କଣ୍ଟିଜେନ୍ସି ଫଣ୍ଡରୁ ହେବ କରୋନା ମୁକାବିଲା, ଆସିବ ଅଧ୍ୟାଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଥିବାବେଳେ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୪୫ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ କ୍ୟାବିନେଟ୍ ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାର କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନା ଅନୁସାରେ, କ୍ୟାବିନେଟ୍ ବୈଠକ ସମ୍ପର୍କରେ ମନ୍ତ୍ରୀମାନଙ୍କୁ କୌଣସି ଏଜେଣ୍ଡା ଦିଆଯାଇନଥିଲେ ମଧ୍ୟ କରୋନା ମୁକାବିଲା ସଂକ୍ରାନ୍ତରେ କେତେକ ଆର୍ଥିକ ପ୍ରସ୍ତାବ ଉପରେ […]

coronavirus

Manoranjan Sial
  • Published: Wednesday, 08 April 2020
  • , Updated: 08 April 2020, 10:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଥିବାବେଳେ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୪୫ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ କ୍ୟାବିନେଟ୍ ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାର କାର୍ଯ୍ୟକ୍ରମ ରହିଛି।

ମିଳିଥିବା ସୂଚନା ଅନୁସାରେ, କ୍ୟାବିନେଟ୍ ବୈଠକ ସମ୍ପର୍କରେ ମନ୍ତ୍ରୀମାନଙ୍କୁ କୌଣସି ଏଜେଣ୍ଡା ଦିଆଯାଇନଥିଲେ ମଧ୍ୟ କରୋନା ମୁକାବିଲା ସଂକ୍ରାନ୍ତରେ କେତେକ ଆର୍ଥିକ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିବାର ସମ୍ଭାବନା ରହିଛି। କରୋନା ମୁକାବିଲା ପାଇଁ ଆବଶ୍ୟକ ଅର୍ଥ ଖର୍ଚ୍ଚ ନିମନ୍ତେ ଷ୍ଟେଟ୍ ଡିଜାଷ୍ଟର ଆଣ୍ଡ କଣ୍ଟିଜେନ୍ସି ଫଣ୍ଡ(ଏସଡିସିଏଫ)ର ପରିମାଣକୁ ବୃଦ୍ଧି ସହ ସେଥିରୁ ଅର୍ଥ ଆଣିବେ। ଏଥିପାଇଁ ଏକ ଅଧ୍ୟାଦେଶ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିବେ ବୋଲି ସୂଚନା ମିଳିଛି। ତା’ଛଡ଼ା ବିଧାୟକଙ୍କ ହାତ ପାଣ୍ଠିକୁ ନିଲମ୍ବନ କରିବା ଓ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିଷ୍ପତ୍ତି ଉପରେ କ୍ୟାବିନେଟ ମୋହର ବାଜିବାର ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ୟାବିନେଟ୍ ବୈଠକର ଅଧ୍ୟକ୍ଷତା କରିବେ। ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷ ଓ ଯେଉଁ ମନ୍ତ୍ରୀମାନେ ନିଜ ନିର୍ବାଚନମଣ୍ଡଳୀରେ ଅଛନ୍ତି ସେମାନେ ସମ୍ପୃକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଭିଡିଓ କନ୍ସଫରେନ୍ସିଂ ମାଧ୍ୟମରେ କ୍ୟାବିନେଟ ବୈଠକରେ ସାମିଲ ହେବେ ବୋଲି ସୂଚନା ମିଳିଛି।

Related story