ବୀରମିତ୍ରପୁର (ଓଡ଼ିଶା ରିପୋର୍ଟର): ୧୪୩ ନମ୍ୱର ଜାତୀୟ ରାଜପଥରେ ଆଜି ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି।
ବୀରମିତ୍ରପୁରରୁ ରାଉରକେଲା ଆସୁଥିଲା ‘ରାହୁଲ୍’ ନାମକ ଏକ ଘରୋଇ ବସ୍। ତେବେ ୧୪୩ ନମ୍ବର ଜାତୀୟ ରାଜପଥ ଲାସେ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ବୀରମିତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।