Advertisment

ଭୁବନେଶ୍ୱର ଏମ୍ସରେ ପହଞ୍ଚିଲା ବହୁଚର୍ଚ୍ଚିତ ECMO ମେସିନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍ସରେ ପହଞ୍ଚିଛି ବହୁଚର୍ଚ୍ଚିତ ଇକମୋ ମେସିନ। ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ୱର AIIMSରେ ଏହା କାର୍ଯ୍ୟକ୍ଷମ ହେବ। ଗତ ୨୯ ତାରିଖରେ AIIMSରେ ପହଞ୍ଚିଛି ପ୍ରଥମ ଇକମୋ ମେସିନ୍। ବର୍ତ୍ତମାନ AIIMSରେ ଇକମୋ ମେସିନର ସଂସ୍ଥାପନ କାମ ଚାଲିଛି। ଖୁବ୍‌ଶୀଘ୍ର ଭୁବନେଶ୍ୱର AIIMSକୁ ଆସିବ ଦ୍ୱିତୀୟ ଇକମୋ ମେସିନ୍। ଭୁବନେଶ୍ୱର AIIMS ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଏହି ସୂଚନା ଦେଇଛନ୍ତି। ଓଡ଼ିଶାରେ ଏହି ମେସିନ୍ ନଥିବାରୁ ବହୁ ରୋଗୀ ହଇରାଣ ହେଉଥିଲେ। ଏପରିକି […]

ଅଦ୍ୟତନ ହୋଇଛି
ଭୁବନେଶ୍ୱର ଏମ୍ସରେ ପହଞ୍ଚିଲା ବହୁଚର୍ଚ୍ଚିତ ECMO ମେସିନ୍

ECMO Machine

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍ସରେ ପହଞ୍ଚିଛି ବହୁଚର୍ଚ୍ଚିତ ଇକମୋ ମେସିନ। ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ୱର AIIMSରେ ଏହା କାର୍ଯ୍ୟକ୍ଷମ ହେବ। ଗତ ୨୯ ତାରିଖରେ AIIMSରେ ପହଞ୍ଚିଛି ପ୍ରଥମ ଇକମୋ ମେସିନ୍। ବର୍ତ୍ତମାନ AIIMSରେ ଇକମୋ ମେସିନର ସଂସ୍ଥାପନ କାମ ଚାଲିଛି। ଖୁବ୍‌ଶୀଘ୍ର ଭୁବନେଶ୍ୱର AIIMSକୁ ଆସିବ ଦ୍ୱିତୀୟ ଇକମୋ ମେସିନ୍। ଭୁବନେଶ୍ୱର AIIMS ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଏହି ସୂଚନା ଦେଇଛନ୍ତି। ଓଡ଼ିଶାରେ ଏହି ମେସିନ୍ ନଥିବାରୁ ବହୁ ରୋଗୀ ହଇରାଣ ହେଉଥିଲେ। ଏପରିକି  କୋଭିଡ୍‌ ସମୟରେ  ଇକମୋ ଚିକିତ୍ସାର ଆବଶ୍ୟକତା ବଢ଼ିଥିବାରୁ ଓଡ଼ିଶାର ବହୁ ରୋଗୀ ଏୟାରିଲିପ୍ଟିଂ ହୋଇ ବାହାରକୁ ସ୍ଥାନାନ୍ତର ହୋଇଛନ୍ତି। ଏହି ନେବା ଆଣିବା ଏକ ବ୍ୟୟବହୁଳ ହୋଇଥିବାରୁ ରୋଗୀଙ୍କ ସମ୍ପର୍କୀୟ ଆର୍ଥିକ ସହୟତା ପାଇଁ ନେହୁରା ହେଉଥିଲେ। ଫଳରେ ମେସିନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜୀବନ ରକ୍ଷାକାରୀ ଇକମୋ ମେସିନ ଏମ୍‌ସରେ ଲାଗିବ ବୋଲି ଏହାର ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ୨ଟି ଇକ୍‌ମୋ ମେସିନ ଲାଗିବ। ପ୍ରଥମ ଇକ୍‌ମୋ ମେସିନ ଖୁବ୍‌ଶୀଘ୍ର ଲଗାଯିବ। ତେବେ ପରବର୍ତ୍ତୀ ସମୟରେ ଆଉ ଗୋଟିଏ ଇକ୍‌ମୋ ମେସିନ ସ୍ଥାପନ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

Advertisment

କଣ ଏହି ଇକମୋ ମେସିନ ?

