ବିଏମସିର ନିଷ୍ପତ୍ତି ଅଗଣତାନ୍ତ୍ରିକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ୯ଟି ବିରୋଧୀ ଦଳର ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କୌଣସି ପ୍ରକାରର ବିକ୍ଷୋଭ, ଶୋଭାଯାତ୍ରା ଓ ସଭା ଇତ୍ୟାଦି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଜାରି କଟକଣା ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଫେରାଦ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ରାଜନୀତିକ ଦଳଗୁଡ଼ିକ ବିରୁଦ୍ଧରେ ମାମଲା ରୁଜୁ କରାଯିବାକୁ ମଧ୍ୟ ନିନ୍ଦା କରାଯାଇଛି। କଂଗ୍ରେସ ନେତୃତ୍ୱରେ ଆଜି ଭୁବନେଶ୍ୱରରେ ଏକଜୁଟ ହୋଇଥିବା ୯ଟି ବିରୋଧୀ ଦଳର ନେତାମାନେ କରୋନା […]

congress123

congress123

Manoranjan Sial
  • Published: Tuesday, 07 July 2020
  • Updated: 07 July 2020, 06:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କୌଣସି ପ୍ରକାରର ବିକ୍ଷୋଭ, ଶୋଭାଯାତ୍ରା ଓ ସଭା ଇତ୍ୟାଦି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଜାରି କଟକଣା ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଫେରାଦ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ରାଜନୀତିକ ଦଳଗୁଡ଼ିକ ବିରୁଦ୍ଧରେ ମାମଲା ରୁଜୁ କରାଯିବାକୁ ମଧ୍ୟ ନିନ୍ଦା କରାଯାଇଛି।

କଂଗ୍ରେସ ନେତୃତ୍ୱରେ ଆଜି ଭୁବନେଶ୍ୱରରେ ଏକଜୁଟ ହୋଇଥିବା ୯ଟି ବିରୋଧୀ ଦଳର ନେତାମାନେ କରୋନା ମହାମାରୀ ଆଳରେ ସରକାର ଯେଉଁଭଳି ଲୋକଙ୍କର ଗଣତାନ୍ତ୍ରିକ ଅଧିକାରକୁ କ୍ଷୂଣ୍ଣ କରୁଛନ୍ତି ସେନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସରକାରଙ୍କ ଜନବିରୋଧି ନୀତି ଓ ପଦକ୍ଷେପ ବିରୁଦ୍ଧରେ ବିକ୍ଷୋଭ ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଯୋଗୁଁ ଗତ ଜୁଲାଇ ୪ ତାରିଖରେ ପୁଲିସ୍ ପକ୍ଷରୁ ୫ଟି ରାଜନୀତିକ ଦଳ ଓ ସଂଗଠନ ବିରୁଦ୍ଧରେ କେସ୍ ରୁଜୁ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବିଏମସି ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ରାଜଧାନୀରେ କୌଣସି ବିକ୍ଷୋଭ, ସଭା, ଶୋଭାଯାତ୍ରା ଇତ୍ୟାଦି କରିବାକୁ ବାରଣ କରାଯାଇଛି। ଏହାକୁ ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ ତାଗିଦ୍ କରାଯାଇଛି। ଏହା ଦେଶର ସମ୍ବିଧାନ ପ୍ରଦତ୍ତ ଗଣତାନ୍ତ୍ରିକ ଅଧିକାରକୁ କ୍ଷୂଣ୍ଣ କରୁଛି ବୋଲି ନେତାମାନେ ମତ ବ୍ୟକ୍ତ କରିଛନ୍ତି। ରାଜନୀତିକ ଦଳଗୁଡ଼ିକ ଲୋକମାନଙ୍କର ଅଭିଯୋଗ, ଆପତ୍ତିଗୁଡ଼ିକୁ ଉପସ୍ଥାପନ କରିବା ସହିତ ତା’ର ସମାଧାନ ଦିଗରେ କାର୍ଯ୍ୟ କରିଥାନ୍ତି। କିନ୍ତୁ ପରିତାପର ବିଷୟ ବିରୋଧି ଦଳମାନଙ୍କୁ ତାଙ୍କର ସେହି ଅଧିକାର ଓ ଦୈନନ୍ଦିନ ରାଜନୀତିକ କାର୍ଯ୍ୟକଳାପରୁ ରାଜ୍ୟ ସରକାର ବଂଚିତ କରୁଛନ୍ତି ବୋଲି ନେତାମାନେ କହିଛନ୍ତି।

ଏହାସହିତ ବିଏମସିର ଏଭଳି ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ଓ ମହାମାରୀ ଆଇନର ଦୁରୂପଯୋଗ କରି ରାଜନେତା ଓ ସାମାଜିକ କର୍ମୀମାନଙ୍କ ବିରୁଦ୍ଧରେ ହୋଇଥିବା ମକଦ୍ଦମାକୁ ପ୍ରତ୍ୟାହାର ଦାବିରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସରକାରଙ୍କ ବିଫଳତା ଯୋଗୁ ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଚାଲିଛି। କରୋନା ମହାମାରୀକୁ ମୁକାବିଲା କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକସୂତ୍ରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିଥିବାବେଳେ, ଲକ୍‌ଡାଉନର ସୁଯୋଗ ନେଇ ବିଭିନ୍ନ ଜନ ବିରୋଧି ଅଧ୍ୟାଦେଶ, ନୀତି ଓ ପଦକ୍ଷେପମାନ ନେଉଛନ୍ତି। ଏହାହିଁ ସବୁଠାରୁ ଦୁର୍ଭାଗ୍ୟଜନକ ବୋଲି ବିରୋଧି ଦଳଗୁଡ଼ିକର ବୈଠକରେ ନେତାମାନେ ଅଭିଯୋଗ କରିଛନ୍ତି।

ଆଜିର ଏହି ବୈଠକରେ କଂଗ୍ରେସ ସିପିଆଇ, ସିପିଏମ୍ , ସିପିଆଇ-ଏମ୍‌ଏଲ, ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ଆରଜେଡି ଏବଂ ସିପିଆଇ-ଏମଏଲ (ରେଡ୍‌ଷ୍ଟାର), ଆମ ଆଦମି ପାର୍ଟି ପ୍ରମୁଖ ରାଜନୀତିକ ଦଳର ନେତୃବୃନ୍ଦ ଉପସ୍ଥିତ ଥିଲେ। ବୈଠକରେ ରାମଚନ୍ଦ୍ର ଖୁଂଟିଆ, ଅଳି କିଶୋର ପଟ୍ଟନାୟକ, ଆଶିଷ୍ କାନୁନଗୋ, ପଂଚାନନ କାନୁନଗୋ, ଜନାର୍ଦ୍ଦନ ପତି, ଯୁଧିଷ୍ଠିର ମହାପାତ୍ର, ସୁଦର୍ଶନ ପ୍ରଧାନ, ଜ୍ୟୋତିରଞ୍ଜନ ମହାପାତ୍ର, ହେମନ୍ତ କୁମାର, ପ୍ରମିଳା, ସୁଦର୍ଶନ ଦାସ, ରାମକୃଷ୍ଣ ପଣ୍ଡା, ସୁରେଶ ପାଣିଗ୍ରାହୀ, ମହେନ୍ଦ୍ର ପରିଡ଼ା, ଜ୍ଞାନଦେବ ବେଉରା, ବିପିନ୍ ଦାସ ଓ ସୁବଳ ସାହୁ ପ୍ରମୁଖ ନେତୃବୃନ୍ଦ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story