Advertisment

‘ବଢ଼ିପାରେ ସଂକ୍ରମଣ, ନିୟମ ମାନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବଢ଼ିପାରେ ସଂକ୍ରମଣ। ବାହାରୁ ସଂକ୍ରମଣ ଆସିବା ସମ୍ଭାବନା ରହିଛି। ତେଣୁ ନିୟମ ମାନିଲେ ଏହା ବ୍ୟାପିବନି। କରୋନାର ନୂଆ ଷ୍ଟ୍ରେନକୁ ନେଇ ଆଜି କିଛି ଏଭଳି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଓଡ଼ଶାରେ ମହାରାଷ୍ଟ୍ରର ଷ୍ଟ୍ରେନ ଏଯାଏଁ ଦେଖା ଦେଇନି। ସେହିପରି ଓଡ଼ିଶାରେ ଦେଖାଦେଇଥିବା ଷ୍ଟ୍ରେନ ମହାରାଷ୍ଟ୍ରର ବୋଲି ମଧ୍ୟ ଆମେ କହିପାରିବା ନାହିଁ।  ଭଦ୍ରକରୁ ଜଣେ ମହାରାଷ୍ଟ୍ରରୁ ଫେରିଛନ୍ତି। ତାଙ୍କ ଜିନମ ସିକ୍ୱେନ୍ସ ଆସିବା ପରେ […]

ଅଦ୍ୟତନ ହୋଇଛି
‘ବଢ଼ିପାରେ ସଂକ୍ରମଣ, ନିୟମ ମାନ’

State-Health-Director

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବଢ଼ିପାରେ ସଂକ୍ରମଣ। ବାହାରୁ ସଂକ୍ରମଣ ଆସିବା ସମ୍ଭାବନା ରହିଛି। ତେଣୁ ନିୟମ ମାନିଲେ ଏହା ବ୍ୟାପିବନି। କରୋନାର ନୂଆ ଷ୍ଟ୍ରେନକୁ ନେଇ ଆଜି କିଛି ଏଭଳି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

Advertisment

ସେ କହିଛନ୍ତି, ଓଡ଼ଶାରେ ମହାରାଷ୍ଟ୍ରର ଷ୍ଟ୍ରେନ ଏଯାଏଁ ଦେଖା ଦେଇନି। ସେହିପରି ଓଡ଼ିଶାରେ ଦେଖାଦେଇଥିବା ଷ୍ଟ୍ରେନ ମହାରାଷ୍ଟ୍ରର ବୋଲି ମଧ୍ୟ ଆମେ କହିପାରିବା ନାହିଁ।  ଭଦ୍ରକରୁ ଜଣେ ମହାରାଷ୍ଟ୍ରରୁ ଫେରିଛନ୍ତି। ତାଙ୍କ ଜିନମ ସିକ୍ୱେନ୍ସ ଆସିବା ପରେ ସେ କରୋନାର କେଉଁ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଛନ୍ତି ତାହା ଜଣାପଡିବ।

ଏଯାଏଁ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଜିନମ ସିକ୍ୱେନ୍ସ କରିବା ପାଇଁ ସରକାର କୌଣସି ନିର୍ଦ୍ଦେଶ ଦେଇନାହାନ୍ତି କିନ୍ତୁ ବାହାର ଦେଶରୁ ଆସୁଥିବା ଲୋକଙ୍କ ଜିନମ ସିକ୍ୱେନ୍ସ ପରୀକ୍ଷା କରାଯାଉଛି। ବିମାନ ବନ୍ଦରରୁ ହିଁ ସେମାନଙ୍କ ପରୀକ୍ଷା ହେଉଛି।  ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି, ଆଗକୁ ଟେଷ୍ଟ ମଧ୍ୟ ବଢ଼ିବ ବୋଲି ସେ କହିଛନ୍ତି।

Advertisment

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ, ଆଶା କରୁଛି ମାର୍ଚ୍ଚରୁ ୫୦ ‍ବର୍ଷର ଅଧିକ ଲୋକଙ୍କୁ ଟିକା ଦିଆଯିବ। ମାର୍ଚ୍ଚ ବେଳକୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସମ୍ଭାବନା ରହିଛି। ଏବେ କୋଭିଡ ହସ୍ପିଟାଲ ବନ୍ଦ ଅଛି । ସଂକ୍ରମଣ ବଢ଼ିଲେ ଏହା ପୁଣି ଖୋଲିବ, ତେଣୁ ଆଗୁଆ ସତର୍କ ରହିବାକୁ ଲୋକଙ୍କୁ ସଚେତନ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଜନଗହଳି ସ୍ଥାନରୁ ଦୂରେଇ ରହିବା ସହ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୂରତା ମାନି ଚଳିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

COVID-19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe