Advertisment

ପୂରା ଓଡ଼ିଶା ଲକ୍‌ଡାଉନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ର ମୁକାବିଲା ପାଇଁ ରାଜ୍ୟ ସରକାର କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି। ସମସ୍ତ ତିରିଶ ଜିଲ୍ଲାକୁ ଲକ୍‌ ଡାଉନ୍‌ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ମଧ୍ୟରାତିରୁ ମାର୍ଚ୍ଚ ୨୯ ଯାଏ ସମସ୍ତ ଜିଲ୍ଲା ଲକ୍‌ ଡାଉନ୍‌ ରହିବ। ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର (ଆଇଇସି) ସୁବ୍ରତ ବାଗଚୀ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଥମେ ପାଞ୍ଚଟି ଜିଲ୍ଲାକୁ ଲକ୍ ଡାଉନ୍‌ କରାଯାଇଥିଲା। ଗତକାଲି ପୁଣି ନଅଟି ଜିଲ୍ଲାକୁ ଲକ୍‌ […]

ଅଦ୍ୟତନ ହୋଇଛି
ଏଣିକି ରାସ୍ତା ଓ ପାଇପଲାଇନ୍ ନିର୍ମାଣରେ ଦରକାର ପଡ଼ିବନି ପରିବେଶ ଅନୁମତି

road

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ର ମୁକାବିଲା ପାଇଁ ରାଜ୍ୟ ସରକାର କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି। ସମସ୍ତ ତିରିଶ ଜିଲ୍ଲାକୁ ଲକ୍‌ ଡାଉନ୍‌ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ମଧ୍ୟରାତିରୁ ମାର୍ଚ୍ଚ ୨୯ ଯାଏ ସମସ୍ତ ଜିଲ୍ଲା ଲକ୍‌ ଡାଉନ୍‌ ରହିବ। ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର (ଆଇଇସି) ସୁବ୍ରତ ବାଗଚୀ ଆଜି ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ, ପ୍ରଥମେ ପାଞ୍ଚଟି ଜିଲ୍ଲାକୁ ଲକ୍ ଡାଉନ୍‌ କରାଯାଇଥିଲା। ଗତକାଲି ପୁଣି ନଅଟି ଜିଲ୍ଲାକୁ ଲକ୍‌ ଡାଉନ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଆଜି ଅବଶିଷ୍ଟ ୧୬ ଜିଲ୍ଲାକୁ ଲକ୍‌ ଡାଉନ୍‌ କରାଯିବ ବୋଲି ଘୋଷଣା କରାଯାଇଛି।

ସେ ଆହୁରି କହିଛନ୍ତି ଯେ ଲକ୍ ଡାଉନ୍ ବେଳେ ମେଡିକାଲ୍‌, କ୍ଲିନିକ, ପାଥୋ ଲ୍ୟାବ୍ ଓ ଔଷଧ ଦୋକାନ ଖୋଲା ରହିବ। ପୁଲିସ୍‌, ଅଗ୍ନିଶମ, ବିଦ୍ୟୁତ୍‌, ଓଡ୍ରାଫ୍ ଓ ପୌର କର୍ମଚାରୀ  ଏହି କଟକଣାରୁ ମୁକ୍ତ ରହିବେ। କରୋନା ମୁକାବିଲାରେ ସାହାଯ୍ୟ କରୁଥିବା ସଂସ୍ଥା ପାଇଁ କଟକଣା ଲାଗିବନି। ଗ୍ରୋସରୀ, ଫଳ, କ୍ଷୀର, ପାଉଁରୁଟି, ବିସ୍କୁଟ, ପରିବା, ମାଛ ଓ ମାଂସ ବିକ୍ରି ହେବ। କ୍ଷୀର ବୁଥ୍‌ରେ କେବଳ କ୍ଷୀର ବିକ୍ରି ହେବ। କିନ୍ତୁ ଚା, କଫି ବିକ୍ରି ହେବନି।

Advertisment

ବାଗଚୀ କହିଛନ୍ତି, ଲକ୍ ଡାଉନ୍ ବେଳେ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ଖୋଲା ରହିବ। ଏଟିଏମ୍ ଗୁଡ଼ିକରେ ଟଙ୍କା ଭର୍ତ୍ତି ରଖିବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କରେ କର୍ମଚାରୀଙ୍କ ଉପସ୍ଥାନ ୧୦% ଭିତରେ ସୀମିତ ରହିବ। ଜିଲ୍ଲାପାଳଙ୍କ ସହ ପରାମର୍ଶ କରି ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କ କର୍ମଚାରୀଙ୍କ ଉପସ୍ଥାନ ସଂଖ୍ୟା ସ୍ଥିର କରିବେ।

ଆଜି ସଂଧ୍ୟା ସୁଦ୍ଧା SC/ST ହଷ୍ଟେଲ ପିଲାଙ୍କୁ ଘରେ ପହଞ୍ଚାଯିବ। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବେ। ସଂଧ୍ୟା ସୁଦ୍ଧା ସମସ୍ତ ପିଲାମାନଙ୍କୁ ଅଭିଭାବକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୁବ୍ରତ ବାଗଚୀ କହିଛନ୍ତି। ସେହିପରି ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଗଣମାଧ୍ୟମ ଜରିଆରେ ସ୍ପେଶାଲ ଅପିଲ୍ କରିବେ ବୋଲି ସେ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe