Advertisment

ଡି-ବ୍ରଦର୍ସଙ୍କ ସିକ୍ରେଟ୍‌ ଚ୍ୟାମ୍ୱରରୁ ବନ୍ଧୁକ, ଗୁଳି ଜବତ; ବେଡ୍‌ ରୁମ୍‌ରୁ ମିଳିଲା ସାଢ଼େ ୧୬ ଲକ୍ଷ ଟଙ୍କା

କଟକ (ଓଡ଼ିଶା ରିପୋର୍ଟର): ଡି-ବ୍ରଦର୍ସଙ୍କ ଘରେ ଥିବା ସିକ୍ରେଟ୍‌ ଚ୍ୟାମ୍ୱରରୁ ପୁଣି ମିଳିଲା ୩ ବନ୍ଧୁକ ଓ ୫ଟି ମ୍ୟାଗାଜିନ୍‌। ଏହାଛଡା ବେଡ୍‌ ରୁମ୍‌ରୁ ନଗଦ ସାଢ଼େ ୧୬ ଲକ୍ଷ ଟଙ୍କା କମିଶନରେଟ୍‌ ପୁଲିସ ଜବତ କରିଛି। ଆଜି ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଶ୍ରୀ ସିଂହ କହିଛନ୍ତି-“ଗତ ୨୫ ତାରିଖରେ ଧଳ ସାମନ୍ତ ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣାଯାଇ ଜେରା କରିଥିଲା। ଜେରା ସମୟରେ ସୁଶାନ୍ତ ଧଳସାମନ୍ତ ନିଜ ଘରେ ଥିବା ସିକ୍ରେଟ୍‌ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଡି-ବ୍ରଦର୍ସଙ୍କ ସିକ୍ରେଟ୍‌ ଚ୍ୟାମ୍ୱରରୁ ବନ୍ଧୁକ, ଗୁଳି ଜବତ; ବେଡ୍‌ ରୁମ୍‌ରୁ ମିଳିଲା ସାଢ଼େ ୧୬ ଲକ୍ଷ ଟଙ୍କା

dhala-samanta-brother

କଟକ (ଓଡ଼ିଶା ରିପୋର୍ଟର): ଡି-ବ୍ରଦର୍ସଙ୍କ ଘରେ ଥିବା ସିକ୍ରେଟ୍‌ ଚ୍ୟାମ୍ୱରରୁ ପୁଣି ମିଳିଲା ୩ ବନ୍ଧୁକ ଓ ୫ଟି ମ୍ୟାଗାଜିନ୍‌। ଏହାଛଡା ବେଡ୍‌ ରୁମ୍‌ରୁ ନଗଦ ସାଢ଼େ ୧୬ ଲକ୍ଷ ଟଙ୍କା କମିଶନରେଟ୍‌ ପୁଲିସ ଜବତ କରିଛି। ଆଜି ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ।

Advertisment

ଶ୍ରୀ ସିଂହ କହିଛନ୍ତି-“ଗତ ୨୫ ତାରିଖରେ ଧଳ ସାମନ୍ତ ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣାଯାଇ ଜେରା କରିଥିଲା। ଜେରା ସମୟରେ ସୁଶାନ୍ତ ଧଳସାମନ୍ତ ନିଜ ଘରେ ଥିବା ସିକ୍ରେଟ୍‌ ଚ୍ୟାମ୍ୱର ସମ୍ପର୍କରେ କହିଥିଲା। ତା’ପରେ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ରେଡ୍‌ ହୋଇଥିଲା। ଘର ଛାତରେ ସିକ୍ରେଟ୍‌ ଚ୍ୟାମ୍ୱର କରାଯାଇଥିଲା। ଏଥିରେ ବନ୍ଧୁକ ଓ ଗୁଳି ରଖାଯାଇଥିଲା। ଏହି ସିକ୍ରେଟ୍‌ ଚ୍ୟାମ୍ୱରରୁ ୩ଟି ବନ୍ଧୁକ, ୫ଟି ମ୍ୟାଗଜିନ୍, ୧୭୫ ଗୁଳି ଜବତ କରାଯାଇଛି। ଏହାଛଡ଼ା ବେଡ୍‌ ରୁମ୍‌ରୁ ନଗଦ ସାଢ଼େ ୧୬ ଲକ୍ଷ ଟଙ୍କା ଜବତ କରାଯାଇଛି। ଜବତ ଟଙ୍କା ବାଲିଘାଟ ଓ ମଦ ଦୋକାନରୁ ଲୋକ ଲଗାଇ ଦାଦାବଟି ଆଦାୟ କରାଯାଇଥିବା ଜଣାପଡ଼ିଛି।”

ଗତ ୧୧ ତାରିଖରେ କମିଶନରେଟ୍‌ ପୁଲିସ ଧଳ ସାମନ୍ତଙ୍କ ଘରେ ଚଢ଼ଉ କରି ଚଢ଼ଉ କରି ୧୬ଟି ଚୋରା ବନ୍ଧୁକ, ୧୦୯୫ ଗୁଳି ଜୀବନ୍ତ ଗୁଳି, ମୋବାଇଲ୍‌ ବନ୍ଧୁକ ଜବତ କରିଥିଲା। ଘର ଭିତରେ ଇଣ୍ଟରିୟର ଡିଜାଇନ କରି ଏହି ସବୁ ମାରଣାସ୍ତ୍ର ଗୁଡ଼ିକୁ ଲୁଚାଇ ରଖାଯାଇଥିଲା। ବନ୍ଧୁକ ଗୁଡ଼ିକ ବିହାରର ମୁଙ୍ଗେରରୁ ଚୋରା ଆସୁଥିବା ଜଣାପଡ଼ିଛି। ୨୦୧୬ରେ ଗିରଫ ପୂର୍ବରୁ ଡି ବ୍ରଦର୍ସ ଏହି ସବୁ ସାମଗ୍ରୀ ଲୁଚାଇ ରଖିଥିଲା।

Advertisment