । ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ । ତେଣୁ ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ତୁରନ୍ତ କରାଯାଉ। ସାଧାରଣ ଜନତାଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାନଯାଉ ବୋଲି ବିଜେପି ପ୍ରେସମିଟ୍‌ରେ କହିଛି । ୫ ଟି ମହାନଗର ଓ ୧୦୯ ପୌର ପରିଷଦରେ ଏପର୍ଯ୍ୟନ୍ତ ନିର୍ବାଚନ ହୋଇନାହିଁ  । […]

BJP-PITAMBAR

Tapas Behera
  • Published: Sunday, 25 July 2021
  • , Updated: 25 July 2021, 06:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ବିଳମ୍ବକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପିର ଟାର୍ଗେଟ।  ରାଜ୍ୟରେ ପୌର ପରିଷଦରେ ଜନପ୍ରତିନିଧି ନାହାନ୍ତି । ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ । ତେଣୁ ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ତୁରନ୍ତ କରାଯାଉ। ସାଧାରଣ ଜନତାଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାନଯାଉ ବୋଲି ବିଜେପି ପ୍ରେସମିଟ୍‌ରେ କହିଛି ।

୫ ଟି ମହାନଗର ଓ ୧୦୯ ପୌର ପରିଷଦରେ ଏପର୍ଯ୍ୟନ୍ତ ନିର୍ବାଚନ ହୋଇନାହିଁ  । ନିର୍ବାଚନ ବିଳମ୍ବ ମାମଲାରେ ମୁଖ୍ୟ ନିର୍ବାଚନ ଅଧିକାରୀ ହାଇକୋର୍ଟ ଯାଆନ୍ତୁ, ୭ ଦିନ ମଧ୍ୟରେ ହାଇକୋର୍ଟ ନଗଲେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଅଣାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ।  ୨୦୧୮ ମସିହାରୁ କାର୍ଯ୍ୟକାଳ ସରିଥିବା ପୌର ସଂସ୍ଥାର ନିର୍ବାଚନ ଏଯାଏଁ ହୋଇନି ।  ତେଣୁ ରାଜ୍ୟ ନିର୍ବାଚନ କମିଶନ ପଦବୀରେ ବସିବାର ଅଧିକାର ନାହିଁ  ବୋଲି ବିଜେପି କହିଛି । ତାସହ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବା ନେଇ ଦାବି କରିଛି  ବିଜେପି।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରେସମିଟରେ ଦାବି ଉଠାଇଛନ୍ତି । ତେବେ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସହ ଶାସକ ଦଳର ନେତାଙ୍କ ପ୍ରତିକ୍ରିୟା ମିଳିପାରିନି।

Related story