‘କରୋନା କାଳରେ ବାଲେଶ୍ୱରକୁ କେନ୍ଦ୍ର ଦେଇଛି ୯୨୨କୋଟି ଟଙ୍କା’

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଓଡ଼ିଶାକୁ ମୋଟ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ଦେଇଥିବାବେଳେ ସେଥିରୁ ବାଲେଶ୍ୱରକୁ ୯୨୨.୪୮ କୋଟି ଟଙ୍କାର ସହାୟତା ପ୍ୟାକେଜ ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ବାଲେଶ୍ୱର ଜିଲ୍ଲାର ରୁପସା, ସାରଥା ଏବଂ ପୁରୁଣା ବାଲେଶ୍ୱରରେ ଦଳ ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ […]

dharmendra

Manoranjan Sial
  • Published: Saturday, 24 October 2020
  • , Updated: 24 October 2020, 10:36 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଓଡ଼ିଶାକୁ ମୋଟ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ଦେଇଥିବାବେଳେ ସେଥିରୁ ବାଲେଶ୍ୱରକୁ ୯୨୨.୪୮ କୋଟି ଟଙ୍କାର ସହାୟତା ପ୍ୟାକେଜ ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଜି ବାଲେଶ୍ୱର ଜିଲ୍ଲାର ରୁପସା, ସାରଥା ଏବଂ ପୁରୁଣା ବାଲେଶ୍ୱରରେ ଦଳ ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ସପକ୍ଷରେ ଭୋଟ୍ ମାଗିବା ସହ ଓଡ଼ିଶାର ଦୁର୍ନୀତିଗ୍ରସ୍ତ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଜେଣ୍ଡାରେ ବାଲେଶ୍ୱରର ବିକାଶ ହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଲେଶ୍ୱରବାସୀ ପୂର୍ବରୁ ସମର୍ଥନ କରିଛନ୍ତି, ଆଗକୁ ମଧ୍ୟ କରିବେ। ମୋଦି ସରକାର ବାଲେଶ୍ୱର ଓ ଓଡ଼ିଶା ପାଇଁ ଅର୍ଥ ଦେଉଛନ୍ତି କିନ୍ତୁ କାମ ଏଠାରେ ହେଉନାହିଁ। ବିଜେଡି ଏଠାରେ ୨୦ ବର୍ଷର ଲମ୍ବା ଶାସନରେ ରହିବା ପରେ ମଧ୍ୟ ଏଠାକାର ଯୁବକ ପରିବାର ଏବଂ ଆତ୍ମୀୟ ଲୋକଙ୍କୁ ଛାଡ଼ି ବାହାରକୁ ଦାଦନ ଖଟିବାକୁ ଯାଉଛି। ମାତ୍ର ମୋଦି ସରକାର କରୋନା ସମୟରେ ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି। ଏହାସହ ବାଲେଶ୍ୱରରେ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ରୋଜଗାର ଦେବାର ବ୍ୟବସ୍ଥା କରିଛନ୍ତି। ମୋଦି ସରକାର ବାଲେଶ୍ୱରକୁ ରାଜ୍ୟର ଏକ ଅଗ୍ରଣୀ ସହର ଏବଂ ବାଲେଶ୍ୱରକୁ ଉତର ଓଡିଶାର ବ୍ୟବସାୟର ପ୍ରମୁଖ ପେଣ୍ଠସ୍ଥଳି କରିବା ପାଇଁ ଶ୍ରୀ ପ୍ରଧାନ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ମୋଦି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବାଲେଶ୍ୱରର ୧୮.୪୬ ଲକ୍ଷ ହିତାଧିକାରୀଙ୍କୁ ମାସିକ ୫ କେଜି ଲେଖାଏଁ ଚାଉଳ, ୪.୯୨ ଲକ୍ଷ ପରିବାରକୁ ୩୪୪୪ ଟନ ଡାଲି, ୨.୪୫ ଲକ୍ଷ ହିତାଧିକାରୀଙ୍କୁ ୭.୩୩ ଲକ୍ଷ ଏଲପିଜି ସିଲିଣ୍ଡର, ୧.୩୩ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୯.୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ବାଲେଶ୍ୱରର ୩.୫ ଲକ୍ଷ ଜନଧନ ଆକାଉଣ୍ଟଧାରୀ ମହିଳାଙ୍କୁ ୧୫୦୦ ଟଙ୍କା ଲେଖାଏଁ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବାବେଳେ ଜାତୀୟ ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ଜିଲ୍ଲାର ୨.୮୬ ଲକ୍ଷ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ହିସାବରେ ୨୮.୬୦ କୋଟି ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଅଧୀନରେ ବାଲେଶ୍ୱରର ୭୫ ହଜାର ଚାଷୀ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। କୋଭିଡ୍ -୧୯ ପରିଚାଳନା ପାଇଁ ବାଲେଶ୍ୱରକୁ ୪ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ଦିଆଯାଇଛି। ବାଲେଶ୍ୱରରେ ଥିବା ଇପିଏଫଓ ଆକାଉଣ୍ଟଧାରୀମାନେ ୮.୮୬ କୋଟି ଟଙ୍କାର ଲାଭ ପାଇଛନ୍ତି। ୨୦୨୦ ଏପ୍ରିଲରୁ ସେପ୍ଟମ୍ବର ୨୦୨୦ ମଧ୍ୟରେ ମନରେଗା ଅଧୀନରେ ମଜୁରୀ ବାବଦକୁ ୭୦.୮ ଲକ୍ଷ ଅତିରିକ୍ତ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୩.୫୪ ଲକ୍ଷ ଜବ୍ କାର୍ଡ ପ୍ରଦାନ କରାଯାଇଛି। ଅମ୍ପନ ବାତ୍ୟା ପାଇଁ ବାଲେଶ୍ୱରକୁ ୧୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Related story