Advertisment

ଆଜି ଆସିବ କାମ ଚଳା ବଜେଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆସିବ କାମ ଚଳା ବଜେଟ୍ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବ ବିଧାନସଭାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ  । ଏହା ପୂର୍ବରୁ ଗତକାଲି ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୧୦.୧ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ଚଳିତ ବର୍ଷ ଜାତୀୟ ହାର ୮.୮%  ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି […]

ଅଦ୍ୟତନ ହୋଇଛି
ଆଜି ଆସିବ କାମ ଚଳା ବଜେଟ୍

budget1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆସିବ କାମ ଚଳା ବଜେଟ୍ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବ ବିଧାନସଭାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ  ।

Advertisment

ଏହା ପୂର୍ବରୁ ଗତକାଲି ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୧୦.୧ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ଚଳିତ ବର୍ଷ ଜାତୀୟ ହାର ୮.୮%  ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାରଠୁ ଅଧିକ ଆକଳନ କରାଯାଇଛି । ଓଡ଼ିଶାର ବିକାଶମୂଳକ ପଦକ୍ଷେପ, ଦକ୍ଷତାର ସହ କୋଭିଡ ପରିଚାଳନା, ଟୀକାକରଣ ପାଇଁ ଏହା ସମ୍ଭବ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି ।

୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୫.୩ ପ୍ରତିଶତ ରହିଛି। ରାଜ୍ୟର ମୁଣ୍ଡ ପିଛା ଆୟ ବି ବଢ଼ିଛି। ଆର୍ଥିକ ବର୍ଷରେ ଏହା ୪୮ ହଜାର ୪୯୯ ଥିବା ବେଳେ ୨୦୨୧-୨୨ରେ ଏହା ୧ ଲକ୍ଷ ୨୭ ହଜାର ୩୮୩ରେ ପହଞ୍ଚିଛି  । ୨୦୧୧-୧୨ ତୁଳନାରେ ଏହା ଡବଲ ଡ଼ିଜିଟ ଛୁଇଁଥିବା ବେଳେ ଏ କ୍ଷେତ୍ରରେ ୧୬. ୮%  ବୃଦ୍ଧି ହୋଇଛି ।

Advertisment

ରାଜ୍ୟର ଦ୍ରୁତ ଅଭିବୃଦ୍ଧି ହାର, ପୁଞ୍ଜି ନିବେଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଜନସଂଖ୍ୟାରେ ସ୍ତିରତା ଯୋଗୁଁ ମୁଣ୍ଡ ପିଛା ଆୟ ବଢ଼ିଥିବା ରିପୋର୍ଟରେ ଦର୍ଶାଯାଇଛି । ସେହିଭଳି ରାଜ୍ୟ ଅର୍ଥନୀତିକୁ କୃଷି କ୍ଷେତ୍ରର ଯୋଗଦାନ ରହିଛି ୨୦.୨୧ ପ୍ରତିଶତ ।

Odisha Assembly Budget Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe