Advertisment

ବାତ୍ୟା ୟାସ୍‌ର ପ୍ରଭାବ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବାତ୍ୟା ୟାସ୍ ପ୍ରଭାବରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ବର୍ଷାର ପରିମାଣ ବଢ଼ିପାରେ।  ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।  ତେଣୁ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର,ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଭଳି ୮ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ […]

author-image
Tapas Behera
ଅଦ୍ୟତନ ହୋଇଛି
୨୩ ତାରିଖ ଯାଏ ବର୍ଷିବ

rain

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବାତ୍ୟା ୟାସ୍ ପ୍ରଭାବରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ବର୍ଷାର ପରିମାଣ ବଢ଼ିପାରେ।  ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।  ତେଣୁ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର,ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଭଳି ୮ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

Advertisment

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ସେହିପରି  ଆଜିପାଇଁ ଗଞ୍ଜାମ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବାତ୍ୟା ଲ୍ୟାଣ୍ଡଫଲ୍ କରିବା ଦିନ ଅର୍ଥାତ ୨୬ ତାରିଖ ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ୯ଟି ଜିଲ୍ଲା- ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କେନ୍ଦୁଝର ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ତାଛଡ଼ା ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଭଳି ୫ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି।  ଏହିସବୁ ଜିଲ୍ଲାରେ ବର୍ଷା ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ କରିବା ସହ ବାତ୍ୟା ସଂପୂର୍ଣ୍ଣ ନସରିବା ଯାଏଁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଏସ୍ଆରସି

Advertisment
Cyclone Yaas