ଯେତେବେଳେ ଜଣେ ରୋଗୀଙ୍କର ହାର୍ଟ କିମ୍ବା ଫୁସ୍‌ଫୁସ୍‌ ଫେଲ ହୋଇଯାଏ ସେମାନଙ୍କ ପାଇଁ ଏହି ମେସିନ୍‌ ଆବଶ୍ୟକ ହୋଇଥାଏ। ଏହାକୁ ଏକ ସାମୟିକ ତଥା ଟେମ୍ପରାରି କୁତ୍ରିମ ଫୁସ୍‌ଫୁସ୍‌  ଏବଂ ହାର୍ଟ ବୋଲି କୁହାଯାଇପାରିବ। ବିଶେଷ କରି ଏବେ କରୋନା ହେଉ କିମ୍ବା ସ୍ୱାଇନ୍‌ ଫ୍ଲୁ  ଏଥିରେ ଆକ୍ରାନ୍ତ ହେଉଥିବା କିଛି ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ  ହେଉଛି । ସେମାନଙ୍କ ଫୁସ୍‌ଫୁସ୍‌ ଫଙ୍କସନ୍  ବନ୍ଦ ଅବସ୍ଥାକୁ ଚାଲିଯାଏ। ଏହି ବର୍ଗର ରୋଗୀଙ୍କ ଇକମୋ ଟ୍ରିଟ୍‌ମେଣ୍ଟ ଆବଶ୍ୟକ ହୋଇ ଥାଏ। ଯାହା ସେମାନଙ୍କ ପାଇଁ ଲାଭଦାୟକ ଚିକିତ୍ସା ହୋଇ ଥାଏ ।  ଏହି ଇକମୋ ମେସିନ ଶରୀରରୁ ରକ୍ତ ନେଇ ତାକୁ ନିର୍ମଳ କରିଥାଏ ଏବଂ ନୂଆ ଅକ୍ସିଜେନ ସେଇ ରକ୍ତରେ ଭରି ଶରୀରକୁ ପ୍ରବାହିତ କରିଥାଏ।  ରୋଗୀମାନଙ୍କୁ ଏହି ସମୟରେ ଆଇସିୟୁରେ ରଖାଯାଇଥାଏ। ଏହା ଏକ ସମ୍ବେଦନଶୀଳ ଚିକିତ୍ସା ପଦ୍ଧତି।

ଏହି ଚିକତ୍ସା ପାଇଁ ଅଭିଜ୍ଞ ଥିବା ଡାକ୍ତରୀ ଦଳ ରୋଗୀର ଫୁସଫୁସ୍, ବ୍ରେନ୍, କିଡନୀ, ଲିଭର ସବୁ ଅନୁଧ୍ୟାନ କରିଥାନ୍ତି। ଫୁସ୍‌ଫୁସ୍‌ ରିକଭର କରିବା ପର୍ଯ୍ୟନ୍ତ ରୋଗୀକୁ ଏହି ଇକମୋ ମେସିନରେ ଚିକିତ୍ସା ଜାରି ରହିଥାଏ। ବିଶେଷ କରି ଯେଉଁମାନଙ୍କର ଫୁସଫୁସ୍‌ ସଂକ୍ରମିତ ହୋଇଥାଏ କିମ୍ବା ଫୁସଫୁସ୍‌ ଅକ୍ସିଜେନ ଗ୍ରହଣ କରିବାର ଅକ୍ଷମ ହୋଇଯାଏ ସେମାନଙ୍କୁ ଏଭଳି ଉଚ୍ଚମାନର ଚିକିତ୍ସା ଆବଶ୍ୟକ  ହୋଇଥାଏ।  ବିଶେଷକରି ଏହି ରୋଗରେ ରିକଭରି ପାଇଁ ଟିକେ ଅଧିକ ଦିନ ଲାଗିଥାଏ। ଏହି ସମୟରେ ଏହି ଇକମୋ ମେସିନ୍ ଅକ୍ସିଜେନକୁ ସିଧାସଳଖ ବ୍ଲଡ ଭିତରକୁ ଏଣ୍ଟ୍ରି କରାଏ ଏବଂ ପରେ ଏହା ପୂରା ଶରୀରକୁ ପ୍ରବାହିତ କରିଥାଏ।  ଯଦି ଇକମୋ ମେସିନ୍ଠି କ୍ ସମୟରେ ଯୋଗେଇ ଦିଆଯାଏ ତେବେ ରୋଗୀ ଭଲ ହେବାର ଅଧିକ ଚାନ୍ସ ଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି।

Advertisment
AIIMS Covid Management ECMO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe