ଧୋକାବାଜ ପ୍ରେମିକର ବାହାଘର ଭଣ୍ଡୁର କଲା ଦିଲ୍ଲୀ ପ୍ରେମିକା

ଜଳେଶ୍ୱର (ଅଜିତ ଦାସ): ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲେ ପ୍ରେମିକ। ଶେଷରେ ନ୍ୟାୟ ପାଇଁ ଦିଲ୍ଲୀରୁ ଓଡ଼ିଶା ଆସିଲେ ପ୍ରେମିକା। ଆଉ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଲେ। ଆଜି ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଓଡ଼ିଆ ଶାସନ ଗାଁରୁ। ଓଡ଼ିଆ ଶାସନ ଗାଁର ବିଶ୍ୱଜିତ ବିଶ୍ୱାଳ ଦିଲ୍ଲୀରେ କାମ କରୁଥିଲେ। ସେଠାରେ ସେ ଜଣେ ଯୁବତୀଙ୍କୁ ପ୍ରେମ କରିଥିଲେ। ଏପରିକି ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। […]

balasore

Manoranjan Sial
  • Published: Tuesday, 14 July 2020
  • , Updated: 14 July 2020, 06:34 PM IST

ଜଳେଶ୍ୱର (ଅଜିତ ଦାସ): ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲେ ପ୍ରେମିକ। ଶେଷରେ ନ୍ୟାୟ ପାଇଁ ଦିଲ୍ଲୀରୁ ଓଡ଼ିଶା ଆସିଲେ ପ୍ରେମିକା। ଆଉ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଲେ। ଆଜି ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଓଡ଼ିଆ ଶାସନ ଗାଁରୁ।

ଓଡ଼ିଆ ଶାସନ ଗାଁର ବିଶ୍ୱଜିତ ବିଶ୍ୱାଳ ଦିଲ୍ଲୀରେ କାମ କରୁଥିଲେ। ସେଠାରେ ସେ ଜଣେ ଯୁବତୀଙ୍କୁ ପ୍ରେମ କରିଥିଲେ। ଏପରିକି ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ସେମାନଙ୍କ ପ୍ରେମ ସମ୍ପର୍କ ୪ ବର୍ଷ ଧରି ରହିଥିଲା। ଏହା ଭିତରେ ଯୁବତୀ ଜଣକ ଗର୍ଭବତୀ ହୋଇ ଯାଇଥିଲେ। ତେବେ କୌଶଳ କ୍ରମେ ଔଷଧ ଦେଇ ତାଙ୍କର ଗର୍ଭ ନଷ୍ଟ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି।

କିଛି ଦିନ ତଳେ ବିଶ୍ୱଜିତ ଘରକୁ ଆସିଥିଲେ। ଗାଁରେ ଅନ୍ୟ ଜଣେ ଯୁବତୀଙ୍କ ସହିତ ତାଙ୍କର ବିବାହ ଠିକ୍‌ ହୋଇଥିଲା। ମଙ୍ଗଳବାର ତାଙ୍କର ବାହାଘର ଥିଲା। ସେଥିପାଇଁ ଘର ବନ୍ଧୁବାନ୍ଧବଙ୍କ ଗହଳୀ ଚହଳୀରେ ଫାଟି ପଡୁଥିଲା। ଏପରିକି ଘରେ ଟେଣ୍ଟ ମଧ୍ୟ ବନ୍ଧା ଯାଇଥିଲା। ଏ ସମ୍ପର୍କରେ ବିଶ୍ୱଜିତଙ୍କ ପ୍ରେମିକା ଜାଣିବାକୁ ପାଇଥିଲେ। ସୋମବାର ସେ ଓଡ଼ିଆ ଶାସନ ଗାଁର ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଥିଲେ। ମାତ୍ର ପ୍ରେମିକଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଶ୍ୱଜିତ ଓ ତାଙ୍କ ପ୍ରେମିକାଙ୍କ ଧର୍ମ ଭିନ୍ନ ହୋଇଥିବାରୁ ବସ୍ତା ଏସ୍‌ଡିପିଓଙ୍କ ଅଫିସ ଅଗାରେ ଧାରଣା ଦେବାକୁ ଗାଁ ଲୋକେ ପରାମର୍ଶ ଦେଇଥିଲେ। ଆଜି ପୀଡ଼ିତା ରୁପ୍‌ସା ଥାନାରେ ଲିଖିତ ଅଭିଯୋଗ କରିବା ସହିତ ବସ୍ତା ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ପରେ ଏସ୍‌ଡିପିଓଙ୍କ ନିର୍ଦ୍ଦେଶରେ ରୁପ୍‌ସା ପୁଲିସ ବିଶ୍ୱଜିତଙ୍କୁ ଉଠାଇ ଆଣିଥିବା ଜଣାପଡ଼ିଛି।

Related story