Advertisment

‘ଚୌଦ୍ୱାରରୁ କାହିଁକି ବାରିପଦା ସିଫ୍ଟ ହେଉଥିଲା ହାଇଦର?’

କଟକ(ଓଡ଼ିଶା ରିପୋର୍ଟର): କୁଖ୍ୟାତ ଅପରାଧୀ ହାଇଦର ଚୌଦ୍ୱାର ଜେଲ୍‌ରେ ଥିବା ବେଳେ ତାକୁ କାହିଁକି ବାରିପଦାକୁ ସ୍ଥାନାନ୍ତର କରାଯାଉଥିଲା ? ହାଇଦରର ଏନକାଉଣ୍ଟର ପରେ ଏପରି ପ୍ରଶ୍ନ ସାଧାରଣରେ ଉଠିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ। ଜେଲ୍ ଡିଜି  ଦେଇଥିବା ସୂଚନା ଅନୁଯାୟୀ, ଅପରେସନ କ୍ଲିନ୍‌ ଅପ୍‌ ଅନୁଯାୟୀ, ଗୋଟିଏ ଜେଲ୍‌ରେ ଏକାଧିକ ଦୁର୍ଦ୍ଦାନ୍ତ ଅପରାଧୀ ଠୁଳ ହୋଇ ରହିପାରିବେ ନାହିଁ । ନଚେତ ସେମାନେ କୌଣସି ପ୍ରକାର ଅଘଟଣ ଘଟାଇବାର […]

ଅଦ୍ୟତନ ହୋଇଛି
‘ଚୌଦ୍ୱାରରୁ କାହିଁକି ବାରିପଦା ସିଫ୍ଟ ହେଉଥିଲା ହାଇଦର?’

jail dg & haidar

Advertisment

କଟକ(ଓଡ଼ିଶା ରିପୋର୍ଟର): କୁଖ୍ୟାତ ଅପରାଧୀ ହାଇଦର ଚୌଦ୍ୱାର ଜେଲ୍‌ରେ ଥିବା ବେଳେ ତାକୁ କାହିଁକି ବାରିପଦାକୁ ସ୍ଥାନାନ୍ତର କରାଯାଉଥିଲା ? ହାଇଦରର ଏନକାଉଣ୍ଟର ପରେ ଏପରି ପ୍ରଶ୍ନ ସାଧାରଣରେ ଉଠିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ।

Advertisment

ଜେଲ୍ ଡିଜି  ଦେଇଥିବା ସୂଚନା ଅନୁଯାୟୀ, ଅପରେସନ କ୍ଲିନ୍‌ ଅପ୍‌ ଅନୁଯାୟୀ, ଗୋଟିଏ ଜେଲ୍‌ରେ ଏକାଧିକ ଦୁର୍ଦ୍ଦାନ୍ତ ଅପରାଧୀ ଠୁଳ ହୋଇ ରହିପାରିବେ ନାହିଁ । ନଚେତ ସେମାନେ କୌଣସି ପ୍ରକାର ଅଘଟଣ ଘଟାଇବାର ଆଶଙ୍କା ରହିଥାଏ। ତେଣୁ ମଝିରେ ମଝିରେ ଏହାର  ତଦାରଖ କରାଯାଇଥାଏ। ହାର୍ଡକୋର କ୍ରିମିନାଲ ହାଇଦରର ଘର କେନ୍ଦ୍ରାପଡ଼ାରେ ହୋଇଥିବା ବେଳେ ସେ ଚୌଦ୍ୱାରରେ ଥିଲା। ଚୌଦ୍ୱାରରେ ରହିଲେ ଅଧିକ କ୍ରାଇମ ଘଟାଇପାରେ ଓ ଅଧିକ କ୍ରିମିନାଲଙ୍କ ସହ ମିଶିପାରେ ବୋଲି ଆଶାଙ୍କା କରାଯାଇଥିଲା। ସେଥିପାଇଁ କଟକ ଡିସିପିଙ୍କ ମତାମତ ନିଆଯାଇଥିଲା। ଏହାପରେ କୋର୍ଟଙ୍କ  ନିର୍ଦ୍ଦେଶ ଅନୁଯାୟୀ, ହାଇଦରକୁ ବାରିପଦା କୋର୍ଟ ସ୍ଥାନାନ୍ତର କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତାକୁ ପୁଲିସ୍‌ ଏସକର୍ଟରେ ବାରିପଦା ନିଆଯାଉଥିବା ବେଳେ ସିମୁଳିଆଠାରେ ଏପରି ଏକ ଘଟଣା ଘଟିଗଲା।

ଅନ୍ୟପକ୍ଷରେ ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦରର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ କମିଶନ ମାମଲା ରୁଜୁ କରିବା ସହିତ ଗୃହ ବିଭାଗ ଏସିଏସ୍, ପୁଲିସ ଡିଜି, ଜେଲ୍ ବିଭାଗ ଡିଜି ଓ ଟୁଇନ ସିଟି ପୁଲିସ କମିଶନରଙ୍କୁ ନୋଟିସ ଜାରି କରିଛନ୍ତି।  ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ଓଏଚ୍‌ଆର୍‌ସି ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଗତ ଶନିବାର ହାଇଦରକୁ ବାରିପଦା ସ୍ଥାନାନ୍ତର କରାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ସେ ପରିସ୍ରା ଯିବା ବାହାଦାରେ ଜଣେ ସୁରକ୍ଷାକର୍ମୀଙ୍କଠାରୁ ଏକେ-୪୭ ଛଡ଼ାଇ ନେଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ପୁଲିସ୍ ତାକୁ ବୁଝାଇବାକୁ ପ୍ରୟାସ କରିଥିଲା। କିନ୍ତୁ ହାଇଦର ବୁଝି ନଥିଲା। ଏହା ପରେ ପୁଲିସ୍‌ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ତା’ ଉପରକୁ ଗୁଳି କରାଯାଇଥିଲା। ଗତକାଲି ହାଇଦରର ପତ୍ନୀ ଓ ୨ ବୋହୂଙ୍କୁ ମୃତଦେହ ଦେଖାଯିବା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ବ୍ୟବଚ୍ଛେଦ କରାଯାଇଥିଲା। ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିଲା। ସେଥିରୁ ୨ଟି ଅଣ୍ଟାରୁ ଓ ୨ଟି ଜଙ୍ଘରୁ ବାହାରିଥିବା ସୂଚନା ମିଳିଛି। ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ ଶରୀରରେ ଥିବା  ବାଲେଶ୍ୱର ଏଡିଏମ୍ଓ ସୁଶାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି।

Gangster Hyder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe